Sahitya Jibana

Portal on odia literature

ଗୋବିନ୍ଦ ଗୋବିନ୍ଦ ଗାଆ – ଅନ୍ତର୍ଯ୍ୟାମୀ ସାହୁ

1 min read

ମନରେ ଗୋବିନ୍ଦ ଗୋବିନ୍ଦ ଗାଆ. . .
ଯପରେ ଗୋବିନ୍ଦ ତପରେ ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ନାଁ. . . .
ମନରେ ଗୋବିନ୍ଦ ଗୋବିନ୍ଦ ଗାଆ..। ଠା
କୃଷ୍ଣ ନାମ ଗାଇ କେତେଯେ ପୁଣ୍ୟାତ୍ମା
ଗୋବିନ୍ଦଙ୍କର ଦର୍ଶନ,
ମୁକ୍ତି ପାଇଗଲେ ମୋକ୍ଷକୁ ଲଭିଲେ
ଜଗତେ ରହିଛି ନାଁ . . . .
ମନରେ ଗୋବିନ୍ଦ ଗୋବିନ୍ଦ ଗାଆ. . . I୧I
ବିମାତା କଟାକ୍ଷେ ଧ୍ରୁବ ବାଳ୍ୟକାଳେ
ଅରଣ୍ୟରେ କଲେ ତପ,
ତପେ ତୋଷ କଲେ ଗୋବିନ୍ଦ ପାଇଲେ
ଧ୍ରୁବ ପଦେ ରହେ ନାଁ. . . .
ମନରେ ଗୋବିନ୍ଦ ଗୋବିନ୍ଦ ଗାଆ. . . I୨I
ହିରଣ୍ୟ ଅସୁର ପୁତ୍ରେ ଅତ୍ୟାଚାର
ଭଗବତ ପ୍ରେମ ଦେଖି,
ପ୍ରହଲ୍ଲାଦ ଦୁଃଖ ଦେଖିହେ ଶ୍ରୀମୁଖ
ସ୍ତମ୍ଭେତେ ହୋଇଲ ଉଭା. . . .
ମନରେ ଗୋବିନ୍ଦ ଗୋବିନ୍ଦ ଗାଆ. . . I୩I

ଅନ୍ତର୍ଯ୍ୟାମୀ ସାହୁ
ପଲମ/କେସିଙ୍ଗା/ କଳାହାଣ୍ଡି

Copyright © Sahitya Jibana | Newsphere by AF themes.
Open chat
Hello
How can you help we?