ପ୍ରୀତି ରଙ୍ଗ – ବିଜୟ କୁମାର ଘଡେ଼ଇ
1 min read
ଲାଗିଛି ଲୋ ଗୋରୀ ତୋ ଗାଲରେ ରଙ୍ଗ
ଦିଶୁ ସତେ ଅବା ଇନ୍ଦ୍ରଧନୁ
ରାଜ କୁମାରୀ ତୁ ଲାଜେଇ ପବନ
ବାସ୍ନା ଚହଟଉ ତନୁ ମନୁ ।।
ଭାରି ଭଲ ଦିଶେ ତୋ ଗଲେ ଗୋଲାପୀ
ରଙ୍ଗ ହେଉ ବା କୁଙ୍କୁମ ବିନ୍ଦୁ
ନୀଳ ନୀଳ ଆଖି ଚନ୍ଦ୍ରମା ପିତୁଳା
ଦିଶେ ସତେ ଅବା ପୂର୍ଣ୍ଣ ସିନ୍ଧୁ ।।
ପ୍ରେମ ତୋର ଲାଗେ ସୋମରସ ପରି
ହୋଇଗଲେ ଥରେ ଏହି ନିଶା
ଛାଡେ ନାହିଁ ଜମା ଲାଗି ରହିଥାଏ
ଇଏ ପରା ଆସାର ଭରଷା ।।
——————————————-
ବିଜୟ କୁମାର ଘଡେ଼ଇ
ଔପଦା,ବାଲେଶ୍ୱର