Sahitya Jibana

Portal on odia literature

ଅଚ୍ଯୁତାନନ୍ଦ ଗୋବିନ୍ଦ – ଅନ୍ତର୍ଯ୍ୟାମୀ ସାହୁ

1 min read

ଅଚ୍ଯୁଦା ନନ୍ଦ ଗୋବିନ୍ଦ        ହେ ପ୍ରଭୁ ପରମାନନ୍ଦ
       ରାଧାକାନ୍ତ ଦୟାମୟ ଜଗବନ୍ଦନ,
ପ୍ରଣତି ତୋ ପାଦ ତଳେ     ଦୟାକର ସଦା କାଲେ
      ବାଙ୍କ ବିହାରୀ ହେ ହରି ଚକାନୟନ ।
       ଯପୁଥିବି ତୋ ନାମ ତୁଣ୍ଡେ ।
ଯେତେଦିନ ଯାଏ ଜୀବ ଥିବ ଏ ପିଣ୍ଡେ । ।୧। ।

ଆନନ୍ଦମୟ ଶ୍ରୀହରୀ     ଲୀଳା ବିଗ୍ରହ ତୁମ୍ଭରି
       ଲୀଳା ଖେଳା ପାଇଁ ତୁମ୍ଭ ମର୍ତ୍ତ୍ୟେ ଜନମ,
ମର୍ତ୍ତ୍ୟେ କରିବାକୁ ଲୀଳା    ଆହେ ପ୍ରଭୁ ଚକାଡୋଳା
      ନର ରୂପରେ ହେପ୍ରଭୁ ନିଅ ଜନମ ।
    କେତେ କଷ୍ଟ ତୁମ୍ଭେ ସହିଛ ।
ଦୁଷ୍ଟ ନାଶି ସନ୍ଥ ପାଳି ମହୀ ସ୍ଥାପିଛ । ।୨।।

ଇଚ୍ଛଇ ମୁଁ ସଦାକାଳେ   ସେବି ତୋ ପାଦକମଳେ
         ଧନ୍ୟ କରିବଇଁ ମୋର ଏଇ ଜୀବନ,
ନମିଳଇ ସେହି ସୁଖ     ହେ ପ୍ରଭୁ କଳା ଶ୍ରୀମୁଖ
        ସଂସାର ଜଞ୍ଚାଳ ମୋର ଦହେ ପରାଣ ।
             ସେହି କଷ୍ଟ ନ ପାରେ ସହି ।
ତଥାପି ମୁଁ ପଡ଼ିଅଛି ମାୟାରେ ମୋହି । ।୩।।

ଇର୍ଷା ଯେ ଛନ୍ଦ କପଟ       ମାୟା ମୋହେ ଛଟପଟ
        ବିଷୟ। ରସରେ ମାତି ଯାଉଛି ଦିନ,
ସ୍ତିରୀ ସଙ୍ଗ ରସେ ମାତି         ବିତାଉଛି ଦିବାରାତି
      ଜାଣିପାରେ ନାହିଁ ଆୟୂ ହେଉଛି କ୍ଷୀଣ ।
      ପଡି ସେହି ମାୟା ଜାଳରେ ।
ଚିତ୍ତ ମତ୍ତି ଭ୍ରଷ୍ଟ ହୁଏ କାଳ ବଳରେ  । ।୪।।

ଉଦ୍ଧତ କରି ମନକୁ       ନ ଜାଣେ ଭଲ _ମନ୍ଦକୁ
        ଯାହା ମନେ ଆଶେ ତାହା କରଇ ପୁଣ,
ପାଞ୍ଚ ମନମିଶି ଶେଷେ      ପଚିଶ ପ୍ରକୃତି ବସେ
       ଦାଉ ସାଧି ପିଣ୍ଡଟାକୁ ଦହଇ ପ୍ରାଣ ।
      ସେ କଷ୍ଟକୁ ନ ପାରେ ସହି ।
ପାରିକର ଦୟାମୟ ହେ ଭାବଗ୍ରାହୀ   ।।୫।।

ଅନ୍ତର୍ଯ୍ୟାମୀ ସାହୁ
ପଲମ , କେସିଙ୍ଗା ,କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?