ବନ ଉପବନ – ମାନସ ରଞ୍ଜନ ମିଶ୍ର
1 min readମନେ ନିଆଁ ଲାଗିଲେ ସମସ୍ତେ ଜାଣନ୍ତି
ବନେ ନିଆଁ ଲାଗିଲେ କେହିି ତ ନାହିଁ ।
ମନର ବେଦେନ ପ୍ରକାଶ କରି କି
ପାଇ ଅଛି କେତେ ସୁଖ
ବନର ବେଦନା କାହାକୁ କହିବ
ତାର ପଡ଼ି ଅଛି ଦୁଃଖ ।
ମନ ସିନା ଅଟେ ସବୁଠୁ ନିଷ୍ଟୁର
ଜାଣି ଅଛ ତମେ ଭାଈ ।
ବନ କାଠ ଦିନେ ଆମକୁ ଲାଗିବ
କହାକୁ କହିବୁ ଯାଇ ।
ବନର ମଳୟ ପବନ
ଦେଖି ସନ୍ତୁଷ୍ଟ ଜନ ମନ ।
ମନର କେତେ ଯେ ଭାବନା
କହାକୁ କହି ଭି ପାରେ ନା ।
ବନ ରେ କେତେ ପଶୁ ପକ୍ଷୀ
ଆନନ୍ଦ ଭାବେ ବିଚରନ୍ତି ।
ଶରୀର ମଧ୍ୟେ ମନ ସକ୍ଷୀ
ସେ ଖାଲି ପ୍ରେମେ ଆଚରନ୍ତି ।
ବନରେ ପ୍ରାଣୀ ଜନେ ଶୁଖି
ବନରେ ବସା ବାନ୍ଧିଛନ୍ତି ।
ମନରେ ଖାଲି ଯେ ଅଶାନ୍ତି
ମନକୁ ଧରି ନ ପାରନ୍ତି ।
ବନ ଯେ କେତେ ଉପଶମ
ନୁହଁଇ ମନ ତା ସମାନ ।
ମନ ତୁ ବୁଝି ଯାରେ ଭାଈ
ସର୍ବ ଶ୍ରେଷ୍ଠ ବନ ଯେ ଅଟଇ ।
ବନ ଯେ ଅମୃତ ସମାନ
ଦେଖି ସନ୍ତୋଷ ଭଗବାନ
ମନ ଯେ ବିଷର ସମାନ
ତାକୁ ଡରନ୍ତି ପ୍ରାଣୀ ଗଣ ।
ମାନସ ରଞ୍ଜନ ମିଶ୍ର
ସୁନ୍ଦରଗଡ଼