Sahitya Jibana

Portal on odia literature

ପ୍ରବାସୀ ଭାଉଜ- ଶାଶ୍ଵତୀ ରାଉତ

1 min read

 

               ମୁଁ ଶୋଇଥାଏ,ପଢିଥିବା ସେ ସ୍କୁଲ ଘର ର ଆଜ୍ବେଷ୍ଟସ୍ କୁ ମୁହଁ କରି,କ୍ୱାରେଣ୍ଟାଇଁନ୍ ସେଣ୍ଟର ର ସଫା ଚଦର୍ ଟଣା ସେ ଖଟ ଉପରେ। ସ୍କୁଲ ଘର ର ଚାରିକାନ୍ଥ ଆଉ ଦୁଇ ଜଣ ଅନ୍ତଃବାସୀ ଙ୍କ ସହ କେତେଜଣ ସ୍କୁଲ ଆଉ ଅଙ୍ଗନୱାଡ଼ି ଶିକ୍ଷାବିତ୍ ହିଁ ନଜର ଆସୁଥାନ୍ତି।ପୁରା ବନ୍ଦୀ ଜୀବନ କାଟୁ ଥାଏ।ମୋ ମୋବାଇଲ୍ ଖଣ୍ଡକ ବି ମୋ ସହ ଥକି ସାରିଥାଏ।ବିରକ୍ତି ର ଭାବ ସହ ବାଙ୍ଗାଲୋର ରେ କାଟୁଥିବା ସହରୀ ଅୟେଶି ଜୀବନ କଥା ମନେ ପକେଇ ଚାଲେ।।କେମିତି ମୁଁ ଆଉ ମୋ ସାଙ୍ଗ ମନେ ସପ୍ତାହ ଶେଷ ରେ ନୂଆ ଜାଗା ବୁଲି ଯାଉ ଆଉ ମଉଜ ମସ୍ତି କରୁ।  ଅନ୍ଧାର ରାତି ର ଫାଙ୍କା ରାସ୍ତାରେ ମାଦକ ଭରା ରଡି ସହ ଲମ୍ବା ବାଇକ୍ ଯାତ୍ରା । ଅଫିସ୍ ତଳ ଚା ଦୋକାନରେ ଚଟ ପଟା ଗପ,ସହକର୍ମୀ ଙ୍କ ସହ ଥଟ୍ଟା ତାମସା ସବୁ ଆଖି ଆଗରେ ନାଚୁଥାଏ।ଏଇ କିଛି ଦିନ ତଳେ, ମୁଁ ଘରକୁ ଫେରିଥାଏ। ଏ ଲକ୍ ଡାଉନ୍ ରେ, ବନ୍ଦ ଘରେ ଏକା ରହି ରହି ଭଲଲାଗିଲା ନି,ଭାବି ଥିଲି ଗାଁ ରେ ଟିକେ ବୁଲି ଦେଇ ଆସିବ କୁ ।ଆଉ ଆସିଲି ଫ୍ଲାଇଟ ଟିକଟ କରି,ବାଙ୍ଗାଲୋର ରୁ ଉଡାଜାହାଜ ରେ ଭୁବନେଶ୍ୱର ଆଉ ଭୁବନେଶ୍ୱର ରୁ ବସ୍ ଯୋଗେ ସିଧା କୁରେଣ୍ଟାଇଁନ୍ ସେଣ୍ଟର୍।ହାତ ରେ ଖଣ୍ଡେ ଆଉ କାନ୍ଧରେ ଖଣ୍ଡେ ବ୍ୟାଗ୍ ଧରି ଓଲେଇଥିଲି। ଅଫିସ୍ ର କାର୍ଯ୍ୟ ବ୍ୟସ୍ତତା ସହ ଦୁଇ ବେଡ୍ ରୁମ୍ ବିଶିଷ୍ଟ ଚକା ଚକ ମୋଜାକି ଘରେ ଜୀବନ ବିତାଉଥିବା ମତେ, ଏ କ୍ୱାରେଣ୍ଟାଇନ ସେଣ୍ଟର୍ କୋଉ ଜେଲ୍ ଠୁ କମ୍ ଲାଗୁ ନଥାଏ।କ୍ୱରେନ୍ତାଇଁନ୍ ସେଣ୍ଟର୍ ମାନେ ମହାମାରୀ କାରଣ ରୁ ପ୍ରବସୀ ଙ୍କ ଦ୍ଵିତୀୟ ଘର।ଏଠି ବାଙ୍ଗାଲୋର ପରି ନା ଦାମୀ ରେଷ୍ଟରାଁ ର  ପାଟି ସୁଆଦିଆ ଖାଇବା ଅଛି ନା ଚବିଶ ଘଣ୍ଟିଆ ଇଣ୍ଟରନେଟ୍ ନା  4k ଟିଭି ଖଣ୍ଡେ। ଧେତ୍ ମୁଁ ତ ପୁରା ପାଗଳ ହେଇଗଲାଣି।ରୁମ୍ ସହ ଲାଗିଥିବା ଟଏଲେଟ୍ ର ଅଭ୍ୟାସ ଥିବା ମୋତେ ବି ଏଠି ଭାରି ଅସୁବିଧା ହଉଥାଏ ।ହେଲେ କଣ ବା କରିବି? ଏ ମହାମାରୀ ର ଭୟାବହତା କୁ ବୁଝି ସରକାର ଙ୍କ ଆଇନ୍ ମନିବା ରେ ଲାଗିଥାଏ।ଯାହା ହଉ,ଆଉ ମାତ୍ର ଦିନ ଟିଏ ଅଛି ମୋ ର ଚଉଦ ଦିନ ପୁରିଯିବ,ଆଉ ଏ ବନ୍ଦୀ ଜୀବନରୁ ମୁକ୍ତି ବି ମିଳିଯିବ।ଏମିତି ଭାବି ଆଖି ଲଗିଯାଇଥାଏ।

       କିଛି ସମୟ ପରେ , ବୋଉ ସହ କିଛି ଲୋକଙ୍କ ମିଶ୍ରିତ ସ୍ୱର ଶୁଣି ନିଦ ଭାଙ୍ଗିଲା।ମତେ ସେ ଦେଖା କରି ଆସି ନଥାଏ ! ଗାଁ ଅଙ୍ଗୱାଡ଼ି କେନ୍ଦ୍ର ର ମୁଖ୍ୟ କର୍ମୀ ହିସାବରେ ,ସରକାରୀ ଆଦେଶରେ ତା କର୍ତ୍ତବ୍ୟ କରି ଆସିଥାଏ।ଯାହା ହେଉ ପଛେ ସରକାର ଙ୍କ ଦୟାରୁ, ଦୂର ରୁ ହଉ ପଛେ ତାକୁ ଦେଖି ତ ପାରୁଥିଲି। କଥା କିନ୍ତୁ ଫୋନ ରେ ହିଁ ହେଇ ପରୁଥାଏ। ଆଖି ମକଚି ଅନେଇବାକୁ ଚେଷ୍ଟା କରୁଥାଏ।ପୁଣି ବୋଧେ କେଉଁ ନୂଆ ଅନ୍ତେବାସୀ। ହଁ, ହାତରେ ଅଲିଭା କାଳି ର ଷ୍ଟାମ୍ପ ନେଇ ପୁଣି ଜଣେ କେହି ଆସିଥାଏ।ମୋ ପାଖ ବେଡ୍ ଦୁଇଟା ଖାଲି ଥାଏ। ସରପଞ୍ଚ ଙ୍କ ଆଦେଶ ରେ ଲୋକଟା ଆସି ବେଡ୍ ରେ ବସିଲା, ପଛେ ପଛେ ତାର ମୁଣ୍ଡରେ ଓଢଣା ଦେଇ ଶିଶୁ କୁ କୋଳରେ ଧରି ପ୍ରସବା ମହିଳା ଆସୁଥାନ୍ତି।ଲୋକଟି ର ମୁହଁ ଚିହ୍ନା ଚିହ୍ନା ଲାଗୁଥାଏ, ହେଲେ ଚିହ୍ନା ପଡୁ ନଥାଏ। ମୁଁ ସେମିତି ବେଡ୍ ରେ ଶୋଇ ସେ ମୁହଁ କୁ ଉଣ୍ଡି ଚାଲିଥାଏ। ଖରା ରେ ସିଝି ଯାଇଥିବା ମାସ୍କ୍ ଢଙ୍କା ମୁହଁ ର ସେ ଆଖିରେ  ନିରାଶ ଆଉ କ୍ଲାନ୍ତ ର ମିଶ୍ର ଚିତ୍ର ଉଙ୍କି ମାରୁଥାଏ।କ୍ଷୀଣ ଶରୀର  କୁ ମଇଳା ଦାମୀ ଫୁଲ ସ୍ଲିଭ୍ ସାର୍ଟ ଆଉ ବାଦାମୀ ଦିଶୁଥିବା ଡେ ନିମ୍ ଜିନସ୍ ଖଣ୍ଡେ ଲୁଚେଇବାକୁ ଚେଷ୍ଟା କରି ଚାଲିଥାନ୍ତୀ। ପାଦରେ ଥିବା ସେ ପୁରୁଣା ଲେଦର୍ ସୁ ବି ଥକି ପଡ଼ିଥିବା ସଫା ଦିଶୁଥାଏ।ସେ ସେମିତି ବସିଥାନ୍ତି ନିର୍ବାକ,ନିଶ୍ଚଳ ହେଇ।ମୁଁ ଜାଣିବାକୁ ଚେଷ୍ଟା କରୁଥାଏ ସେ କିଏ? ଆଉ ପୁଣି ବିଫଳ ହୁଏ।ଉଠି ମୁହଁ ଧୋଇବାକୁ ବାହାରିଲି,ପାଖ ଅସ୍ଥାୟୀ ବେଶିନ୍ ପାଖକୁ,ଗଲା ବେଳେ ଟିକେ ବୁଲିଚାହିଁଲି, ମୁଁ ନହେଲେ ନାହିଁ କାଳେ ସେ ମତେ ଚିହ୍ନି ନବ ଭାବୁଥାଏ।ହେଲେ ନା, ସେ କେଉଁ ଭାବନା ରେ ହଜି ଯାଇଛି।ମୋ ପ୍ରତି ଟିକେ ବି ନିଘା ନାହିଁ।ମୁଁ ମୋ କାମ ସାରି ପୁଣି ବେଡ୍ କୁ ଫେରିଲି।ସାମ୍ନା ଝରକା ଫାଙ୍କ ରେ ଅନେଇ ମୁଁ ଗଦ ଗଦ ହଉଥାଏ।  ଦିନକ ପରେ ମୋର ଏଠୁ ମୁକ୍ତ ହବାର ଥାଏ ଆଉ ସେ ମୁକ୍ତି ର ମୁହୂର୍ତ୍ତ କୁ ସାଥି କରି ମୁଁ ଉତ୍ସହିତ ହେଇ ଉଠୁଥାଏ।ସବୁଦିନ ପରି ଆଜି ଏତେ ଏକୁଟିଆ ଲାଗୁ ନଥାଏ। କ ଅଁଳା ଛୁଆଟା ର କାନ୍ଦ ମୋ ଭାବନା ରେ ପୂର୍ଣ୍ଣ ଚେଦ୍ ଦେଲା।ସଜାଡି ହେଇ ବେଡ୍ ଉପରେ ଗୋଡ଼ ଲମ୍ବେଇ ବସିଲି, ସେ ଲୋକଟି ର ସ୍ୱର ଶୁଭିଲା।ସେ ଏବେ ଭାବନା ରୁ ବାହାରି ସାରି,ମତେ ଚିହ୍ନା ଦେଉଥାଏ,ଆଉ ମୁଁ ବି ସ୍ୱର ର ପଛେ ଧାଇଁ ତାଙ୍କ ମୁହଁ କୁ ଖୋଜିପାଇ ସାରିଥାଏ। ଆମ ଗାଁ ର ବଇନ! ସେ ତା ସ୍ତ୍ରୀ ଆଉ ତାଙ୍କ କୁନି ଛୁଆ ଟା ସହିତ ପରିଚିତ କରେଇଲା। ଗୋରା ମୁହଁ ଟା ତାର ପୁରା କଳା ପଡି ସାରିଥିଲା,ମୁଁ ଚିହ୍ନି ଥାନ୍ତି ବା କେମିତି?

          ବୟସ  ତେଇଶି ଚବିଶ ହବ,ପାଖା ପାଖି ମୋରି ବୟସ ର ପିଲାଟିଏ।ମୁଁ ଦ୍ଵାଦଶ ରେ ପଢିଲା ବେଳ ଠୁ ଦେଖୁଚି ସେ ଓଡ଼ିଶା ବାହାରେ କାମ କରେ।ଗାଁ କୁ ଆସିଲେ ତା ଠାଣି ପୁରା ଅଲଗା ପ୍ରକାର ର ଥାଏ।ସେ ଗାଁ କୁ ଆସିଲେ ପ୍ରଥମେ ଭୋଜି ଟେ ଦିଏ ଆମ ସାଙ୍ଗମାନଙ୍କୁ। ଯେବେ ବି ଗାଁ କୁ ଆସେ ସବୁବେଳେ ଭଳି ଭଳି ଦାମୀ ସାର୍ଟ କୁ ଦାମୀ ପ୍ୟାଣ୍ଟ, ହାତରେ ଥାଏ ବଡ଼ ସ୍କ୍ରିନ୍ ଟଚ୍ ମୋବାଇଲ୍ ଖଣ୍ଡେ ପାଦରେ ସବୁବେଳେ ଜୋତା।ଆମକୁ ବୁଲିଥିବା ପାର୍କ ର ଫୋଟୋ ସବୁ ଦେଖାଏ।କୋଉଠି କାମ କରୁଚି ପଚାରିଲେ କୁହେ ଗୋଟେ ବଡ଼ କମ୍ପାନୀ ରେ ଅଛି ବୋଲି ହେଲେ କାମ କଥା ପଚାରିଲେ କୁହେ ତମେ ବୁଝିପାରିବ ନି।ଆମେ ବି ତା କଥା ଶୁଣି ବେଶୀ କିଛି ପଚାରୁନି।ବେଳେ ବେଳେ ସେ ନଥିଲା ବେଳେ କଥା ହଉ ,ବଇନ ଟା ର ଭାଗ୍ୟ କେତେ ଭଲ ଆଉ ସେ କେତେ ଷ୍ଟାଇଲ ରେ ବଞ୍ଚୁଚି। ତା ଷ୍ଟାଇଲ ଆଉ ମୋବାଇଲ୍ ପାଇଁ ସେ ଅନେକ ଝିଅଙ୍କ ସହ ଗପରେ ଲାଗେ ଆଉ ଆମେ ବାକି ସାଙ୍ଗ ମାନେ ଈର୍ଷା ସହିତ ପାଠ ଆଲୋଚନାରେ ଲଗିଯାଉ।ଏମିତି ମୋ ଇଞ୍ଜିନୟରିଂ ର ଶେଷ ବର୍ଷ ପରଠୁ ମୁଁ ବାଙ୍ଗାଲୋର ପାଲେଇଆସିଥିଲି। ବଇନ ତା ନମ୍ବର ବଦଳେଇଦେଇଥିଲା। ତା ସହ ବି ମୋ ର ଆଉ କେବେ ଦେଖା ହେଇନଥିଲା।ଆଉ ଆଜି ତାକୁ ଏମିତି ଦେଖି କାବା ହେଇଯାଉ ଥାଏ।ଏଇ କେତେ ମାସ ତଳେ , ଶୁଣିଥିଲି ! ସେ ପାଖ ଗାଁ ର କୋଉ ଝିଅ କୁ ନେଇ କୁଆଡେ ପଳେଇଥିଲା। ଝିଅଟା କିଏ ବି ମୁଁ ଜାଣି ନଥାଏ।ଯାହା ହଉ ସୁଖ ଦୁଃଖ ପଚରା ପଚାରି ହେଲୁ।କହିଲା ଏଇ ଦୁଇ ଦିନ ହେଲା ତା ଛୁଆ ଟା ହେଇଚି,ଶ୍ରମିକ ସ୍ପିସିଆଲ୍ ଟ୍ରେନ ରେ। ପୋଲିସ୍ ସହୟତାରେ ବାଟରେ କୋଉ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏଠାକୁ ଅଣାଯାଇଛି। ତା ପ୍ରଥମ ସନ୍ତାନ ପ୍ରାପ୍ତି ରେ ସେ ବହୁତ୍ ଖୁସି ବୋଲି କହୁଥାଏ।ତା ଦୁଃଖ ସେ କହୁ ତ ନଥାଏ ହେଲେ ତା କ୍ଷୀଣ ଶରୀର ସବୁ ବର୍ଣ୍ଣନା କରି ଚାଲିଥିଲା।ମୁଁ ବି ତା ଏମିତି ଅବସ୍ଥା ଦେଖି କଣ ବା ପଚାରିବି ଭାବି ଚୁପ୍ ରହୁଥାଏ।ଏତିକି ରେ, ସେ ତା ସ୍ତ୍ରୀ ସହ ମତେ ପରିଚିତ କରାଇଲା । ମୁଁ ତାକୁ କହୁଥାଏ,ଆମ କୁ କଣ ଭାଉଜ ମୁହଁ ଦେଖେଇବନି କି ?ଅଳ୍ପ ହସି, ସେ ତା ମୋବାଇଲ୍ ବାହାର କରି ଦେଖାଏ,ମୋବାଇଲ୍ ର ଆକାର ଆଉ ପ୍ରକାର ବି ତା ପରି ବଦଳି ସାରିଥାଏ। ଛୋଟ, କାଚ ଫଟା ,ସ୍ଵିଚ୍ ଫୋନ ଖଣ୍ଡେ।ଆଉ ସେଥିରେ ଥିବା ସେ ଝାପସା ମୁହଁ ଟା ଦେଖି ମୁଁ ପୁରା ଚକିତ ହେଇଉଠେ। ତା ସ୍ତ୍ରୀ କୁ ମୁଁ ମୋ ପାଖ ଫ୍ଲାଟ୍ ରେ ଦେଖିବା ପରି ଲାଗେ। ବଇନ କୁ ପଚାରେ ସେ କୋଉଠି ରହୁଥିଲା ବୋଲି? ଆଜି ସେ ସଫା କୁହେ ମୋ ଝରକା ପାଖ ସେ ବସ୍ତି ର ଠିକଣା।ମୁଁ ନିଶ୍ଚିତ ହୋଇଯାଏ ,ହଁ ତା ସ୍ତ୍ରୀ କୁ ମୁଁ ଭଲ ସେ ଚିହ୍ନିଚି ବୋଲି ।ମୋ ଆଖି ଆଗରେ ନାଚି ଯାଏ ତା ସ୍ତ୍ରୀ ସହ କଥା ହେଇଥିବା ହିନ୍ଦୀ ରେ କେଇପଦ କଥା ଆଉ କେତେ ଟା ମୁହୂର୍ତ୍ତ ।

                 ଏଇ ଗାଁ କୁ ଆସିବାର ପୂର୍ବର କଥା,କୌଣସି କାରଣ ବଶତଃ ମୁଁ ମୋ ରୁମ୍ ବାହାରେ ବସିଥାଏ।ଆଉ ଶୁଣେ ପଡୋଶୀ ସହ ତାଙ୍କ କାମବାଲୀ ଙ୍କ କିଛି ଝଗଡ଼ା ହଉଚି।ପଡୋଶୀ ମତେ ଦେଖିନିଅନ୍ତି ଆଉ କହୁଥାନ୍ତି ମୁଁ ଭଲ କରିଚି କାମବାଲୀ ନ ରଖି।ମୁଁ ହସି ଦେଇ ସେମିତି ବସିଥାଏ।କାମବାଲୀ କୁ ବାହାର କରି ସେ ତାଙ୍କ କବାଟ ଧଡ କରି ବନ୍ଦ କରିଦେଲେ ।ମୁଁ ଶବ୍ଦ ଶୁଣି ତାଙ୍କ ଘର ଆଡେ ଅନାଏ,ଦେଖି ଆଶ୍ଚର୍ଯ୍ୟ ହୁଏ ଜଣେ ଗର୍ଭବତୀ ଅଳ୍ପବୟସ୍କା ଝିଅଟେ।ମୁହଁ ରେ ପଶ୍ଚାତପ ର ଭାବ।ତାକୁ ଦେଖି ଦୁଃ ଖ ଲାଗେ। ସେ କାଇଁ କେଜାଣି ନିଜର ଲାଗିବାରୁ ,ତାକୁ ଏମିତି ଅବସ୍ଥା ରେ ଏ କାମ ନ କରିବାକୁ ପରାମର୍ଶ ଦେଉଥାଏ। ସେ କାନ୍ଦ କାନ୍ଦ ହେଇ କହି ଚାଲିଲା ତା ଦୁର୍ଦ୍ଦଶା ର କାହାଣୀ ଘରେ ମୁଠାଏ ଚାଉଳ ପଡ଼ିଛି ଆଉ ତା ସ୍ବାମୀ ଦେହ ଭୀଷଣ ଖରାପ୍ ,ପାଖରେ ତାର ଟଙ୍କା ଟିଏ ବି ନାହିଁ, ଏପଟେ ତାଙ୍କ ଉଚ୍ଚଶିକ୍ଷିତ ମାଲିକାଣୀ ତା ବାକେୟା ପାଉଣା ଦଉନାହଁନ୍ତି ।ପୁଣି ଯୋଡେ , ସ୍ବାମୀ ତାର ରଙ୍ଗ ଫାକ୍ଟ୍ରି ରେ କାମ କରେ।ରଙ୍ଗ ର ବିଷାକ୍ତ ଗନ୍ଧ ରେ ଦିନ କୁ ବାର ତେର ଘଣ୍ଟା କାମ କରେ ଆଉ ବିନା ମାସ୍କ ରେ ଏମିତି କାମ କରିବାରୁ କଣ ଗୋଟେ ଶ୍ୱାସ ରୋଗ ବାହାରିଛି।ଡାକ୍ତର କହିଛନ୍ତି ସେ କାମ ନ କରିବାକୁ।ହେଲେ କାମ ନ କଲେ ଚଳିବୁ କେମିତି?ସ୍ବାମୀ ଡାକ୍ତର କଥା ନ ଶୁଣି ଏବେ ଏମିତି ଅବସ୍ଥାରେ।ଦେହ ଜୋର୍ ରେ ଖରାପ୍ ,ନିହାତି ଟଙ୍କା ଦରକାର।ଆଉ ସ୍ବାମୀ ର ମାଲିକ ବି ଟଙ୍କା ଟିଏ ଦଉନି। ଟଙ୍କା ମାଗିଲେ କହୁଚି ବେପାର ତ ମାନ୍ଦା ପଇସା କୋଉଠି ଆସିବ?..କେହିବି ସାହା ଭରସା ନାହିଁ। ସେ ମତେ, ପଚାରେ ଏବେ ସେ କଣ କରିବ? ଅଳ୍ପ ବୟସ ର ଝିଅଟେ ର କାନ୍ଧ ରେ ପୁରା ଘର ର ବୋଝ ,ତା ପରେ ଏଠି ଚଳି ଗାଁ କୁ ବି ଟଙ୍କା ପଠେଇବା କେତେ କଷ୍ଟ।ଏତେ କଷ୍ଟ ରେ ଭାଙ୍ଗି ନ ପଡି କର୍ତ୍ତବ୍ୟ ପାଇଁ ଆଜି ସେ ଏ ଅବସ୍ଥା କାମ କରି ଆସିଥିବାରୁ ,ମୋ ମୁଣ୍ଡ ତା ଆଗେ ନାଇଁ ଯାଉଥାଏ।ମୁଁ ନିରୁତ୍ତର ରୁହେ।କିଛି ନ କହି ,ପକେଟ୍ ରୁ କାଢି ତା ହାତ କୁ ପାଞ୍ଚଶହ ଟଙ୍କିଆ ଚାରି ଖଣ୍ଡ ବଢେଇ ଦିଏ।ସେ ସଫା ମନା କରେ।ବିନା କାମ ରେ ପଇସାଟିଏ ନବନି, ବୋଲି ସେ ସ୍ପଷ୍ଟ ଜଣାଏ।ଏମିତି ଅବସ୍ଥା ରେ ତା କୁ କାମ କରେଇବାକୁ ମନ ନଥିଲେ ବି ତା ଜିଦି ଆଗେ ହାର ମାନେ,ରୁମ୍ ରେ ପଡ଼ିଥିବା ଅସଜଡା କପଡା ଭାଙ୍ଗି ଦବା କୁ କୁହେ।ସେ ଖୁସି ଖୁସି ସଜାଡି ଦିଏ।ପୁଣି ମୁଁ ତାକୁ ସେ ଟଙ୍କା ତକ ବଢେଇ ଦବାରୁ ସେ କୁହେ ଏତେ ଟଙ୍କା ପାଇଁ ତା ଏତିକି କାମ ଯଥେଷ୍ଟ ନୁହେଁ।ମୁଁ ବହୁ ବାଧ୍ୟ କରି ଶେଷରେ ତାକୁ ଭଉଣୀ ବାନେଇଦେଇଥିଲି ।ଆଉ ମୋ ଭଉଣୀ କୁ ସାହାଯ୍ୟ କରିବା ମୋ କର୍ତ୍ତବ୍ୟ ବୋଲି ଜନେଇଥିଲି। ସେ ମୋ କଥା ନ କାଟି ପାରି ଶେଷରେ ଗ୍ରହଣ କରିଥିଲା।ମୁଁ ଗାଁ କୁ ଆସିବା  ଭିତରେ, ବାରମ୍ବାର ମନା ସତ୍ତ୍ଵେ ଆସି ରୋଷେଇ କରି ଦେଇଯାଉଥିଲା।ଆସିବା ପୂର୍ବରୁ ମୁଁ ଜଣେଇ ଦେଇ ଥିଲି ଆଉ ଦେଖିଥିଲି ସେଦିନ ତା ମୁହଁ ରେ ବିଚ୍ଛେଦ ରେ ଅଙ୍କା ଲୁହ ଧାର ଦିଟୋପା। ଆସିଲେ ଦେଖା ହବ କି ନାହିଁ ସନ୍ଦେହ ରେ ସେ ଥିବା ମୁଁ ବୁଝି ପାରୁଥିଲି।ଆଉ ଭାଗ୍ୟ ର ଖେଳ ଦେଖ!… ଆଜି ଜାଣେ ସେ ମୋ ସାଙ୍ଗ ର ସ୍ତ୍ରୀ।ଦେଖା ହେଇଗଲା ବୋଲି ଖୁସି ହେବ ନା ଭାଙ୍ଗି ପଡ଼ିବ ଜାଣି ପରୁନ ଥାଏ।କିଛି ଦିନ ତଳ ର ଭଉଣୀ ଆଉ ତା ସ୍ବାମୀ ଙ୍କ ଜୀବନ ଏବେ ବିନା ଷ୍ଟାଇଲ ବାଲା ବଇନ କୁ ଦେଖି ମୁଁ ପୁରା ଅନୁଭବ କରୁଥାଏ।ଆଜି ବଇନ ର ସେ ଷ୍ଟାଇଲ ନାହିଁ କି ତା ଚେହେରା ବି ନାହିଁ।କୋଉ ଦୂର ରାଜ୍ୟ ର ସହରୀ ସଭ୍ୟତା ରେ ସେ ନିଜକୁ ହଜେଇ ଦେଇସାରିଛି। ଚକା ଚକ ମୋଜକୀ ଘର ,ଚାଲୁଥିବା ସଫା ଚଉଡ଼ା ରାସ୍ତା,କାମ କରୁଥିବା ସେ ରଂଗା ରଙ୍ଗ ସୁଉଚ୍ଚ କୋଠା ସବୁ ବଇନ ପରି ଶ୍ରମିକ ମାନଙ୍କ ଜୀବନ ର ବଡ଼ ଦାନ ବୋଲି ଏବେ ହୃଦୟଙ୍ଗମ କରୁଥାଏ।ତାଙ୍କ ପରୀଶ୍ରମ ଫଳ ଆମେ ଭୋଗି  କାଇଁ ଏତେ ଗର୍ବିତ?…ଏତେ ପରେ ବି ତା ମୁରୁକି ହସ ଦେଖି.. କାହିଁ କେଜାଣି ମୁଁ ଦମ୍ଭ ହରେଇ, ଅସହାୟ ହେଇ ପଡୁଥାଏ।ମୋ ଏ ବନ୍ଦୀ ଜୀବନ ତାଙ୍କ ପ୍ରତିଦିନ ଜୀବନ ର ସଂଘର୍ଷ ତୁଳନା ରେ ତୁଚ୍ଛ ବୋଲି ଜାଣିପରୁଥାଏ।ଦେଖୁଥାଏ ଏ ସଂଘର୍ଷ ଲିଙ୍ଗ , ଜାତି , ଧର୍ମ , ରଙ୍ଗ କିଛି ଦେଖିନି।ଖାଲି ଜାଣେ ଝାଳ ଆଉ ତା ବଦଳ ରେ ନାଲି ରଙ୍ଗର ଦୁଇ ଖଣ୍ଡ ନୋଟ୍। ଏବେ ବୁଝି ପାରୁ ଥାଏ ତା ହସ ପଛର ଅକୁହା ଯନ୍ତ୍ରଣା କୁ।ସବୁ ପରେ ଏ କ୍ୱାରେନ୍ତାଇନ୍ ର ବ୍ୟବସ୍ଥା ଆଉ କଷ୍ଟ ଦଉ ନଥାଏ। ବଇନ ଆଉ ଭାଉଜଙ୍କ ପରି ପ୍ରବାସୀ ଙ୍କ  ପାଇଁ ମନ ରେ ଗୋଟେ ଅଲଗା ଯାଗା ସୃଷ୍ଟି ହଉଥାଏ ଆଉ ,ଏମିତି ଭାବୁ ଭାବୁ ! ମୁହଁରେ ଇଂହଲାର ଦଉ ଦଉ ବଇନ ର ବାରମ୍ବାର ପଚରା ପ୍ରଶ୍ନ  “କଣ କିଛି କହିଲୁ ନି କିରେ?” କୁ ମୁଁ ସ୍ୱର ଗମ୍ଭୀର କରି ଉତ୍ତର ଦିଏ” ଭାଉଜ ବହୁତ୍ ଭଲ ଲାଗିଲେ।”

ଶାଶ୍ଵତୀ ରାଉତ
ରାଉତ ସାହି
ବଳିପୁଟ
ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?