Sahitya Jibana

Portal on odia literature

ମୋ ସପନ – ଟୋନିସ ରୋହିଦାସ

1 min read

 

ଜନମ ହେଲି ମୁଁ ମୋ ମା କୋଳରେ,
ଦେଖିଲି ମୋ ଗାଁ ଛୋଟ ବେଳେ ଖେଳି,ଦଉଡି
ବଡ଼ ହେଲି ମୋ ଗାଁ ଦାଣ୍ଡରେ।।
ଯେଉଁ ଦିନ ମୁଁ ଶିକ୍ଷା ପାଇଲି,
ଗୁରୁଜନ ଙ୍କୁ ନୀତି ପ୍ରଣାମ କଲି।।
ଛୋଟ ବେଲୁ ମୁଁ ଲେଖା କୁ ଭଲ ପାଇଗଲି,
ଯାହା ମୁ ଦେଖିଲି ତାହା କୁ ବର୍ଣ୍ଣନା କଲି।।
ହାତରେ ଧରି କଲମ ଲେଖେ ମୁ କବିତା,
ଭଲ ଲାଗେ ମୋତେ ପଢିବାକୁ ଭାଗବତ ଗୀତା।।
ଛୋଟ ବେଳୁ ଥିଲା ମୋର ସପନ
ପାଇବି ବୋଲି ଦିନେ କବି ପରିଚୟ।।
ନିଜକୁ କରି ବିଶ୍ୱାସ ଲେଖି ଚାଲିଗଲି
କେତେ କେତେ କଥା,ସଫଳ ହେବି
ଦିନେ ବୋଲି ନିଶ୍ଚୟ।।
ଲେଖା ଅଛି କେତେ ପୁରାଣ ପୋଥି,
କର୍ମ ର ଫଳ ମିଳିବ ବୋଲି।।
ଲାଗୁଛି ଆଜି ମୁ ସତରେ କଣ ସଫଳ ହେଲି।।
ଛୋଟ ଆଶା,ଛୋଟ ମନରେ ବଡ଼ ସପନ ଦେଖିଥିଲି।।
ଯାହା ମୁ ଦେଖେ ଭାବନା ରୁ ଭାବି ଲେଖି ଦିଏ।।
ମୋ ଜୀବନ କେମିତି ଆରମ୍ଭ ହେଲା
କେଉଁଠି ଆସି ଶେଷ ବୁଝିବ କିଏ।।
ମୋ ସେଇ ପିଲା ଦିନ ଆଜି ଭାରି ମନେ ପଡେ।।
ଆଖିରୁ ମୋ ଧାର ଧାର ହୋଇ ଲୁହ ଗଢେ।।
ଛୋଟ ଆଖିରେ ସପନ କେତେ,
ପୁରାଣ ହେବ କି ସତେ।।
ଜୀବନ ରେ କେତେ ଆସେ ଝଡ଼, ବତାସ,
ଡରି କି ବଞ୍ଚିଲେ ହୋଇଯାଏ ଅଭିଶାପ।।
ମମତା ଭରା ସେଇ ମା ର କୋଳ
ମୋତେ ବାନ୍ଦି ରଖିଛି ମୋ ସୁନା ସଂସାର।।
ମନେ ପଡେ ମୋ ପିଲା ବେଳ କେତେ
ଅଝାଟିଆ ମୋ ସାଙ୍ଗ ସାଥିର।।

ଟୋନିସ ରୋହିଦାସ
ପାମରା, ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?