ଖରା – ସୁକାନ୍ତ ଖଣ୍ଡା
1 min readଖରା ଆସିଅଛି ସାଙ୍ଗରେ ଧରିକି
ଗୁଳୁଗୁଳି ବାଣ୍ଟିବାକୁ
ତତଲା ପବନ ନାକ ପୋଡି଼ଦେଇ
ସଭିଙ୍କୁ କଷ୍ଟ ଦେବାକୁ।
ଏହି କଥା କହି ଚିତ୍କାର କରିଲା
ପୁଅ ଘରେ ମୋ’ର ପାଖେ
ଖରାର ତାପରେ ସିଝି ଯାଉଥିଲା
ଦେହେ କପଡା଼ ନ ରଖେ।
ଆଖିରେ ତାହାର ଗଙ୍ଗା ଓ ଯମୁନା
ମନ ଉଡୁଥିଲା କାହିଁ
କୋଳେଇ କହିଲି ପୁଅରେ କାନ୍ଦନା
ଦେଖ ସଂସାରକୁ ଚାହିଁ?
ଖରା ହେବନି ତ ବରଷା ହେବନି
ବରଷାରେ ସିନା ଚାଷ
ଖାଇବା ଯୋଗାଏ କୃଷକ ବାପୁଡା଼
ନ ହେଲେ ତ ହେବ ବିଷ।
ଈଶ୍ବର ଇଛାରେ ପାଣି ଖେଳେ ଦୋଳି
ସମୁଦ୍ରରୁ ଆକାଶକୁ
ବରଷା କାଳରେ ବରଷିବ ମେଘ
ରଙ୍ଗେଇବ ଧରିତ୍ରୀକୁ।
ଶୁଣି ପୁଅ ମୋ’ର ଦୁଇ ହାତ ଯୋଡି଼
କ୍ଷମା ଭିକ୍ଷ। ଖରାପାଖେ
କହିଲା ଓହ୍ଲାଇ କରମକୁ କର
ରହିବୁ ଯେମିତି ସୁଖେ।୬
***
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮