Sahitya Jibana

Portal on odia literature

ମଉନାବତୀ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ରଙ୍ଗବେରଙ୍ଗ ମୁହୂର୍ତ୍ତ
ନଈକୁଳ ମାନଚିତ୍ର
ସୁନାଫରୁଆରେ ମୁଁ ରଖିଛି
ଜୀବନର ଅନ୍ତରାଳେ
ତମେ କାହୁଁ ବା ବୁଝିବ
ମଉନ ମନେ ନ ପଚାରି ?
ନ ଖୋଲିଲେ ତମ ମୁହଁ
ନ ଗାଇଲେ ମୋ ଲେଖା ଗୀତି
ଭୁଲି ଯିବ ପହିଲି ପୀରତି
ତମେ ମୋ ପ୍ରିୟ ମଉନାବତୀ !
ସେନେହ ଶରଧା ମମତା
ତମ ଲମ୍ବା ପଣତ କାନିରେ
ସପନ ସବୁ ଅଛି ଲେଖା
ପାହାନ୍ତି କାକର ଟୋପାରେ
ମୁଁ ପଢ଼ିଛି ବିନ୍ଦୁ ସିନ୍ଧୁ ହୋଇ
ତଥାପି କେବେ ଲେଖିନି ଚିଠି
ସପନ ଓ ଲୁହକୁ ଫେଣ୍ଟି
ତମେ ଯେହେତୁ ମଉନାବତୀ !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, ସ୍ୱାମପାଟଣା, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?