Sahitya Jibana

Portal on odia literature

ମାଆ – ସଚ୍ଚିଦାନନ୍ଦ ବେହେରା

1 min read

ସରାଗ ନଦୀର ସେନେହ ତଟରେ
ପ୍ରେମର ନାଆକୁ ନେଇ,
ମାଆ ଏକା ସେତ ନାଉରୀ ଅଟଇ
ସନ୍ତାନକୁ ନିଏ ବୋହି।।

ଅଶ୍ରୁର ବାରିଧିରେ ଦୁଃଖର ଝରଣା
ତହିଁ କଷ୍ଟ ହୁଏ ଶତବାର,
ସବୁ ଦୁଃଖ,କଷ୍ଟ ହୁଅଇ ନାଶ
ଶୁଣିଦେଲେ ଥରେ ଡାକ ମାଆର।।

ମାଆ ଏକା ସେତ ବିନା ସ୍ୱାର୍ଥେ ଯିଏ
କରୁଥାଏ ଶୁଦ୍ଧ ପ୍ରେମ,
ଆଉ ସବୁ ଭାଇ ଅଢେଇ ଦିନିଆ ପ୍ରେମ
ଖାଲି ଲକ୍ଷ ଥାଏ କାମ ।।

ଦଶ ମାସ ଦଶ ଦିନ ଗରଭେ ରଖି
ଧରାକୁ ଆଣେ ମାଆ ,
ତାକୁ ଛାଡି ଆଉ କିଏ ଅବା ଅଛି
ସନ୍ତାନର ଜଣେ ସାହା।।

 

ସଚ୍ଚିଦାନନ୍ଦ ବେହେରା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?