Sahitya Jibana

Portal on odia literature

ବନ୍ଧୁ ମୋର ଗଲ ଚାଲି – ଟୋନିସ ରୋହିଦାସ

1 min read

ବନ୍ଧୁ ବଳି ତୁମକୁ ଭାବିମୁ ଥିଲି,

ଜନମ ରୁ ତୋ ସାଥିରେ ଖେଲି ବଡ଼ ହେଲି।।
ସାରା ଜୀବନ ବନ୍ଧୁ ଭାବର ଡୋରି ବାନ୍ଧି ଥିଲି।।
ସମୟ ଯେମିତି ବଦଳି ଯାଏ ସେମିତି
ତୁମେ ବଦଳି ଯିବ ବୋଲି ଜାଣିନ ଥିଲି।।

ଚଢେଇ ଯେପରି ବସା ବାନ୍ଧି କିଛି ଦିନ ପରେ ଉଡ଼ି ଯାଏ,ତୁମେ ସେମିତି ଆସିଥିଲ।।
ସେମିତି ତୁମେ ବନ୍ଧୁ ର ହାତ ଛାଡ଼ି ଚାଲିଗଲା।।

ପଢ଼ିଛି ପୁରାଣ ପୋଥି,କୃଷ୍ଣ ଛାଡ଼ି ଦେଇଥିଲେ ସୁଦାମା କୁ ,ଯେମିତି ସୁଦାମା ନୀତି ଝୁରୁଥିଲେ କୃଷ୍ଣ ଙ୍କୁ।।
ସେମିତି ଆଜି ଏ ମନ ଝୁରେ
ମୋ ବନ୍ଧୁ ମୁ ନୀତି ଝୁରେ ତୁମ ଙ୍କୁ।।

ରାତି ରେ ଯେମିତି ସ୍ୱପ୍ନ ବିନା ରାତି ସରେନି।।
ତୁମ ବିନା ମୋ ଜୀଵନ ଚଲାପଥ ସଫଳ ହୁଏନି।।
ଏ ମିଛ ମୋହ ଦୁନିଆ ରେ କିଏ ବା କାହାର,
ଆତ୍ମା ମୋର ନୀତି କୁହେ ନୁହନ୍ତି କେହି ତୋ ନିଜର।।

ମୋ ପାଖରେ ବସି କରୁଥିଲ କେତେ ଅଲି।।
ଛୋଟ ବେଳୁ କେତେ ସାଙ୍ଗ ସାଥି ଥିଲେ ଆମ ମେଲି।।
ଧୀରେ ଧୀରେ ସମୟ ଗଲା ବଦଳି
ଏକା ଜମା ଭଲ ଲାଗେନି ତଥାପି ବଞ୍ଚିଛି ନିଜର କର୍ମ ମୁ ଆଦରି ବିଶ୍ୱାସ ଅଛି ଦିନେ ହେବ ଦେଖା ବୋଲି।।

ଟୋନିସ ରୋହିଦାସ
ପାମରା, ବଡ଼ଗାଁ ଜିଲ୍ଲା-ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

[subscribe2]