Sahitya Jibana

Portal on odia literature

ଅନାଥ ଆଶ୍ରମ – ବିଜୟ କୁମାର ଘଡେଇ

1 min read

ବୟସର ଅପରାହ୍ନରେ ,ରମାଦେବୀ । କେତେବେଳେ ଯେ ମୃତ୍ଯୁ ତାଙ୍କୁ ତାଙ୍କ ପାଖକୁ ଆମନ୍ତ୍ରଣ କରିବ ସେ କଥା ଭଗବାନଙ୍କୁ ହଁ ଜଣା । ରମା ଦେବୀଙ୍କର ମୁଁହରେ ଆଉ ଆଗ ଭଳି ହସ ଦେଖିବାକୁ ମିଳୁ ନ ଥିଲା । ଲାଗୁ ଥିଲା ସତେ କି ସାଧୁ ବାବୁ ଗଲା ଦିନ ଠୁ ସବୁ ସୁଖ ଶାନ୍ତି ତାଙ୍କ ଠୁ ଚାଲି ଯାଇଛି । ସବୁବେଳେ ପୁଅ ବୋହୁଙ୍କ ତାଡନା ଆଉ ବିରକ୍ତିଜନକ କଥାବର୍ତ୍ତା ଶୁଣି ବଂଚିବା ଅପେକ୍ଷା ମରିଯିବା ସବୁଠୁ ଶ୍ରେୟସ୍କର ବୋଲି ମନେ କରନ୍ତି ରମା ଦେବୀ । ପରିବାରରେ ନିଜର ଉପସ୍ଥିତିକୁ ପୁଅ ବା ବୋହୁ କେହି ବି ସମ୍ମାନ ଦିଅନ୍ତି ନାହିଁ । ବୃଦ୍ଧ କାଳରେ ପୁତ୍ର ବଧୂଠୁ ଯେଉଁ ଆଶା ରଖା ଯାଏ ତାହା ପ୍ରାୟ ସନ୍ଦେହ ଜନକ ଥିଲା ।

ମାଆଙ୍କର କୌଣସି ସୁବିଧା ଅସୁବିଧା ପ୍ରତି ଗୁରୁତ୍ୱ ନା ଥିଲା ପୁଅ ରାକେଶର । ସବୁବେଳେ ବାପା ତାଙ୍କ ପାଇଁ କଣ କରିଛନ୍ତି ବୋଲି ବିରକ୍ତିକର କଣ୍ଠରେ କୁହନ୍ତି । ବାପାଙ୍କ ଦ୍ଵାରା କମ୍ପାନୀର ମାଲିକାନାରେ ଥାଆନ୍ତି ରମେଶ । ସବୁବେଳେ ମାଆଙ୍କୁ ଲଗେଇ ପଗେଇ କୁହନ୍ତି । ବାପା ମୋ ପାଇଁ କିଛି ସେମିତି କିଛି ଧନ ସମ୍ପତ୍ତି ରଖି ନାହାନ୍ତି । ବହୁତଗୁଡ଼ିଏ ଟଙ୍କା ଅଯଥାରେ ବିଭିନ୍ନ ଟ୍ରଷ୍ଟ ଆଉ ଅନାଥ ଆଶ୍ରମକୁ ଦାନ କରୁଥିଲେ । ତାଙ୍କର ଦାନ କରିବାର କିଛି ସ୍ୱାର୍ଥ ଥିଲା ବୋଲି ମାଆଙ୍କୁ ପ୍ରଶ୍ନ କରନ୍ତି । ଏମିତି ସନ୍ଦେହ ଜନକ ପ୍ରଶ୍ନରେ ରମା ଦେବୀ ମୁରୁକି ହସି ଚୁପଚାପ୍ ରହି ଯାଆନ୍ତି । ଆଉ ମାଆଙ୍କୁ ଅନେକବାର ରମେଶ ତାଙ୍କ ପ୍ରତି ହେଉଥିବା ମେଡ଼ିସିନ,ଖାଦ୍ୟ,ଆଉ ଲୁଗା ପଟାର ଦୈନିକ ଖର୍ଚ୍ଚର ହିସାବ ଦେଖାଏ । ବୋହୂ ବି କିଛି କମ୍ ନୁହଁ ।ଘରର ବିଭିନ୍ନ କାମରେ ସହଯୋଗ କରିବା ପାଇଁ ଶାଶୁ ସହ ଝଗଡା କରେ । ଖାଇବା ପିଇବାରେ ମଧ୍ୟ ଅବହେଳା ।ଏକ ଅଲୋଡ଼ା ଅଖୋଜା ମଣିଷଟେ ଭଳି ବ୍ୟବହାର କରାଯାଏ ରମା ଦେବୀଙ୍କ ସହ । ହେଲେ କେବେ ବି ମୁହଁ ଖୋଲି କିଛି କହି ନାହାନ୍ତି ପୁଅ ବୋହୂଙ୍କୁ । ବେଳେ ବେଳେ ହୃଦୟକୁ ଅଧିକ ଯନ୍ତ୍ରଣା ହେଲେ ଏକୁଟିଆ ବସି ସାଧୁ ବାବୁଙ୍କୁ ମନେ ପକାଇ ସାନ୍ତ୍ୱନାର ଲୁହ କେଇ ବୁନ୍ଦା ଝରାଇ ଦିଅନ୍ତି । ଆଜି ବି ସେ ସାଧୁବାବୁଙ୍କର କଥାକୁ ତିଳେ ବି ଭୁଲି ନାହାନ୍ତି । ପୁଅକୁ କଷ୍ଟ ହେଲେ ସାଧୁ ବାବୁଙ୍କୁ କଷ୍ଟ ହେବ ବୋଲି ରମା ଦେବୀ ନିରବ ।

ଏମିତି କିଛି ଦିନ ବିତିଗଲାପରେ ପୁଅ ରମେଶ ଆଉ ତାଙ୍କ ସ୍ତ୍ରୀ ଦିନେ ନିଷ୍ପତି ନେଲେ ରମା ଦେବୀଙ୍କୁ ନେଇ ଏକ ଵୃଦ୍ଧାଶ୍ରମରେ ଛାଡି ଆସିବା ପାଇଁ । ତେଣୁ ତାଙ୍କୁ ଏ କଥା ସିଧା କହି ନ ପାରି ପୁଅ ବୋହୂ ଟଙ୍କା ଚୋରି ଭଳି ଏକ ମିଥ୍ୟା ଅପବାଦରେ ତାଙ୍କୁ ଜଡିତ କରି ଝଗଡା ସୃଷ୍ଟି କଲେ । ପୁଅ ମାଆଙ୍କୁ ବୁଝେଇ ସୁଝେଇ ଏକ ଆଶ୍ରମରେ ବାକି ଜୀବନ ସୁଖ ଶାନ୍ତିରେ ବିତେଇବା ପାଇଁ ଅନୁରୋଧ କଲା । ଆଉ ସେମାନଙ୍କୁ ଟିକିଏ ଶାନ୍ତିରେ ବଂଚିବା ପାଇଁ ହାତ ଯୋଡି ନେହୁରା ହେଲା ।
ପୁଅର ମନରେ ଟିକିଏ ବି ଦୁଃଖ ନା ଦେବା ପାଇଁ ରମା ଦେବୀ କୌଣସି ଗୋଟିଏ ବୃଦ୍ଧା ଆଶ୍ରମରେ ରହି ଜୀବନର ବାକି ସମୟ ବିତାଇବା ପାଇଁ ପୁଅକୁ କହିଲେ । ରମା ଦେବୀ ସେଦିନ ରାତିରେ କିଛି ବି ଖାଇଲେ ନାହିଁ । ସାଧୁ ବାବୁଙ୍କ ଫଟୋ ଉପରେ ନିଜର ପଣତ କାନିଟିକୁ ବାରମ୍ବାର ବୋଲାଇ ବାଉଳି କରି କାନ୍ଦୁ ଥାଆନ୍ତି । ରାତି ସାରା ସେ ଆଉ ଶୋଇପାରି ନାହାନ୍ତି ।

ରାତି ପାହିଲା ,ସକାଳୁ ହେଲା । ପ୍ରତିଦିନପରି ରମା ଦେବୀ ସକାଳୁ ସଅଳ ଉଠି ଗାଧୋଆ ପାଧୋଆ ସାରି ଶିବ ମନ୍ଦିର ଚାରିପଟେ ଟିକିଏ ବୋଲି ଆସି ମହାଦେବଙ୍କୁ ପ୍ରାଥନା କରି ପୁଅର ଦିର୍ଘାୟୁ କାମନା କଲେ । ତାପରେ ଘରକୁ ଫେରି ଆଶ୍ରମ ଯିବା ପାଇଁ କିଛି ଲୁଗାପଟା ଧରି ବାହାରି ପଡିଲେ । ପୁଅ ବୋହୁ ତାଙ୍କୁ ନେଇ ନିଜର ସଉଖିନ୍ ଗାଡ଼ିରେ ନେଇ ଆଶ୍ରମକୁ ଗଲେ । ଆଶ୍ରମର ଜଗୁଆଳୀ ଗାଡିର ହର୍ନ୍ ଶୁଣି ଗେଟ ଟିକୁ ଖୋଲିଲା । ଗାଡ଼ିରୁ ଉଲ୍ଲ୍ହାଇ ସେମାନେ ଆଗକୁ ଚାଲିଲେ । ରମା ଦେବୀଙ୍କୁ ଦେଖି ଆଶ୍ରମର ସମସ୍ତ ଅନ୍ତେବାସୀ ନିକଟକୁ ଆସି ହାତ ଯୋଡି ପ୍ରଣାମ ଜଣେଇଲେ । ରମେଶ ଭାବୁଥାଏ ଏମାନେ ମାଆଙ୍କୁ ପ୍ରଣାମ କରୁଛନ୍ତି କାହିଁକି । ସେମାନେ ଆଗକୁ ଚାଲି ଚାଲି ଅଫିସ ଆଡକୁ ଯାଉ ଥାଆନ୍ତି । ଅଫିସ ରୁମ ପାଖରେ ପହଂଚିବା ମାତ୍ରେ ଆଶ୍ରମର ମୁଖ୍ୟ ପରିଚାଳକ ମାନସ ବାବୁ ତାଙ୍କୁ ତାଙ୍କର ସହକର୍ମି ମାନଙ୍କ ସହ ବନ୍ଦାଣ ପୂର୍ବକ ଫୁଲ ତୋଡ଼ା ଦେଇ ସ୍ୱାଗତ କରନ୍ତି । ରମେଶ ବାବୁଙ୍କୁ ଏ ସବୁ ଫର୍ମାଲିଟି ବୋଲି ଭାବୁଥାଆନ୍ତି । ଭିତରକୁ ନେଇ ମାନସ ବାବୁ ନିଜ ଆସନରେ ବସିବା ପାଇଁ ରମା ଦେବୀଙ୍କୁ ଅନୁରୋଧ କରନ୍ତି । ତା ପରେ ରମା ଦେବୀଙ୍କ ନାମ ଆଶ୍ରମର ଆଡ଼ମିଶନ ରେଜିଷ୍ଟ୍ରରରେ ରେଜିଷ୍ଟ୍ରର କରିବା ପାଇଁ ରମେଶ ବାବୁ ଅସହାୟର ପରିଚୟ ଦେଇ ଦସ୍ତଖତ କଲେ ।

ଶେଷରେ ସବୁ କାମ ସାରି ରମେଶ ବାବୁ ଓ ତାଙ୍କ ସ୍ତ୍ରୀ ଘରକୁ ଫେରିବା ପାଇଁ ବାହାରନ୍ତି । ଗାଡି ପାଖକୁ ଆସିବ ପର୍ଯ୍ୟନ୍ତ କେହି ବି ତାଙ୍କୁ ହାତ ଯୋଡି ପ୍ରଣାମ କରିବାର ଦେଖିବାକୁ ପାଆନ୍ତିନି ରମେଶ ବାବୁ । ଗାଡ଼ିରେ ବସି ଗେଟ ଅତିକ୍ରମ କରିବା ସମୟରେ ରମେଶ ବାବୁ ଗେଟ ନିକଟରେ ଥିବା ଜଗୁଆଳିଟିକୁ ପଚାରନ୍ତି – ଆଜ୍ଞା ଆପଣ ଆମ ସହ ଗଲା ବେଳେ ଯାଉଥିବା ସେହି ବିଧବା ମହିଳାଙ୍କୁ ଜାଣନ୍ତି ? ଜଗୁଆଳିଟି ନମ୍ରତାର ସହ କହେ -ଆଜ୍ଞା ସେ ହେଉଛନ୍ତି ଏ ଆଶ୍ରମର ପ୍ରତିଷ୍ଠାତାଙ୍କର ପତ୍ନୀ । କିଛି ବର୍ଷ ପୂର୍ବରୁ ତାଙ୍କର କୌଣସି ସନ୍ତାନ ହେଉ ନ ଥିବାରୁ ସେ ଏହି ଆଶ୍ରମଟିକୁ ପ୍ରତିଷ୍ଠା କରିଥିଲେ । ଆଉ ଏହି ଆଶ୍ରମରୁ ଗୋଟିଏ ପିଲାକୁ କୋଳେଇ ନେଇଥିଲେ । ଆଉ ତାଙ୍କୁ ନିଜ ସନ୍ତାନର ପରିଚୟ ଦେବେ ବୋଲି କହିଥିଲେ । ତାଙ୍କରି ପୃଷ୍ଟ ପୋଷାକତାରେ ଆଜି ଏହି ଆଶ୍ରମଟି ଚାଲୁଛି । ଆନାଥ ଶିଶୁଙ୍କୁ ନେଇ ତାଙ୍କୁ ପରିଚୟ ଦେବା,ସନ୍ତାନ ହୀନ ପିତା ମାତାଙ୍କୁ ସନ୍ତାନ ଦେବା ଆଉ ବାସନ୍ଦ ହେଉଥିବା ବୃଦ୍ଧାେଲାକଙ୍କୁ ସେବା ଦେବା ଲକ୍ଷ୍ୟରେ ତାଙ୍କର ଏହି ମହାନ୍ ଦାନ । ତାଙ୍କରି କୃପାରୁ ଦୀର୍ଘ ଚାଳିଶି ବର୍ଷ ଧରି ମୁଁ ଚାକିରୀଟି କରୁଛି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ।

ଏହାଶୁଣି ରମେଶ ବାବୁ ଆବାକ୍ । ସେ ସଙ୍ଗେ ସଙ୍ଗେ ଗାଡିଟିରୁ ଉଲ୍ହାଇ ଦୌଡ଼ି ଦୌଡ଼ି କୋହଭରା କଣ୍ଠରେ ମାଆ ମାଆ ଡାକି ମାଆଙ୍କୁ ଖୋଜିବାକୁ ଲାଗିଲେ । ମାଆ ଙ୍କ ପାଖକୁ ଦୌଡ଼ି ଜାବୁଡି ଧରି କାନ୍ଦିବାକୁ ଲାଗିଲେ ଓ ତାଙ୍କ ସହ ପୁଣି ଘରକୁ ଫେରିଜିବାକୁ କହିଲେ । ହେଲେ ରମା ଦେବୀ ଆଉ ସେ ଘରକୁ ନ ଡାକିବା ପାଇଁ ପୁଅକୁ ଅନୁରୋଧ କଲେ । ରମେଶ ବାବୁ ନିରାଶ ହୋଇ ଘରକୁ ଫେରିଲେ । ସେ ଦିନ ଲାଗୁଥିଲା ସତେ ଯେମିତି ଦୀର୍ଘ ଦିନର ମନରେ ସଞ୍ଛିତ ହୋଇଥିବା ଗର୍ବ ଅହଂକାର ଧନ ସମ୍ପତି ଆଉ ପ୍ରତିପତି ଆଉ ସଉଖିନ୍ ରେ ବଂଚିବାର ଇଚ୍ଛା ସବୁ ତୁଛ ମନେ ହେଉଥିଲା ରମେଶ ବାବୁଙ୍କ ନିକଟରେ ।

ବିଜୟ କୁମାର ଘଡେଇ
କମାରପାଳ,ଔପଦା,ବାଲେଶ୍ୱର
ମୋ -୮୯୧୭୨୮୯୮୩୯

Copyright © Sahitya Jibana | Newsphere by AF themes.
Open chat
Hello
How can you help we?