Sahitya Jibana

Portal on odia literature

ଧନୀ ଗରିବ ସୁଖ – ଟୋନିସ ରୋହିଦାସ

1 min read

 

ଜନମ ଭିତରେ ମୁନୁଷ ଜୀବନ
ପାଉଛୁ ରେ ତୁଇ,
ଭାବସୁ ମୋର ନୁ କେହି ନୁହେଁ ବଡ଼ ଖାଲି ମୁଇ।।
ଆରେ ଭୁଲି ଯାଉଛୁ ଗୁଟେ କଥା,
ଜନମ ହେଲା ବେଳେ ଆସିଥିଲୁ ଏକା କିଛି ନାଇଁ
ଆନି କେନ୍ତା ଭୁଲି ଜିସୁ ସେ କଥା।।
ଇଛେନ କହୁଛୁ ମୋର ନୁ ଧନୀ ନୁହେଁସେ କେହି,
କେତେ ନିଜକେ କହେସୁ ବଡ଼,ତୋର ଘମଣ୍ଡ
ନାଇଁ ପାରେ ସହି ବିହି।।
ଆରେ ଗରିବ ତ ତୁଇ ଭି ଥିଲୁ ଦିନେ
କମାଲୁ ବଳି ହେଲା ଟଙ୍କା ପଇସା।।
ବେଶି ହେଲା ବଳି ଧନ ସମ୍ପତ୍ତି କେତେ
କରୁସୁ ଭରସା।।
ଗରିବ କେ ଦେକଲେ ଭାବୁଛୁ ଛୋଟ,
ଗରିବ ଅଛେ ବଳି ପାଉଛୁ ମୁଠେ ଭରୁଛେ
ତୋର ପେଟ।।
ଗରିବ ସିନା ବୁଝି ପାରସି ଦୁଃଖ ଆଉ ସୁଖ,
ଧନୀ ଲୋକ ତ ଖାଲି କରସ ଟଙ୍କା ପଇସା ର ଭୋକ।।
ତୁମର ଘର ଅଛେ ଦେଉଳ ଲେଖେ,
ଗରିବ ଘର ଆଏ ବାବୁ ଝୁପଡି ଲୋକ
ଜାହାଯେ ଛି ଛି କରି ଦେଖେ।।
ତୁମେ ବୁଲୁଛ କାର ଥି,ଗରିବ ର ଅଛେ ସାଇକେଲ।।
ତୁମର ସିନା ଲାଗୁଛେ ତେଲ,ଆମର ନାଇଁ ଲାଗେ
ଅଛେ ଭାଇ ନିଜର ଜାଙ୍ଗଲ ମାରସୁ ପାଇଡେଲ।।
ଆମେ କମାଲେ ଖାଏସୁ ରାତି ଆମର ସେ ସୁଇସୁ ନାଇଁ ଥାଏ କିଛି ଚିନ୍ତା,
ତୁମେ ତ ସାରା ଦିନ ରାତି ହିସାବ କରୁଛ କେତେ ଆଏଲା କେତେ ଗଲା କେନ୍ତା।।
ତୁମର ଲାଗି ଅଛେ କେତେ କେତେ ବନିଛେ ପାର୍କ,ଦେଖି କରି ସୁଖ ପାଏସ କେତେ ଆସ।।
ଆମର ଲାଗି ଭାଇ ଅଛେ ଆମର ମାଟିର ମହକ, ସବୁ ବେଳେ ଦିଶୁଛେ ସୁନ୍ଦର କରସୁ ଆମର ଚାଷ।।

ଟୋନିସ ରୋହିଦାସ
ପାମରା, ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫