Sahitya Jibana

Portal on odia literature

ରଙ୍ଗ ତୂଳୀ – ବିଜୟ କୁମାର ଘଡେ଼ଇ

1 min read

 

ଜୀବନ୍ତ ଚିତ୍ର ଆଙ୍କିବାରେ
ରଙ୍ଗ ସହ ତୁଳୀର ଭୂମିକା
ଏକ ନିଆରା ଓ ସ୍ଵତନ୍ତ୍ର ।।

ପାଷାଣ ଦେହେ ବୋଳା ରଙ୍ଗ
ଭିନ୍ନ କିଛି ପ୍ରତିରୂପ ସୃଷ୍ଟିକରେ
ଯାହା ବାସ୍ତବ ଓ ମୂର୍ତ୍ତି ।।

ରଙ୍ଗ ଭରା ତୂଳୀ ଆଙ୍କିଦେଇପାରେ
କେତେ ଯେ କାହାଣୀ
ରଚି ପାରେ କେତେ ଯେ ରଚନା ।।

ଦୁଃଖି ମଣିଷର ଦୁଃଖ ହେଉ
ଅବା ସୁଖୀ ଜୀବନର ରମ୍ୟ ଦୃଶ୍ୟ
ଆଙ୍କିଦେଇପାରେ କେତେ ଯେ ଭାବନା ।।

ହୃଦୟରୁ ଗୁଞ୍ଜରିତ ହେଉଥିବା ପ୍ରତିଧ୍ଵନି
ଅଙ୍କିତ ହୋଇ ଚାଲନ୍ତି
ତୂଳୀ ର ମୁନରେ ରଙ୍ଗସିକ୍ତ ଅବସ୍ଥାରେ ।।

ବିଜୟ କୁମାର ଘଡେ଼ଇ
ଔପଦା,ବାଲେଶ୍ୱର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?