Sahitya Jibana

Portal on odia literature

ହୋଲି – ଜିତେନ୍ଦ୍ରିୟ ସାହୁ

1 min read

ଫଗୁନ୍‌ ପୁନିକେ ବଛ୍‌ରେ ଉତାରୁଁ
ଆସିଛେ ଆଏଜ୍‌ ହୋଲି
ଆସ ରଂଗ୍‌ଟିକେ ମାଖ୍‌ମା ମଖାମା
କାଏଁଯେ ହଉଛ ଭାଲି।।

ରାଧାକୃଷ୍ଣ ସାଂଗେଁ ଗୋପି ଗୋପାଗଂନା
ଖେଲିଥିଲେ ସଭେ ହୋଲି
ହୋଲି ଖେଲିଖେଲି ନାଚ୍‌ଗୀତ୍‌ କରି
ଦୁଲୁଥିଲେ ସେନ ଦୁଲି।।

ହୋଲିକା ରାକ୍ଷସେନ୍‌ କପଟ୍‌ କରି
ପ୍ରହ୍ଲାଦ୍‌କେ ସାଗେଁ ଧରି
ଜୁଏଥିଁ ତାହାକେ ପୁଡାମି ବଏଲା
ନିଜେଗଲା ପୁଡିମରି।।

ଇକଥା ଟାକେ ଉଧା କରିକରି
ହୋଲିର୍‌ ଆଗର୍‌ ରାତିଁ
କାଠ୍‌ ନଡାଗଦା ପୁଡାବାରେଁ ଲୋକ୍‌
ଉସତେଁ ଯାଏସନ୍‌ ମାତି।।

ଭାବ୍‌ ପିରତିର୍‌ ହୋଲି ପରବ୍‌ଥିଁ
ମାଖ୍‌ମା ପିର୍‌ତି ରଂଗ୍‌
ରାଗ୍‌ରିସା ଭୁଲି ମିଳିମିଶି ଥିମା
ନୁକୋ ରଖିକରି ଢଂଗ୍‌।।

ଶ୍ରୀମାନ ଜିତେନ୍ଦ୍ରିୟ ସାହୁ
ଚୁହାନ ପାଲି,ଘେଁସ,ବରଗଡ
ମୋ: +91 80187 17505