ତୋ ସ୍ମୃତିରେ – ଅନ୍ତର୍ଯ୍ୟାମୀ ସାହୁ
1 min readତୋ ସ୍ମୃତିରେ . . . .
ପ୍ରିୟIରେ … ପ୍ରିୟ।ରେ … ପ୍ରିୟ।ରେ …
ମନେପଡୁ ଆଜି ତୁହି କାହିଁକି ମୁଁ ଜାଣେନା ,
ଭଲ ପାଉଥିଲୁ ବୋଲି କହିବି ମୁଁ ପାରେନା ।।
କେମିତି କହିବି ଭଲ ପାଉଥିଲୁ ବୋଲି
ବିଶ୍ୱାସରେ ମୋତେ ବିଷ ଦେଇ ଗଲୁଚାଳି. .
ତଥାପି, ପଡ଼ୁଛୁ ମନେ କାହିଁକି? ମୁଁ ଜାଣେନା
ମନେ ପଡ଼ୁଆଜି ତୁହି କାହିଁକି ମୁଁ ଜାଣେନା |
ତୋର କୋଳେ ଯେବେ ଶୋଉଥିଲି ମଥା ରଖି
ବିତି ଯାଉଥିଲା ଦିନ ତୋ ସପନ ଦେଖି ।
କେତେ ମିଠା କଥା ପୁଣି କେତେ ଖୁସି ଗପ
ଆମରି ପ୍ରେମକୁ କିଏ ଦେଲା ଅଭିଶାପ ।
ସେଥିପାଇଁ ଏକିକଲୁ
ମୁହଁ ମୋଡିଚାଲିଗଲୁ . . .
କରି ମୋତେ ଛଳନା . .
ମନେ ପଡ଼ୁ ଆଜି ତୁହି କାହିଁକି ମୁଁ ଜାଣେନା |
ଭାବି ଥିଲି ମନେ କେତେ ଦିବା ସ୍ୱପ୍ନ ନେଇ
ମନର ମାନସୀ କରି ରଖିବି ସଜାଇ ।
କରି ପାରିଲିନି ତୋତେ ମୋ ମନର ରାଣୀ
ସେଥିପାଇଁ ତୋ ପାଖରେ ହୋଇ ଗଲି ରୁଣୀ ।
ଭାଙ୍ଗି ଦେଲୁ ସେ ସପନ
ଝୁରୁଛି ମୁଁ ରାତି ଦିନ . . .
ହେଲେ ମନ ମାନେନା
ମନେ ପଡ଼ୁଆଜି ତୁହି କାହିଁକି ମୁଁ ଜାଣେନା
ଭଲପାଉଥିଲୁ ବୋଲି କହିବି ମୁଁ ପାରେନା ।
ଅନ୍ତର୍ଯ୍ୟାମୀ ସାହୁ
ପଲମ,କେସିଙ୍ଗା , କଳାହାଣ୍ଡି