Sahitya Jibana

Portal on odia literature

ପ୍ରେମ ଚଉପଦୀ – ମାନସ ରଞ୍ଜନ ମିଶ୍ର

1 min read

ରେ ସମୟ ଭାରି ବିଷାଦ ପାସୋରି ପାରେନା ତାକୁ
ଦୁଃଖ ଦେଲା ବୋଲି କାନ୍ଦୁଅଛି ଆଜି ବୁଝାଇ ପରେ ନା ମନକୁ
ପଡ଼ିଥିଲି ଦିନେ ପ୍ରେମ ଯୌବନେ ସହିଥିଲି କେତେ ଦୁଃଖ
ଦୁଃଖ ସାହିଗଲି ଭୁଲିନ ନପାରିଲି ବିଚିତ୍ର ଦୁନିଆ ଏତ ।

ମନେ ଅଛି ମୋର ଥିଲା ସୋମବାର ବୈଶାଖ ମାସର ଦିନ
ଆଖିରେ ଆଖିରେ କଥା ଚାଲିଥିଲା ନେଇ ଗଲ ମୋର ମନ
ଭାବିବା ଆଗରୁ ଜେଷ୍ଠ ଆସି ଗଲା ଥିଲା ମଙ୍ଗଳବାର ଦିନ
କହିଦେବି ଆଜି ଯେମିତଭି ହଉ କୃପକର ହେ ନନ୍ଦନନ୍ଦନ

ହୋଇମୁ ହରଷ ସଜୀମୁ ବରଜ ବାହାରିଲି ଧାଈ ଧଇ
ବୁଧବାର ବାସେ ଆଷାଢ଼ ଆସିଲା ଜଣୀମୁ ପାରିଲି ନାହିଁ
ଆଷାଢ଼ ସରିଲା ଶ୍ରାବଣ ଆସିଲା କହି ଦେଲି ଯାଇ ଭାଇ
ଉତ୍ତର ଆସିଲା ପ୍ରେମ ଲଫାପା ଖୁସି ହୋଇ ଗଲି ମୁହିଁ ।

ଭାଦ୍ରବ ମାସରେ ଅତି ହରଷରେ ଗାଇ ଥିଲି ପ୍ରେମ ଗିତି
ଆଶ୍ୱିନ ମାସର ଗୁରୁବାର ଦିନ ହୋଇ ଥିଲା ଭେଠା ଭେଠି
କାର୍ତ୍ତିକ ମାସର ଅତି ଉଲାସ ରେ ଦେଇ ଥିଲି ଗୋଟେ ଗିପ୍ଟି
ଗିପ୍ଟି ପାଇ ସେଏ ଉତ୍ତର ରଖିଲା ଲାଗିଲା ମୋତେ ମିଷ୍ଟି ।

ମାର୍ଗଶିର ମାସ ପଡ଼ଇ ଶିଶିର ନାଚି ଯାଏ ମନ ମୋର
ନାଚି ନାଚି ମୁଁ ଜାଣି ନ ପାରିଲି ଭାଙ୍ଗି ଗଲା ଘର ବାର
ପ୍ରିୟା ର ଭଗିନୀ ରାଣୀ ସେ ଶ୍ରାବଣୀ ରଚିଲା କି ଅହଙ୍କାର
ତାର ଅହଙ୍କାର ଥିଲ ଧୁରର୍ନ୍ଧର ଦେଲା ଟି ବିଷ ଜହର ।

ତାର ବିଶଯ୍ୟାଲା ଶରୀର ଦାହିଲ ଭାଙ୍ଗି ଗଲା ମୋର ମନ
ପୌଷ ପୂର୍ଣ୍ଣମୀରେ ଦେଖା ହେଲା ପୁଣି ରଖିଥିଲ ମୋର ମାନ
ତୁମେ ଜୀବ ର ଜୀବନ ତୁମେ ପରା ମୋ ସପନ (୨)
ଆଉ ଉନା କରନାହିଁ ମନ, ଶୁଣି ଯାଏ ଗଣ୍ଠିଧନ….

ମାଘ ଶୁକ୍ରବାର ହୋଇ ମୁ ପ୍ରବର , ତା ପାଖକୁ ଗଲି ଭାଇ
ପ୍ରେମ୍ କୁମାର ସଙ୍ଗେ ଦେଖାହେଲା ତାର କଳା ପଡ଼ି ଗଲି ମୁହିଁ ,
ପିଣ୍ଡଟା ହେଲା ଥର ହର , ବିଲମ୍ୱ ରେ ଘଟି ଏକି ପ୍ରେମ ଜର
ସକଳ ନକରି ଉଛୁର ସଙ୍ଗେ ସଙ୍ଗେ ଆସିଗଲି ହୋଇ ତରବର

ମାଘ ଜାଇ ଆସେ ଫଗୁନ , ପଡ଼ିଥିଲା ଶନିବାର ଦୀନ
ଦେଲା ମତେ ସିଏ ଧୋକା ଲାଗି ଯାଏ ଏକା ଏକା
କେବେ ହେବା ପୁଣି ଦେଖ କହି ଦିଅ ପ୍ରିୟ ଶଖା
କେତେ ସହିବି ଏହି ଦୁଃଖ ସହା ହୁଏ ହୁ ଜଗନ୍ନାଥ

ଥିଲା ମାସ ଚୈତ୍ର ରବିବାର ପଡିଥିଲ ମୋର ଆହକର
ପ୍ରେମରେ ହେଲି ନିସାଚର, ଅଶ୍ରୁ ବହି ଯାଏ ଜର ଜର
ମୁଁ ଯେ ପ୍ରେମୀ ପ୍ରବର , ମୁ ଯେ ପ୍ରେମୀ ଭମର (୨)
ଭୁଲିଗଲ ପ୍ରିୟା ମୋର , ଦେଲା ଦୁଖ ଦୁଃଖ ଭାର ଭାର ।

ମାନସ ରଞ୍ଜନ ମିଶ୍ର
ମହୁଲ ଯୋର , କିଂଜୀର୍ମା , ସୁନ୍ଦରଗଡ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?