Sahitya Jibana

Portal on odia literature

ଅଂଶୁଘାତ ପ୍ରତି ସାବଧାନ – ଅନ୍ତର୍ଯ୍ୟାମୀ ସାହୁ

1 min read

ମାଡି ଆସୁଅଛି ଗ୍ରୀଷ୍ମ ସମୟ
ଡହଳ ବିକଳ ଖରା ,
ନଦୀ ନାଳପାଣି ସବୁ ଶୁଖିଳାଣି
ଉତ୍ତପ୍ତ ପିଣ୍ଡରେ ଧରା ।୧।
ସହି ହେଉନାହିଁ ସୂର୍ଯ୍ୟଙ୍କ ଉତ୍ତାପ
ଦିନୁ ଦିନ ବଢ଼ିଯାଏ,
ଜୀବଜଗତଙ୍କ ପାଇଁ ଏହି ତେଜ
ଅଧିକ ଯନ୍ତ୍ରଣା ଦିଏ ।୨।
ସେଥିପ୍ରତି ଧ୍ୟାନ ଦେବା ହେ ସୁଜନ
ଯେବେ ବାହାରକୁ ଯିବ,
ମୁଣ୍ଡରେ ପଗଡି ପାଦରେ ଚପଳ
ପାଣି ବୋତଲକୁ ନେବ ।୩।
ଘରୁ ବାହାରିବା ବେଳେ ଧ୍ଯ।ନଦେବେ
କାଲେ ଦେହୁ ଜଳଶୁନ୍ୟ,
ନ ହୋଇବା ପାଇଁ ଥଣ୍ଡା ସରବତ
ଦହି ,ପଖାଳ ସେବନ । ୪ ।
ଟାଣ ଖରା ଦେଖି ବୃକ୍ଷ ଛାଇ ତଳେ
ବିଶ୍ରାମ ଟିକେ କରିବା,
ଖରା କମିଗଲେ ଗନ୍ତବ୍ୟ ପଥରେ
ପୁଣିଥରେ ଚାଲିଯିବା ।୫।
ବହୁ ମୂଲ୍ୟବାନ ଅଟେ ଏ ଜୀବନ
କ୍ଷଣ ଭଙ୍ଗୁର ଶରୀର,
ତଥାପି ଜାଣିଣ ଅବହେଲା କଲେ
ଚାଲିଯିବ ଏ ଜୀବନ । ୬।

ଅନ୍ତର୍ଯ୍ୟାମୀ ସାହୁ
ପଲମ, କେସିଙ୍ଗା , କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?