Sahitya Jibana

Portal on odia literature

ଜବାବ – ରତିନାରାୟଣ ରାଉତ

1 min read

ମନେ ପଡେ ଆଜି ଜନସନ ବାଣୀ
ବ୍ୟଭିଚାରୀ ସେଇ ସଂସ୍ଥା
କାହିଁ ଗାନ୍ଧୀ ପଣ ଅହିଂସା ଓ ସେବା
ସଚୋଟତା ମହାନତା ||
ଯେଉଁ ସ୍ୱାଧୀନତା ପାଇଛେ ସଭିଏଁ
ଆଜି ସେତ ବାଟବଣା
ଅନେକ ଭିତରେ ସାଇତାନ ବୁଦ୍ଧି
ମେଲାଇ ବସିଛି ଡେଣା ||
କ୍ରାନ୍ତି ନାହିଁ ଆଜି କାହାରି ହୃଦୟେ
କ୍ଲାନ୍ତ ଏ ଜନତା ଆଜି
ଶାନ୍ତି ଖୋଜି ବୁଲେ ସମାଜ ଏଠାରେ
କିଏ ଆଣିଦେବ ଖୋଜି ||
କିରାନୀ ସାହେବ ନେତା ଓ ଜନତା
, କି କହିବା କାହାକଥା
କେହି ନାହିଁ ଆଜି କହିବାକୁ ପଦେ
ଅସଲ କଥାରେ କଥା ||

ରତିନାରାୟଣ ରାଉତ

କେନ୍ଦୁଝର, ଓଡ଼ିଶା

Email: ratinarayanrout@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?