Sahitya Jibana

Portal on odia literature

କଲମ ର ଲେଖା – ଟୋନିସ ରୋହିଦାସ

1 min read

ଜନମ ରୁ ମୋତେ ମିଳିଛି କଲା
ଲେଖୁଛି କଲମ ରେ କବିତା।।
ଟିକି ଟିକି କଥା ସବୁ ଭାବନା ରୁ
ଭାବି ମୁ ଲେଖି ଦିଏ କବିତା।।

ମନର ଭାବନା,ରୁ ସୃଷ୍ଟି ହୁଏ
ଆଖି ଯାହା ଦେଖେ ତାହା କହେ।।
ଅନ୍ଧାର ରାତିରେ ଆଖି ଦିଶେନା
ଦିନ ଟିଏ କବିତା ନ ଲେଖିଲେ
ମନ ବୁଝେନା।।

ସୁନ୍ଦର ଲାଗେ କବି ବୋଲି କେହି
କହିଦେଲେ।।
ମନ ଭରି ଯାଏ ଥରେ ଶୁଣିଦେଲେ
ଛୋଟ ରୁ ବଡ଼ ପରିଚୟ ମିଳେ।।

କେବେ ଖୁସି,କେବେ ଦୁଃଖ ମିଳେ,
ଜୀବନ ର ବାଟରେ।।
ଦୁଃଖ ସୁଖ କୁ ମୁ ଆଦରି କବିତା ରେ
ପରିଚିତ କରେ।।

ଯାହା ଦେଖେ ତାହା ବର୍ଣ୍ଣନା କରେ,
ଲେଖା ଦେଖି ସଭିଙ୍କ ମନ ଭରେ।।
ଲେଖୁଛି ଲେଖୁଥିବୀ ଜୀବନ ଥିବା ଯାଏ।।
ମୁ ସବୁବେଳେ ସଭିଙ୍କୁ ଭଲ ପାଏ।।

✍️ଟୋନିସ ରୋହିଦାସ
ପାମରା, ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫

[subscribe2]