Sahitya Jibana

Portal on odia literature

ହେ ବନ୍ଧୁ ବିଦାୟ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ମାତୃଭୂମି କୋଳ ଛାଡି
ଆସ ପୁଣି କାହା ପାଇଁ
ଜାଣି ସବୁ ଜାଣ ନା କି ?
ରାମ ରହିମ କରିମ
ସବୁ ପରା ଭାଇ ଭାଇ
ତେବେ ତମ ସୀମା ଆମ ସୀମା
ଜାମ୍ମୁ କାଶ୍ମୀର ଅନ୍ତରଦ୍ୱନ୍ଦ୍ୱ
ସମାଧାନ କେବେ
ଏବେ ବି ସମୟ ଅଛି
ବାହୁ ବଳ ନ ଦେଖାଇ
ଖୋଲି ଦେଇ ଭଦ୍ରମୁଖା
ଫେରି ଯାଅ ତମ ସୀମା
ଚିନ୍ତା କର ଥରେ
ପଚାର ତମ ବିବେକକୁ
ତମ ବନ୍ଧୁକର ମୁନ
ଦେଇ ପାରିବକି ଶାନ୍ତି
ସେନେହ ଶରଧା ମମତା
ଜାମ୍ମୁ କାଶ୍ମୀର ଭାଇ ଭଉଣୀ ପାଇଁ
ସଞ୍ଜ ଆସିଲେ ନଇଁ
କୃଷ୍ଣ ଘରେ ଜାଳୁ ନାହିଁ ଚୁଲି
କାନ୍ଦୁଛି ସନିଆଁ ଆଈ
ମନ ଘରେ ପଡିଛି ତାଲା
ଦେଖ ତମ ବର୍ବରତା
ଉଜାଡୁଛି ସୁଖ ଶାନ୍ତି
କାହା ଇଙ୍ଗିତରେ ?
ସାତବାର ଭିତରେ
ମୁଁ ତମେ ସଭିଏଁ
ଯିବା ସତ୍ୟ ଶାନ୍ତିର ମଶାଣିକୁ
ତେବେ କେତେ ଦିନ ଆଉ
କେତେ ଦିନ ତମ ଆତଙ୍କରାଜ ?
ଏବେ ବି ସମୟ ଅଛି
କାନ ଆଉ ଗୋଡ଼ ଧରି
ଆଲ୍ଲା କସମ ଖାଇ
ସଜଫୁଲ ସ୍ନେହରେ
କହି ଦିଅ ଥରେ
ଆସିଛୁ ଆମେ ବି
ମାତ୍ର ସାତ ଦିନ ପାଇଁ
ଆଉ ଫେରି ଯାଉଛୁ
ହେ ବନ୍ଧୁ ବିଦାୟ !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ପାଟଣା, କେନ୍ଦୁଝର

Copyright © Sahitya Jibana | Newsphere by AF themes.