Sahitya Jibana

Portal on odia literature

ସମ୍ବିଧାନର ଦୁଃଖ – ମାନସ ରଞ୍ଜନ ମିଶ୍ର

1 min read

ମୁଁ ଭାରତୀୟ ସମ୍ବିଧାନ ଭାରତୀୟ ପାଇଁ ବରଦାନ(୨)
ଭାରତ ମୋର ଜନ୍ମସ୍ଥାନ ସଂସଦ ମୋର ଅନୁଷ୍ଠାନ
ମୁଁ ଭାରତୀୟ ସମ୍ବିଧାନ (୨)

ମୁଁ ଅଛି କେତେ ମର୍ମାହତ ଗାଉଅଛି ଅଜି ମୋର ଗୀତ (୨)
ଶୁଣିବ ସାରା ଯେ ଜଗତ , କରିବେ ନିଦାନ ନିଚ୍ଛିତ ।
ମୁଁ ଭାରତ ର ଗୌରବ ,ଭାରତ ମାତାର ପୌରବ (୨)
ଧନ୍ୟ ସେ ବି. ଅର୍ ଆମ୍ବିତକର , ସୃଷ୍ଟି କରିଥିଲେ ମୋହର ,
ମୁ ଭାରତୀୟ ସମ୍ବିଧାନ କରୁଅଛି ଆଜି ନିବେଦନ
ମୁଁ ଭାରତୀୟ ସମ୍ବିଧାନ (୨ )

ମୁଁ ଦେଲି କେତେ ଅଧିକାର , ଆଉ କେତେ ଯେ ସଂସ୍କର(୨)
ଜାତୀୟ ଏକତା ଆମର ,ଗଣତନ୍ତ୍ର ହଉ ଅମର
କେହି ଭୋକିଲା ନ ସାହୁ ,ସମସ୍ତେ ନିଜ ଭାଗ ପାଉ (୨)
କାହାରି ଅଶ୍ରୁ ନ ବହୁ , କେହି ଯେ ଦୁଃଖୀ ନ ରହୁ ।
ମୁ ଭାରତୀୟ ସମ୍ବିଧାନ କରୁଅଛି ଆଜି ନିବେଦନ
ମୁଁ ଭାରତୀୟ ସମ୍ବିଧାନ (୨)

ଧର୍ମ ନିରପେକ୍ଷତା ମୋହର, ସମସ୍ତେ କରନ୍ତୁ ଆଦର
ସମସ୍ତଙ୍କୁ ନ୍ୟାୟ ଉପଚାର, ମୁକ୍ତ କହିବାର ଅଧିକର
ଯବାନ ଆଉ କି କିଶାନ ,ତମେ ପରା ମୋ ସମ୍ମାନ
ରଖି ଦିଅ ଥରେ ମୋ ମାନ, ନ କର ଆଉ ଅଭିମାନ
ମୁ ଭାରତୀୟ ସମ୍ବିଧାନ କରୁଅଛି ଆଜି ରେଦନ
ମୁଁ ଭାରତୀୟ ସମ୍ବିଧାନ(୨)

ଭୁଲି ଗଲୁ କି ସେଦିନ , ଲାସ୍କର କରିଥିଲା ଆକ୍ରମଣ(୨)
ତୁ ପରା ମୋ ଜୀବ ଜିବନ, ରଖିଥିଲୁ ମାଆର ସମ୍ମାନ
ମୁ ଭାରତୀୟ ସମ୍ବିଧାନ କରୁଅଛି ଆଜି ରେଦନ
ମୁଁ ଭାରତୀୟ ସମ୍ବିଧାନ(୨)

ସବୁ ମୂଳର କାରଣ ,ନେତା ବାବୁ ଙ୍କର ଆଚରଣ (୨)
ଖାଆନ୍ତି ମୋର ଯେ କସମ , ଦିଅନ୍ତି ମତେ ଯେ ଜଖମ (୨)
ମୁଁ ଅଟେ ତମ ସମ୍ବିଧାନ , ନ୍ୟାୟ ର ପ୍ରତୀକ ମୁ ଜାଣ
ବାହ୍ୟ ଶତ୍ରୁ ରୁ ରକ୍ଷା କର , ଏତକି ମୋର ନିବେଦନ
ମୁ ଭାରତୀୟ ସମ୍ବିଧାନ ମୋର ନାଗରିକ ଯେ ମୋ ମାନ
ମୁଁ ଭାରତୀୟ ସମ୍ବିଧାନ(୨)

ମାନସ ରଞ୍ଜନ ମିଶ୍ର

ସୁନ୍ଦରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?