ତିନିକର୍ମ – ସୁକାନ୍ତ ଖଣ୍ଡା
1 min readନଂ-୧
-ଜନ୍ମ-
ଜନ୍ମ ହେଲାପରେ ଏକୋଇଶା ଆମ
ହୋଇଛି କି ଜଣା ନାହିଁ
ଯଦିବା ହୋଇଛି ଉପଭୋଗ କିଛି
କରିଅଛେ କି’ରେ ଭାଇ?
ନଂ-୨
-ମୃତ୍ଯୁ-
ମରିଗଲା ପରେ ଆମେ ଜାଣନ୍ତିନି
ସଂସ୍କାର କି ଶୁଦ୍ଧିକ୍ରିୟା
ଜାଣି କି ପାରିବା ଏ ସଂସାର ନୀତି
ବଞ୍ଚିବା ବେଳେ ତ ବାୟା।
ନଂ-୩
-ବିବାହ-
ଆଜିକାଲି ଆମେ ବିପରୀତ ଲିଙ୍ଗେ
ମସଗୁଲ ହୋଇଥାଉ
ଅଳପ ବୟସୁ ହୀନ କାମେ ରହି
ଧରିପଳା ହୋଇଯାଉ।୧
ଜନ୍ମେ ଏକୋଇଶା ମୃତ୍ଯେ ଶୁଦ୍ଧିକ୍ରିୟା
ନ ଜାଣି ପାରୁନା କେହି
ଏ ବିବାହ ଆଜି ଧରିପଳା ହୋଇ
ଉପଭୋଗେ ମଜ୍ଜିଥାଇ।୨
ଧୀଟ ଏ ଜୀବନ ପଶୁଠାରୁ ହୀନ
ଅବୁଝା ସବୁକୁ ଜାଣି
କର୍ମ କ୍ରିୟା ବୋଲି ନ ଜାଣୁ ମହୀର
ଜୀବନକୁ ଦେଉ ହାଣି।୩
ଆଡମ୍ବରେ ଯଦି କେ’ ବିବାହ କରେ
ନାଚୁ ଖାଇ ମଦ ମାଂସ
ଅଥଚ ନିଜର ବେଳକୁ କାହାକୁ
ଡାକୁନୁ ପାଖକୁ ଆସ।୪
ଧୀଟ ନୀଚ୍ଚ ଆମ ମନ ଆଇନାଟା
ପୂରା କହୁଛି କି ମିଛ
ସଫା କରିବାକୁ ଶହେ ଜନ୍ମ ନେଲେ
କରି କି ପାରିବା ସ୍ବଚ୍ଛ?୫
***
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮