Sahitya Jibana

Portal on odia literature

ବୃନ୍ଦାବନ ଧାମପ୍ରତି ମନର ଭାବନା – (ଭାଗ ୧) – ଅନ୍ତର୍ଯ୍ୟାମୀ ସାହୁ

1 min read

      ରାଗ-ଚକ୍ରକେଳି
      _____________

ଜୟ ଗୋବିନ୍ଦ ବୃନ୍ଦାବନ ଚାନ୍ଦ,
ଜୟ ଗୋପୀ ପ୍ରାଣଧନ ଗୋବିନ୍ଦ । ।

ଜୟ ଗୋବିନ୍ଦ ନନ୍ଦର ନନ୍ଦନ ,
ଜୟ କଂସାରୀ ମୋହନ ବାମନ ।।

ଜୟ ରାଧା ପ୍ରାଣଧନ ବିହାରୀ,
ଜୟ ଭକ୍ତ ଚିତ୍ତ ଚୋର ମୁରାରୀ । ।

ଚିତ୍ତ ରହୁ ସଦା ତୁମ୍ଭ ପୟରେ ,
ରାଧାରାଣୀଙ୍କ ସହିତ ଗୋପୀରେ । ।

ବୃନ୍ଦାବନ ଧାମେ ସଦାସର୍ବଦା ,
ବାସ କରିବାକୁ ଇଚ୍ଛା ଏକଦା ।।

ଯିଏ ପଛକୁ ଯାହା କହୁ ମୋତେ,
କାହା କଥା ନ ପଶେ ମୋର ଚିତେ ।।

ଦୀନଦରିଦ୍ର ହେଲେ ପରିବାର,
ଚିତ୍ତ ଅଥୟ ନୁହଇ ମୋହର ।।

ଯଦି ନଦିଅନ୍ତି ସେବା ମୁରାରୀ,
ମନ ଉଣା ହେବନାହିଁ ମୋହରି ।।

ଧୈର୍ଯ୍ୟ ଧରିଣ ଥିବି ବୃନ୍ଦାବନେ,
ଅଭିଷ୍ଠବସ୍ତୁ ପ୍ରାପ୍ତ ହେବ ଦିନେ । ।

ବସ୍ତ୍ର ନମିଳିଲେ କଉ ପିନରେ,
ଅର୍ଣ୍ଣ ନମିଲିଲେ ବୃକ୍ଷ ଫଳରେ । ।

ବାର୍ତ୍ତା ଲାପରେ ଦିନ ନେବି ନାହିଁ,
ଜୀବ ବଞ୍ଚିବ ପ୍ରଭୁ ନାମ ଗାଇ । ।

ପ୍ରଭୁଙ୍କର ଭକ୍ତ ଘରକୁ ଯିବି,
ସେହି ଘରୁ ଭିକ୍ଷା କରି ବଞ୍ଚିବି।।

ପ୍ରଭୁଙ୍କର ଭକ୍ତ ଅନୁସରଣେ,
ମନ ନିବେଶିବି ତାଙ୍କ ଚରଣେ ।।

କ୍ଷୁଧାର୍ତ୍ତ ଲୋକଙ୍କୁ ଅର୍ଣ୍ଣ ସମାନ,
ଶିତଳ ଜଳ ତୃଷାର୍ତ୍ତକୁ ପୁଣ । ।

କାମୀ ପୁରୁଷ ସ୍ତ୍ରୀ ପ୍ରତି ସେନେହ,
ଲୋଭି ଧନେ ତାର ରଖେ ଆଗ୍ରହ ।।

ଟାଣ ଖରାକୁ ଶିତଳର ଛାଇ,
ପିତାମାତା ଯେ ସନ୍ତାନର ପାଇଁ ।।

ସାଧକ ପାଇଁ ଶ୍ରୀହରୀ ଯେମନ୍ତେ,
ଯୋଗୀଙ୍କ ପାଇଁ ବ୍ରହ୍ମା ସେହି ମତେ । ।

ଏହି ମାନଙ୍କର ଭାବ ଯେପରି,
ବୃନ୍ଦାବନେ ମନ ରହୁ ସେପରି । ।

ବୃନ୍ଦାବନ ମୋ ପରମର ଧନ,
ବୃନ୍ଦାବନ ମୋ ଅମୂଲ୍ୟ ରତନ । ।

ପରମ ତପସ୍ୟା ମୋ ବୃନ୍ଦାବନ,
ଧର୍ମ ସତକର୍ମ ପରମ ଜ୍ଞାନ ।।

କ୍ରମଶଃ . . . .

ଅନ୍ତର୍ଯ୍ୟାମୀ ସାହୁ
ପଲମ/କେସିଙ୍ଗା/ କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?