Sahitya Jibana

Portal on odia literature

ବସନ୍ତ ର ଆଗମନେ – ସୁକାନ୍ତ ଖଣ୍ଡା

1 min read

ବସନ୍ତ ଆସିଛି ବୋଲି ଆମେ ସବୁ ଯେତେ
ରଙ୍ଗର ପସରା ଧରି ଜୁଡୁବୁଡୁ
କାମନା ଦୋଳିରେ ଖେଳି
ମାଡି଼ଯାଉ ଭବିଷ୍ଯତ ଆଙ୍କିବାକୁ।

-ମନୁଷ୍ଯ –
ମନୁଷ୍ଯ ବିବାହ କରି ରଙ୍ଗ ବୋଳିଦିଏ
ତାକୁ ବୋଳିବାକୁ
ଭାଇ,ବନ୍ଧୁ ଓ ସହୋଦର ଲାଗି ପଡ଼ନ୍ତି
ଯେଉଁଟା କଅଁଳ ବୟସରେ
ପାପ ହୋଇଥାଏ
ବୟସ ବଢି଼ଲେ ଭବିଷ୍ଯତ ପାଇଁ
ପୂଣ୍ଯ ହୋଇଯାଏ
କୁଆଡେ଼ ଏଇଟା
ସମାଜର ରୀତି ଆଉ ନିତି।

-ଚଢେ଼ଇ-
ବସନ୍ତର ଆଗମନେ ଚଢେ଼ଇଙ୍କ ସ୍ବପ୍ନ
ଯଥାଶୀଘ୍ର ଅଣ୍ଡା ଦେଇ ଛୁଆ ଫୁଟିଗଲେ
ଫୁଲ ଆଉ ଫଳ ଖାଇ
ଛନଛନ ବଢି଼ବେ
ପ୍ରକୃତିର ଅପରୂପା ଶୋଭାକୁ ଦେଖିବେ
ଦେଖିବେ ଈଶ୍ବରଙ୍କ
ପାଣି,ପବନ ଓ ଆଲୋକକୁ
ଚଉଦିଗେ ବୁଲି ଦହ ଓ ମନକୁ
ଶାନ୍ତ କରି
ଦେବେ ଧନ୍ଯବାନ।
-ଧରଣୀ-
ଧରଣୀ ତ ଉତଫୁଲିତ ହେବ
ନୂଆ ଲୁଗା ପିନ୍ଧି
ସଜେଇ ହୋଇବ ଈଶ୍ବର ଇଛାରେ
ଦୋହଲାଇ ଦେବ
ପ୍ରାଣୀ ଉଦ୍ଭିଦଙ୍କୁ
କାମନା ଓ ବାସନାରେ ଭରିଦେବ
ପୀରତିର ଡାଳ।
-ବୃକ୍ଷଲତା-
ଈଶ୍ବରଙ୍କ କରୁଣାରୁ
ଗଛମାନେ ପତ୍ର,ଫୁଲ ଓ ଫଳରେ ଭରିବେ
ଆଉ ବି
ସେବାରେ ସେବାରେ
ନର,ପଶୁ,ଚଢେ଼ଇ,ସରୀସୃପ,କୀଟ
ଓ ପତଙ୍ଗଙ୍କ ପାଇଁ
ବଞ୍ଚି ବଞ୍ଚାଇବେ ଇପସିତ ସଂସାର
ଢଳଢ଼ଳ କଳକଳ ଦୂର ଦିଗବଳୟରୁ
ଦିଶିବେ ଓ ନାଚିବେ
ଅଣ୍ଟାକୁ ହଲେଇ।

ସତରେ !
ବସନ୍ତର ଆଗମନେ
ଆମେ ଏଠି ଯେତେ ଉଦ୍ଭିଦ ଓ ପ୍ରାଣୀ
ଈଶ୍ବରଙ୍କୁ କିଛି ତ ଦେଉନୁ
ଖାଲି ନେଇଚାଲୁ
ସ୍ବାର୍ଥରେ ସ୍ବାର୍ଥରେ
କାମନାରେ ମସଗୁଲ ହୋଇ।
***

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

Copyright © Sahitya Jibana | Newsphere by AF themes.