Sahitya Jibana

Portal on odia literature

ମୋ ପିଲା ଦିନ – ଟୋନିସ ରୋହିଦାସ

1 min read

ହଜିଗଲା କଥା ଆଜି ପଡୁଛି ମନେ
ସେ ଛୁଆ ଦିନର ପୁରୁଣା କଥା ଫେରି
ଆସୁନି ଜୀବନେ…
ଜନମ ହେଲି ମୁଁ ଏ ଗାଁ ମାଟିରେ
ମା ମା ଡ଼ାକି କଥା ଶିଖିଲି…
ଟିକି ଟିକି ପାଦରେ ଚାଲି ମୁ ଶିଖିଲି
ମା ହାତ ଧରି ବାଟ ମୁ ଚାଲିଲି…
ମା ର ସେ ମମତା ଭରା
ସେନେହ ଡୋରି ରେ ମୋତେ
ବାନ୍ଧି ରଖିଛି ପରା…..
ସେଇ ଗଛମୂଳେ ବସି କେତେ ଗୀତ
ମୁ ଜୀବନେ ଶୁଣିଛି
ପିଲା ଦିନ ଆଜି ଭାରି ମନେ ପଡୁଛି…..
କେତେ ଥିଲେ ସାଙ୍ଗ ସାଥି ମେଲ
ସବୁ ଆଜି ଗଲେ କେତେ ଦୂର….
ବହୁତ ଖୁସି ଲାଗୁଥିଲା ସେ ଅଝଟିଆ ବେଳ
ମନ ଜମା କରୁନ ଥିଲା କାହାକୁ ଦୁର….
ସମୟ ସାଥିରେ କିଏ ବା ଥିବ
ଚାଲି ଗଲା ସମୟ ଆଉ କି ବା ଫେରିବ….
ଧୀରେ ଧୀରେ ବୟସ ବଢିଲା
ଧୀରେ ଧୀରେ ମୋ ପିଲା ଦିନ ବିତିଗଲା।।
ଜୀବନ ବାଟରେ କେତେ ଫୁଲ କେତେ କଣ୍ଟା
ମିଳିଯାଏ ହସ ଲୁହର ଗହଣା।।
ଇତିହାସ ପରି ପିଲା ଦିନ ମୋର ରହିଗଲା,
ସମୟ ଯାଉ ଯାଉ ଯୌବନ ଆସିଗଲା।।
ପିଲା ଦିନ କଥା ଭାବି ମନ ହୁଏ ଦୁଃଖୀ
ଆଜିବି ଅଛି ସେଇ ଗାଁ ବରଗଛ ସାଖି।।
ମୋ ଗାଁ ମାଟି ମୋତେ ଭାରି ଡାକୁଛି
ଆ ରେ ପୁଅ ତୁ ଖେଳିବୁ ବୋଲି।।
ତୋ ପାଇଁ ନୀତି ନୀତି ଏ ମାଟି ଝୁରୁଛି।।
ଭାବି ଦେଲେ ଥରେ,ଆଖିରୁ ଲୁହ ଝରେ
ସମୟ ସାଥିରେ ମୁ ଚାଲି ଆସୁଛି ବୟସ ର ବହୁତ ଦୁରେ।।
ମନେ ପଡେ ମୋ ପିଲା ଦିନ ଦେଇ
ଭାବି ଦେଲେ ଥରେ ଏ ମନ କାନ୍ଦଇ।।

ଟୋନିସ ରୋହିଦାସ
ପାମରା,ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?