Sahitya Jibana

Portal on odia literature

ଲଙ୍ଗଳା – ସୁକାନ୍ତ ଖଣ୍ଡା

1 min read

ନଈ ଲଙ୍ଗଳାକୁ ପାଣି ବି ହୁଗୁଳା
ସବୁକୁ କରିଛି ଖରା
ଜଙ୍ଗଲ ଲଙ୍ଗଳା ପାହାଡ଼ ପୁଙ୍ଗୁଳା
ଖରା ଯଉବନ ଭରା।୨
ମଣିଷ ଲଙ୍ଗଳା ହୋଇ କି ବସିଛି
ଫିଙ୍ଗିଦେଇ ଲୁଗାପଟା
ପଶୁ ସରୀସୃପ ଗୋଳିଆ ପାଣିରେ
ଖରା ଯୋଗୁଁ ଲଟପଟା।୨
ଚଢେ଼ଇଙ୍କ ମନ ଆନନ୍ଦ ନୁହଁଇ
ପାଣିଟୋପେ ପିଇବାକୁ
ଦୂରେ ବହୁଦୂର ଯାଆନ୍ତି ଉଡି଼କି
ପେଟକୁ ହିଁ ଭରିବାକୁ।୩
ଧରିତ୍ରୀର ଲଜ୍ଜା ନିବାରଣ ପାଇଁ
ଆକୁଳେ ଡାକୁଛି ଦେଖ
ମାଆ ହୋଇ ମଧ୍ଯ ସନ୍ତାନ ଆଗରେ…
ଥରେ ତ ଶୃଙ୍ଖଳା ଶିଖ?୪
ଈଶ୍ବର ଆଦେଶେ କରମ କରୁଛି
ନିଶକୁ ମୋଡି଼କି ଖରା
ଜାଳିପୋଡି଼ ଦେବ ଶପଥ କରିଛି
ଲଙ୍ଗଳା ଜଗତ ସାରା।୫
ବସନ୍ତକୁ ତା’ର ଭାରି ରାଗ ବୋଲି
ଜଳେଇ ଦେଇଛି ନିଆଁ
କୃତାର୍ଥ ହେଉଛି ନିଜ କରମରେ
ଫାଟି ଭୂମି କରୁ ଆଁ…।୬
***

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮