Sahitya Jibana

Portal on odia literature

ଖରାରେ ଖରାରେ – ସୁକାନ୍ତ ଖଣ୍ଡା

1 min read

ଖାରାରେ ଖରାରେ ସବୁ ସିଝିଲୁଣି
ସିଝିଲୁଣି ସବୁ ପ୍ରାଣୀ ଓ ଉଦ୍ଭିଦ
ଯେଉଁମାନେ ସଂସାରରେ କଳକଳ ଛଳଛଳ
ରଙ୍ଗେଇ ହେଉ
ଦେଖି ଦେଖେଇ ହେଉ ଭବିଷ୍ଯତ ପାଇଁ
ପୃଥିବୀକୁ ତୂଳୀରେ ସଜେଇ
ଅପାର ଆନନ୍ଦରେ ମସଗୁଲ
ନିତି ହେଉ,ହୋଇଥାଉ।
ଖରା !
ସଭିଏଁ ମାନଛୁ କି ତୁମେ
ସଂସାରର ଭଲ ପାଇଁ ଆସ
ଆସିଥାଅ ଶୁଭ ଅବସରେ
ହେଲେ ତୁମ ଡହଡ଼ହ ଖରା
ଭାରି କଷ୍ଟ ଦେଉଛି ଆମଙ୍କୁ
ଆଜି କେହି ବି
ଜଣେ ହେଲେ ନାହିଁ ଭଲରେ
ଆଖିରେ ଓ ମନରେ ଲୁହର ଝର
ହୃଦୟରେ କୋହର ବନ୍ଯା।
ତୁମେ ଆସୁଛ ତ ଆସ
ଭରିଦିଅ ଯଥାଶୀଘ୍ର କଅଁଳ କିରଣ
ପୂରିଯାଉ ପୃଥିବୀର ଯେତେ ସବୁ ଗାଢ଼
ସବୁଜ ସୁନ୍ଦର ହସିଉଠୁ ମାଟି
ନବ ପଲ୍ଲବ ଭରିଯାନ୍ତୁ ବୃକ୍ଷରାଜି
ପ୍ରାଣୀଏ ତୃଣାରୁ ମୁକ୍ତି ପାଇଯାନ୍ତୁ।
ଆଜି ତୁମର ଖରାରେ
ଆଉ ସିଝିବାକୁ ଚାହୁଁନୁ କି
ମରିବାକୁ ଚାହୁଁନୁ ମୁଠାଏ
ଶୀତଳ ପବନ ପାଇଁ
ଆଉ ଟୋପାଏ ପାଣିର ଅଭାବରେ।
***

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି- କେନ୍ଦୁଝର ପି-୭୫୮୦୨୮
ଇ-ମେଲ : khandasukanta@gmail.com

[subscribe2]
Copyright © Sahitya Jibana | Newsphere by AF themes.
Open chat
Hello
How can you help we?