Sahitya Jibana

Portal on odia literature

ମନୁଷ୍ୟ ଜନ୍ମର ଏ ଲାଭ – ଅନ୍ତର୍ଯ୍ୟାମୀ ସାହୁ

1 min read

ମଣିଷ ଜନ୍ମ ଦେବ ଦୁର୍ଲଭ ଜନ୍ମ। ଅନେକ ଜନ୍ମର ତପସ୍ୟାର ଏଫଳ। ଶ୍ରୀମଦ ଭାଗବତରେ ପ୍ରମାଣ ଅଛି ଯେ, ଜୀବ କର୍ମ ଅନୁସାରେ ଫଳ ଭୋଗ କରେ ଓ ସେହି କର୍ମ ତାକୁ ଚୌରାଅଶୀ ଲକ୍ଷଯୋନିଭ୍ରମଣ କରିବାକୁ ପଡିଥାଏ। ଜୀବର ଯଦି ସୁକର୍ମ ଥାଏ ତା ହେଲେ ତାକୁ ଭଗବାନ ଭଲ ଯୋନିରେ ଜନ୍ମ ଦେଇଥାନ୍ତି।                     -ଅନେକ ଜନ୍ମପୁଣ୍ୟଫଳେ
ମନୁଷ୍ୟ ଜନ୍ମ ମହୀତଳେ । ( ଶ୍ରୀମଦଭାଗବତ)
ଆଜି ଆମେ ଯଦି ଏଇ ମାନବ ଶରୀର ପାଇଛେ ତା ହେଲେ ଆମର ଅନେକ ଜନ୍ମ ଜନ୍ମାନ୍ତରର କରିଥିବା କିଛି ସଞ୍ଚିତ ପୁଣ୍ୟର ଫଳ ।

ଭଗବାନ ବ୍ରହ୍ମା ଅନେକ ଜୀବ ସୃଷ୍ଟିକଲେ ତଥାପି ମନରେ ତାଙ୍କର ଶାନ୍ତି ମିଳିଲା ନାହିଁ। କାରଣ କାହା ସହିତ କାହାର ସୁ-ସଂପର୍କ ରହିଲା ନାହିଁ ଶେଷରେ ସେ ନିଜକୁ ଦୁଇଭାଗ କରିଦେଲେ। ଗୋଟିଏ ଭାଗ ହୋଇଗଲା ପୁରୁଷ ଓ ଅନ୍ୟ ଭାଗଟି ହୋଇଗଲା ସ୍ତ୍ରୀ। ପୁରୁଷର ନାମ ରଖିଲେ ସ୍ୱାୟମ୍ଭୁବ ମନୁ ଓ ସ୍ତ୍ରୀଟିର ନାମ ରଖିଲେ ସତ ରୁପା । ଯେଉଁ ପୁରୁଷ ଓ ସ୍ତ୍ରୀ ସୃଷ୍ଟି ହେଲେ ସେମାନଙ୍କ ଭିତରେ ଆରମ୍ଭ ହେଲା ମୈଥୁନ କ୍ରିୟା ଓ ତାଙ୍କଠାରୁ ଆଜି ଏମାନବ ସଭ୍ୟତାର ସୃଷ୍ଟି ଆମଯାଏ . . . . .

ଯେତେବେଳେ ଭଗବାନ ଦେଖିଲେ  ମନୁଷ୍ୟ ର ବାକ୍ୟେନ୍ଦ୍ରିୟ ଶକ୍ତି, ସ୍ମରଣଶକ୍ତି, ଆଘ୍ରାଣ ଶକ୍ତି ଶ୍ରବଣ ଶକ୍ତି ଆଦି ଅଛି ତେଣୁ ତାହାଦେଖି ଭଗବାନ ମନରେ ବହୁତ ଖୁସି ହୋଇଗଲେ, Iକାରଣ ଜଣେ ଉଦ୍ଭାବକ ନୁଆଁ ଜିନିଷ କିଛି ଉଦ୍ଭାବନ କରେ ଓ ତାହା ଶତ ପ୍ରତିଶତ ଯଦି ଠିକ୍ ହୋଇଥାଏ ତା ହେଲେ ତାର ମନ ଆନନ୍ଦ ଉଲ୍ଲାସରେ ମାତି ଉଠିଥାଏ । ଠିକ୍ ସେହିଭଳି ଭଗବାନ ମଧ୍ୟ ବହୁତ ଖୁସିହେଲେ ।
ଆମେ ବହୁତ ଦୁର୍ଲଭ ଜନ୍ମ ପାଇଛେ ଜନ୍ମ ଜନ୍ମାନ୍ତରର କିଛି ସଞ୍ଚିତ ପୁଣ୍ୟବଳରେ ଭାଗ୍ୟ ଆଜି ଉଦୟ ହୋଇଛି ମନୁଷ୍ୟ ଯୋନିରେ ଜନ୍ମହୋଇକି |ଯାହା କୌଣସି ଯୋନିରେ ସମ୍ଭବ ନୁହେଁ, କାରଣ ଆମକୁ ଭଗବାନ କଥା କହିବାର ଶକ୍ତି, ଶ୍ରବଣ କରିବାର ଶକ୍ତି, ଭଲ_ମନ୍ଦ ବିଚାର କରିବାର ଶକ୍ତି ଦେଇଛନ୍ତି।
. ଯଦି ଆମେ ମନୁଷ୍ୟ ଜନ୍ମ ପାଇକି ଭଗବାନଙ୍କର ଗୁଣ ଯଶ କୀର୍ତ୍ତନ ନକରି ପାରିଲେ ତା ହେଲେ ଏ ମନୁଷ୍ୟ ଜନ୍ମ ହେବାଟା ହିଁବୃଥା ।

ମନୁଷ୍ୟ ଜନ୍ମର ଏ ଲାଭ
ଯେବେ ଗୋବିନ୍ଦେକରେ ଭାବ । ।

ବାସ୍ତବରେ ଆମର ଜୀବନକେତେବେଳେ ଧନ୍ୟ ହେବ, ଯେତେ ଦିନ ପର୍ଯ୍ୟନ୍ତ ଗୋବିନ୍ଦଙ୍କର ଚରଣା- ରବିନ୍ଦରେଶରଣାପନ୍ନ ନ ହୋଇଛେ। ଆମେ ଆଜି ମନକୁ ବିଭିନ୍ନ ଯାଗାରେ ଲଗାଇ ଦେଉଛେ । ଥରେ ଭାବିକି ଦେଖିବା ଯେ, ଯିଏ ଆମକୁ ଜନନୀର ଗର୍ଭାଶୟର  ଅନ୍ଧକାର ଗୃହ ଭିତରୁ ବାହାରକୁ ଆଣି ନୂଆଁ ଦୁନିଆର ଆଲୋକ ଦେଖାଇଛନ୍ତି ସେ ପ୍ରଭୁଙ୍କୁ ଛାଡି ଆମେ ବାହ୍ୟ ଜଗତର କାହା ଉପରେ ବିଶ୍ୱାସ ରଖିବା ।

ଯଦି ଜୀବନର ରକ୍ଷାକର୍ତ୍ତାକୁ ଆମେ ଭୁଲିଯିବା ତାଙ୍କ ନାମ, ତାଙ୍କର ଗୁଣ, ତାଙ୍କର କୀର୍ତ୍ତନ କରିବାକୁ ଭୁଲିଯିବା ତାହେଲେ ଆମର ମନୁଷ୍ୟ ଜନ୍ମ ପାଇ ମଧ୍ୟ ଗୋଟିଏ ଘୁଷୁରୀ ସଙ୍ଗେ ସମାନ ।

ଆମେ ଥରେ ଚିନ୍ତାକରି ଦେଖିବା ଯେ, ଗୋଟିଏ ପଶୁ ଭିତରେ ଯାହା ଅଛି ଆମ ଭିତରେ ମଧ୍ୟ ତାହା ଅଛି । ପଶୁ ଦେହରେ ମଧ୍ୟ ଭୟ ଅଛି, ମନୁଷ୍ୟ ଶରୀରରେ ମଧ୍ୟ ଭୟ ଅଛି। ପଶୁ ବି ଜୀବନ ବଞ୍ଚାଇବାକୁ ଆହାର ଖାଉଛି,ମନୁଷ୍ୟ ମଧ୍ୟ ବଞ୍ଚିବା ପାଇଁ ଖାଦ୍ୟ ଖାଉଛି । ପଶୁ ଶରୀରରେ ନିଦ୍ରା ଅଛି ମନୁଷ୍ୟ ଶରୀରରେ ମଧ୍ୟ ନିଦ୍ରା ଅଛି। ପଶୁଟିଏ ତାର ବଂଶ ବିସ୍ତାର ପାଇଁ ମୈଥୁନ କ୍ରିୟା କରୁଛି ଠିକ୍ ସେହି ଭଲି ମନୁଷ୍ୟ ମଧ୍ୟ ବଂଶ ବିସ୍ତାର ପାଇ ମୈଥୁନ କ୍ରିୟା କରୁଛି।

ଯଦି ଥରେ ଆମେ ଭାବି ଦେଖିବା ଇହଜଗତର  ପଶୁ ଟିଏ ଯାହା କରୁଛି ଗୋଟିଏ ମନୁଷ୍ୟ ମଧ୍ୟ ତାହା କରୁଛି । ହେଲେ ଭଗବାନ ମନୁଷ୍ୟକୁ କଥା କହିବାର ଶକ୍ତି ଦେଇଛନ୍ତି।ଭଲ-ମନ୍ଦ ବିଚାର କରିବାର ଶକ୍ତି ମଧ୍ୟ ଦେଇଛନ୍ତି। ତେଣୁ ଆମେ ଆମର ବିଚାର କରିବାର ଶକ୍ତି କୁ ନେଇ ବିଚାର କରି ଦେଖିବା ଯେ, ଆମେ ଯାହା କରୁଛେ ଠିକ୍ କରୁଛେ କି ଭୂଲ,କରୁଛେ ।

ଏଇ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଜାଣିଛେ ଯେ ମୁଁ ଯେଉଁ କର୍ମ କରୁଛି ତାହା ଠିକ୍ କି ଭୂଲ୍ । ମୁଁ ପ୍ରକୃତରେ ମୋର ସଠିକ କର୍ମଜୀବନ ଭିତରେଠିକ୍ ଭାବରେ ସଂପାଦନା କରିପାରିଲି ତ,ମୁଁପୁତ୍ର- ପୁତ୍ରର କର୍ତ୍ତବ୍ୟ ଠିକ୍ ଭାବରେ କରିଛି ତ। ମୁଁ ପିତା-ପିତା ହିସାବ ରେ ପରିବାରର କର୍ତ୍ତବ୍ୟ ଠିକ୍ ଭାବରେ ପରିଚାଳନା କରିଛି ତ ।ମୁଁ ପତ୍ନୀ – ପତ୍ନୀ ହିସାବରେ ମୁଁ ଠିକ୍ ଭାବରେ ପତ୍ନିର କର୍ତ୍ତବ୍ୟ କରିଛି ତ ।
ଆମେ ଯଦି ଆମର କର୍ତବ୍ୟ ଠିକ୍ ଭାବରେ ସଂପାଦନା ନ କରିବା ତା ହେଲେ ଭଗବାନ ଆମକୁ କେବେହେଲେ କ୍ଷମା କରିବେନି।
ବାସ୍ତବରେ, . . . .
ଜନ୍ମ ପରେ ମୃତ୍ୟୁ ନିଶ୍ଚିତ ଓ ମୃତ୍ୟୁପରେ ଜନ୍ମ ନିଶ୍ଚିତ ଓ ଏହାକୁ ବଦଳେଇହେବ ନାହିଁକି ପରିହାର କରାଯାଇପାରିବ ନାହିଁ। ତେଣୁ ଆମେ ସମସ୍ତେ ଜନ୍ମ ହୋଇଛେ ଏକଦିନ ନିଶ୍ଚୟ ମରିବା । ତା ପୂର୍ବରୁ ଆମର ମନକୁ, ବୁଦ୍ଧିକୁ ଅନ୍ୟତ୍ର ନଲଗାଇ,ଭଗବାନଙ୍କ ଚରଣ ପ୍ରତି ମନ ଲଗାଇବା, I
କିନ୍ତୁ ଆମେ ସମସ୍ତେ ଜାଣିଛୁ ଯେ, ଭଗବାନ ସତ୍ୟ ଜଗତ ମିଥ୍ୟା ବୋଲି ।ହେଲେ, ଆମେ ସେଇ ଜଗଦିଶ୍ଵର ଜଗତର ନାଥ ଜଗନ୍ନାଥ ସଚ୍ଚିଦାନନ୍ଦ ଘନ ଅଶରଣ ଶରଣ ଦୀନଜନ ମହାବାହୁ ଶ୍ରୀମନ ମହାପ୍ରଭୂ ଶ୍ରୀ ଶ୍ରୀ ଲୀଳା ବିହାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କର ଚରଣ ତଳେ ମନ_ପ୍ରାଣ ସବୁସମର୍ପଣ ପୂର୍ବକ ତାଙ୍କର ବାହୁତଲେ ଆଶ୍ରୟ ନେବା ହିଁ ବୁଦ୍ଧି ବାନର କାମ ।

ଏଣୁ ଏଇ ମନ ଏଇ ପ୍ରାଣ ସବୁ ତାଙ୍କ ଉଦ୍ଦେଶ୍ଯରେ ଅର୍ପଣ କରି ଦେବା ହିଁ ଆମ ମନୁଷ୍ୟପକ୍ଷେ ଶ୍ରେଷ୍ଠ ବା ଆମ ମନୁଷ୍ୟ ଜନ୍ମ ଦେବ ଦୁର୍ଲଭ ଜନ୍ମର ସାର୍ଥକତା . . .

ଜୟଶ୍ରୀ ରାଧେ  . ..

ଅନ୍ତର୍ଯ୍ୟାମୀ ସାହୁ
ପଲମ/କଳାହାଣ୍ଡି

[subscribe2]