Sahitya Jibana

Portal on odia literature

ମଣିଷ ଜୀବନ – କାଞ୍ଚନ ସାହୁ

1 min read

ମଣିଷ ଜୀବନ ଅଟେ ବାସି ଫୁଲ ପରି
ଦିନେ ନା ଦିନେ ଯେ ସିଏ ଆପେ ଯିବ ଝରି ।।
ଯେତେ ଦିନ ରହିଅଛ ଏଇ ଦୁନିଆଁ ରେ
ପୁନ୍ଯ କର୍ମ କରିଚାଲ ପ୍ରତି ମୁହୂର୍ତ୍ତରେ ।।
କିଏ ଜାଣେ କେତେ ବେଳେ ଆସିଯିବ ଝଡ
ସବୁ କିଛି ଦବ ଜାଳି ସମୟର ମୋଡ ।।
ଦୁନିଆଁକୁ ଆସିଛନ୍ତି କିଛି ଦିନ ପାଇଁ
ଚାଲିଯିବା ଦିନେ ଏଠୁ ସବୁ ଥୋଇ ଦେଇ ।।
କୋଉ କାରଣରୁ ଗର୍ବ ଅହଂକାର ଏତେ
ରହିନାହିଁ ରହିବନି କିଛି ଆମ ହାତେ ।।
ସବୁ କିଛି ମୋହ ମାୟା ଅଟେ ଏ ସଂସାରେ
ଦେହକୁ ଛାଡି ବି ଆତ୍ମା ଚାଲିଯିବ ଦୂରେ ।।
ନିଜ ପାଇଁ ଯଦି କେବେ ଚାହୁଁଥାଅ ଭଲ
ଅନ୍ୟର ମଙ୍ଗଳ ପାଇଁ କର୍ମ କରି ଚାଲ ।।
ନିରିହ ଓଠରେ ଯଦି ହସ ଆଣିଦେଲ
ଜୀବନ ଯୁଦ୍ଧରେ ତମେ ଆପେ ଜିତିଗଲ ।।

କାଞ୍ଚନ ସାହୁ ( ବର୍ଷା )
ଅତଲାପୁର୍ , ବାଲିପାଟଣା
ଯାଜପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?