Sahitya Jibana

Portal on odia literature

ତମକୁ ମୋ ରାଣ – ସୁରେଶ ଚନ୍ଦ୍ର ମହାନ୍ତ

1 min read
seashore under white and blue sky during sunset

ତମକୁ ମୋ ରାଣ
ବିବାହ ପରେ ବାରମ୍ବାର
ଚିଠିରେ ଲେଖ ନାହିଁ
ବହୁତ ଭଲ ପାଏ ବୋଲି !
ତମକୁ ରାଣ, ମୋତେ ଭାବନି
ମେରୀ ଆନ୍ତୋଇନେ ରାଣୀ
ବହୁତ ପ୍ରଭାବଶାଳିନୀ ଯେ
ଦୁର୍ବଳତା ର ସୁବିଧା ଦେଖି
ପ୍ରିୟମାନଙ୍କୁ ସୁଯୋଗ ଦେବ
ସ୍ୱାମୀ ଲୂଇଙ୍କୁ ଭୁଲାଇ !
ତମକୁ ମୋ ରାଣ – –
ପାଇବ ପ୍ରଶଂସା ଅନେକ
ସାଧୁ ସଚୋଟ ଦେଖାଇ
ନିଅ ପ୍ରିୟତମା କରି
ଖାଦିଜା ଙ୍କୁ ମହମଦ ପରି
ଅତୀତକୁ ଭୁଲି ଯାଇ !

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, କେନ୍ଦୁଝର