Sahitya Jibana

Portal on odia literature

ଉତ୍କଳ ମାଟି ମୋ ଜୀବନ – ଟୋନିସ ରୋହିଦାସ

1 min read

ମୁ ଉତ୍କଳ ମାଟିର ପୁଅ
ଉତ୍କଳ ମାଟିରେ ମୋ ଜନମ।।
ଏଇ ମାଟି ରେ ମୁ ଖେଲି ବଡ଼ ହେଇଛି,ଏଇଠି ମୋ ହେବ ମରଣ।।

ଯେଉଁ ମାଟି ରେ କେତେ କେତେ ବିର ଜନମ ହୋଇ,ରଖି ଦେଇଛନ୍ତି ମାନ।।
ସେଇ ମାଟିରେ ମୁ ଜନମ ହୋଇ ଆଜି ପାଉଛି ସମ୍ମାନ।।

ମାଟିର ମଣିଷ ମାଟିରେ ମିଶିବି
କାହିଁ କି କରିବି ଅଭିମାନ।।
ମୋର ଜନମ ମାଟି ମୋତେ ଲାଗେ ସୁନା,ହୀରା,ମୋତି,ଉତ୍କଳ ମାଟିର ମୁଁ ସନ୍ତାନ।।

କେତେ କେତେ ବୀର ସନ୍ତାନ ଜନମି ଥିଲେ ଏ ମାଟିରେ ରଖି ଦେଲେ ନାମ।।
ଜୀଵନ କୁ ବାଜି ଲାଗେଇ କରି ଗଲେ କାମ।।

ଏମିତି ମାଟି ରେ ମୁ ହେଇଛି ଜନମ
ଧନ୍ୟ ଧନ୍ୟ ମାଁ ଉତ୍କଳ ଭୂମି ତତେ କରୁଛି ପ୍ରଣାମ।।

ସରଗ ଠୁ ସୁନ୍ଦର ମୋ ଉତ୍କଳ ଭୁବନ
ଆଖି ପୁରୀ ଯାଏ ଦେଖୀ ସେହି କାନନ।।
ଜନମ ହେଇ ମୁଁ ଏ ମାଟି ରେ ଆଜି ତାହାରି କରୁଛି କଥନ।।
ଭାରି ଖୁସି ହୁଏ ଏ ମନ,ଉତ୍କଳ ଦିବସ ର ସଭିଙ୍କୁ ଦେଉଛି ଅଭିନନ୍ଦନ।।

ଉତ୍କଳ ମାଟି ମୋ ଜୀବନ
ସବୁଠୁ ପ୍ରିୟ ମୋ ଜନମ ଭୂଇଁ
ସୁନ୍ଦର ରୂପ ଦିଶେ ମୋ ଉତ୍କଳ
ସବୁଜ ଶ୍ୟାମଳ ଭରା ମୋ ଉତ୍କଳ।।
କୁଳୁକୁଳୁ ହୋଇ ବହି ଯାଏ ଝରଣା
ପାହାଡ ପର୍ବତ ଶିଖରୁ ଝରୁଥାଏ ଝରଣା।।

ଏଇ ମୋ ଓଡ଼ିଶା ମାଟି ରେ ଅଛନ୍ତି
ମୋ ମହାପ୍ରଭୁ ଜଗନ୍ନାଥ।।
ଜୀବନ ରେ କେବେ ନିଜକୁ ଭାବିନି ମୁ ଅନାଥ।।ଜୟ ଜଗନ୍ନାଥ।।

ଟୋନିସ ରୋହିଦାସ
ପାମରା, ବଡ଼ଗାଁ,ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫