Sahitya Jibana

Portal on odia literature

ଗରିବ – ଟୋନିସ ରୋହିଦାସ

1 min read

ଜନମ ହେଲି ମୁ ଗରିବ ଘରେ,

ଦୁଃଖ ନାହିଁ ଜମା ମୋ ଜୀବନରେ।।
କାମ କଲେ ଆମେ ଖାଇବା ପାଉ
ଯାହା ମିଳେ ସେଥିରେ ଖୁସି ଥାଉ।।

ଗରିବ ବଳି ଆମକୁ କରନ୍ତି ଧିକାର,
ଅରେ ଏ ଗରବ ଅଛି ବୋଲି ଚଳୁଛି ତୁମ
ସହ ପରିବାର।।
ଧନୀ ଅଛ ବୋଲି କେତେ କର ଅଭିମାନ,
ଧନ ସିନା ନାହିଁ ମୋ ପାଖରେ ହେଲେ
ମୋର ଭି ଅଛି ଜୀବନ।।

ଯେଉଁ ଦିନ ବୁଝିବ ଏ ଗରବ ର ଦୁଃଖ,
ଭୁଲି ଯିବ ନିଜର ଧନୀ ହେବାର ସୁଖ।।
ଗରିବ ବଳି ମୋତେ ଦେଉଛ ଦୁରେଇ,
କେମିତି ଭୁଲି ଯାଅ ଏ ଗରିବ ନୀତି ତୁମ
ସେବା ଯେ କରଇ।।

ଏ ଗରିବ ଚାଷ କରେ ବଳି ସଭିଙ୍କ ପେଟରେ ଭାତ ମିଳେ,
ଗରିବ ବଳି ମୋର କି ନାହିଁ ବିଚର
କାହିଁକି ସବୁ ବେଳେ ଗରିବ କୁ ଅପମାନ ମିଳେ।।

ତୁମେ ରହୁଛ ବଳି ରାଜ ମହଲେ ନିଜକୁ ଭାବୁଛ ରାଜା।।
ଆମେ ଗରିବ ଲୋକ ଖଟି ଖିଆ ଦୁଖୀ ମଣିଷ
ଆମେ ନିଜେ ନିଜର ରାଜା।।

ଆରେ ମାଟିର ମଣିଷ ମାଟିରେ ମିଶିବୁ,
ଧନ ସମ୍ପତ୍ତି ସବୁ ଦିନେ ଏଠି ଛାଡ଼ିବୁ।।
ବୁଝିଜା ରେ ତୋ ଦେହ ମୋ ଦେହ
ଗୋଟିଏ ମାଟିର ଗଢ଼ା।।
ତୁମ ପାଇଁ ରାଜ୍ ମହଲ ମୋ ପାଇଁ ଭଙ୍ଗା ଛପର ଗଢ଼ା।।
ଗରିବ ମୁ ମୋ ସୁଖ ଦୁଃଖ ଜୀବନେ ଭରା,
ସଭିଙ୍କ ମନରେ କରେ ଘର ମୁ ଗଲେ ଦୁନିଆ
ଛାଡି ଝୁରୁଥିବେ ଦୁନିଆ ସାରା।।

ଟୋନିସ ରୋହିଦାସ
ଗାଁ-ପାମରା,ଜିଲ୍ଲା-ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

Copyright © Sahitya Jibana | Newsphere by AF themes.
Open chat
Hello
How can you help we?