Sahitya Jibana

Portal on odia literature

ରୁମାଲ୍ – ତରଙ୍ଗ ଚଣ୍ଡି

1 min read

କେତେ ସରାଗରେ ଦେଇଥିଲ ତୁମେ

ନବ ବରଷ ର ଭେଟି
ଭଲପାଏଁ ବୋଲି ରୁମାଲ ରେ ନିଜେ
ଦେଇଥିଲ ତୁମେ ଲେଖି ।।୧

ଦିନେ ନ ଦେଖିଲେ ଖୋଜୁଥିଲ ମୋତେ
ପାଗଳୀନି ତୁମେ ହୋଇ
ସବୁ ପରିସୀମା ଲଂଘି ଦେଇଥିଲ
ଆମରି ପୀରତି ପାଇଁ ।।୨

ଆଶା ଥିଲା ମୋର ଗଢିବି ଦେଉଳ
ସାଙ୍ଗରେ ତୁମକୁ ନେଇ
ସବୁ ଆଶା ମୋର ଧୂଳିସାତ ହେଲା
ତୁମରି ଅବୁଝା ପାଇଁ ।।୩

ମୁହଁ ମୋଡି ଦେଇ ଛାଡିଗଲ ପ୍ରିୟା
ଦୂର ଦେଶେ କରି ଘର
ମଧୁର ସଂପର୍କେ ଫାଟ କରି ଦେଲ
ଧରି ନେଇ କଥା ପର ।।୪

ଦୁନିଆ କହୁଛି ତିକ୍ତତା କାରଣ
ତୁମ ଦିଆ ଉପହାର
ପ୍ରେମରେ ରୁମାଲ ଉପହାର ଦେଲେ
ରହେ ନାହିଁ କାଳେ ଚିର ।।୫

ତଥାପି ସାଇତି ରଖିଅଛି ପ୍ରିୟା
ତୁମ ଦିଆ ରୁମାଲ ଟି
ଆଖି ଲୁହ ପୋଛି ଅନେଇ ରହିଛି
ତୁମ ଲେଉଁଟା ପାଦ ଟି ।।୬

ତରଙ୍ଗ ଚଣ୍ଡି

କଳାହାଣ୍ଡି

Email: chandiprasad881@gmail.com

 

Copyright © Sahitya Jibana | Newsphere by AF themes.
Open chat
Hello
How can you help we?