Sahitya Jibana

Portal on odia literature

ମୁଁ ଉତ୍କଳୀୟ କହୁଛି – ନିଶୀଥ୍ ଚକ୍ରବର୍ତ୍ତୀ

1 min read

ମୁଁ ଉତ୍କଳୀୟ କହୁଛି ,
ମୋ ଭାଷା କୁ ମୁଁ ଭଲ ପାଉଛି
ମୋ ଅସ୍ମିତା କୁ ନେଇ ମୁଁ ଗର୍ବ କରୁଛି
ମୋ ସଂସ୍କୃତି କୁ ମୋ ପରିଚୟ କରିଛି ।
ମୁଁ ଉତ୍କଳୀୟ କହୁଛି ,
ଏ ମାଟି ର ଟେକ ବାଜିଆ ରଖିଛି
ଧରମା ବି କୋଣାର୍କ ଚୁଡ଼ା ଗଢିଛି
କେତେ ଯେ ବୀର ଙ୍କୁ ଏ ମାଟି ଜନ୍ମ ଦେଇଛି ।
ମୁଁ ଉତ୍କଳୀୟ କହୁଛି ,
ଜାତି ପାଇଁ ମଧୁବାବୁ ଙ୍କ ଅବଦାନ କୁ ସ୍ମରୁଛି
ଗୋପବନ୍ଧୁ ଙ୍କ ସତ୍ୟ ସେବା ଧର୍ମ କୁ ମୁଁ ଝୁରୁଛି
ମାଟି ପାଇଁକି ପାଟି ଖୋଲିବା ତାଙ୍କ ଠାରୁ ମୁଁ ଶିଖିଛି ।
ମୁଁ ଉତ୍କଳୀୟ କହୁଛି,
ନଦୀ ସାଗର ଅରଣ୍ୟ ଆମ ମାଟି କୁ ଘେରିରହିଛି
ପ୍ରକୃତି ର କୋଳେ ଏହା ବଡ ମନୋହର ଦିଶୁଅଛି
ପଲ୍ଲୀ ପ୍ରାନ୍ତରେ ଧାନ ବିଲରେ ଶୋଭା ମୁଖରିତ ହେଉଛି ।
ମୁଁ ଉତ୍କଳୀୟ କହୁଛି ,
ବାରମାସ ରେ ତେର ପରବ ଖୁସି ରେ ମୁଁ ପାଳୁଅଛି
ଆରିଷା କାକରା ଏଣ୍ଡୁରି ଗଇଁଠା ମୋର ପ୍ରିୟ ଅଟଇ
ପଖାଳକଂସା ର ଭୁରି କୁ ମୁଁ ଅମୃତ ବୋଲି ମଣୁଥାଇ ।
ମୁଁ ଉତ୍କଳୀୟ କହୁଛି ,
ମହାନଦୀ ତ ଅଟେ ମୋ ପାଇଁ ପରମ ପାବନୀ
ଚାରିଧାମେ ଶ୍ରେଷ୍ଠ ଆମ ନିଳାଚଳ ଧାମ ଯେ ବୋଲାଇ
ସାହିତ୍ୟ କଳା ଭାଷ୍କର୍ଯ୍ୟ ର ଏ ଉତ୍କଳ ଏନ୍ତୁଡ଼ି ଅଟଇ ।
ମୁଁ ଉତ୍କଳୀୟ କହୁଛି ,
ମହାପ୍ରଭୁ ଜଗନ୍ନାଥ ମୋର ଆରାଧ୍ୟ ଦେବତା ଅଟନ୍ତି
ଗୀତଗୋବିନ୍ଦ ଯେ ମୋ ପାଇଁ ଶ୍ରେଷ୍ଠ କାବ୍ୟ ଅଟଇ
ସଭିଁଙ୍କ ମଙ୍ଗଳ ମନାସି ନିଶୀଥ କାଳିଆ ପଦ ବନ୍ଦଇ ।
ମୁଁ ଉତ୍କଳୀୟ କହୁଛି …
******************************

ନିଶୀଥ୍ ଚକ୍ରବର୍ତ୍ତୀ
କାହ୍ନାଇ ଭବନ , କେନ୍ଦ୍ରାପଡ଼ା

Copyright © Sahitya Jibana | Newsphere by AF themes.