Sahitya Jibana

Portal on odia literature

ଶେଷ ଚିଠି – ସୁରେଶ ଚନ୍ଦ୍ର ମହାନ୍ତ

1 min read

ମୋ ମନ ପ୍ରାଣେ
ମନେ ଅଛି ସୁନ୍ଦର ସନ୍ଧ୍ୟା
ଆଉ କଳ୍ପନା ଜଳ୍ପନାରେ
ସେଦିନର ଭୀମକୁଣ୍ଡ ଦେଖା !
ଜୁଇ, ଜାଇ, ହେନା, ମଲ୍ଲୀ
ତମେ ଅଛ ଆଲବମରେ
ଅଛ ପ୍ରତିଟି ପୃଷ୍ଠାରେ ବି
ମୋ ଗୁପ୍ତ ଡ଼ାଇରୀରେ !
ମିଠା ପିଠା ମକର ଯାତର
ଜୁଇ, ଜାଇ, ହେନା, ମଲ୍ଲୀ
ତମେ କଣ ଭୁଲି ଗଲ
ଦେଲନି କେହି ବି ଚିଠି ?
ଜୁଇ, ଜାଇ, ହେନା, ମଲ୍ଲୀ
ନବ ବର୍ଷର ନେବ ଅଭିନନ୍ଦନ
ଜଣାଇବ ଗୁରୁଜନଙ୍କୁ ପ୍ରଣାମ
କୁନାକୁନିଙ୍କୁ ମୋ ସ୍ନେହାଶିଷ !
ଆଶା ଭଲ ରେ ଥିବ
ଦେବ ନିଶ୍ଚୟ ମକର ଭେଟି
ତମକୁ ମୋ ରାଣ
ଏହା ମୋର ଶେଷ ଚିଠି !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?