Sahitya Jibana

Portal on odia literature

ଓଡ଼ିଆ ଭାଷା ସାହିତ୍ୟ ର ସ୍ଥିତି – ସଞ୍ଜୟ କୁମାର ଦୀପ

1 min read

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା କାରଣ ଏହା ସେଥିପାଇଁ ଯୋଗ୍ୟ ବିବେଚିତ ଥିଲା।

କିନ୍ତୁ ରାଜ୍ୟ ସରକାର ଓଡ଼ିଆ ଭାଷା , ସାହିତ୍ୟ , ସଂସ୍କୃତି ର ଉନ୍ନତି ପାଇଁ ବିଶେଷ କିଛି ଉଲ୍ଲେଖନୀୟ କାର୍ଯ୍ୟ କରିନାହାନ୍ତି ।

ଓଡ଼ିଆ ଭାଷା କୁ ଜ୍ଞାନ ବିକାଶ ଓ ଶାସନର ଭାଷାରେ ପରିଣିତ କରିବା ପାଇଁ ଆମ ଓଡ଼ିଶା ରାଜ୍ୟ ସରକାର ଆଦୌ ଚେଷ୍ଟିତ ନୁହନ୍ତି।

ଏଥିପାଇଁ କେନ୍ଦ୍ରୀୟ ଅନୁଦାନ ବର୍ଷ କୁ ଶହେ କୋଟି ଟଙ୍କା ମଞ୍ଜୁର ହେଉଛି, କିନ୍ତୁ ତାହା ଖର୍ଚ୍ଚ କରିବା ପାଇଁ ଆମ ସରକାର ଅସମର୍ଥ ଅକ୍ଷମ।

ଓଡ଼ିଆ ଭାଷାର ବିକାଶ ଓ ଗବେଷଣା ତଥା ଭାଷା ବିଜ୍ଞାନୀଙ୍କୁ ଅର୍ଥ ଯୋଗାଇ ଦିଆଯାଉ ନାହିଁ ।

ଭାଷା ଓ ସଂସ୍କୃତି ଜନ ସାଧାରଣ ଙ୍କ ଶିକ୍ଷା ଉପରେ ନିର୍ଭର କରେ ।

ଆମ ଭାଗ୍ୟର ବିଡମ୍ବନା ଯେ ଆମେ ଶିକ୍ଷା କୁ ଗୌଣ ସ୍ଥାନ ଦେଇ ରାଜନୀତି କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପସନ୍ଦ କରୁଛୁ।

ଫଳରେ ଶିକ୍ଷା ର ପ୍ରଚାର ପ୍ରସାର ବଢିବା ପରିବର୍ତ୍ତେ କମିବାରେ ଲାଗୁଛି।

“ପୂର୍ଣ୍ଣଚନ୍ଦ୍ର ଭାଷକୋଷ” ନିଜ ଚେଷ୍ଟାରେ ଗୋପାଳ ଚନ୍ଦ୍ର ପ୍ରହରାଜ, ଲୋକଙ୍କ ଦାନରେ ଯେଉଁ ଅଭିଧାନ ତିଆରି କରିଯାଇଛନ୍ତି ଯାହା ଅଦ୍ୟାବଧି ସମସ୍ତ ପ୍ରାଦେଶିକ ଭାଷା ଠାରୁ ଉନ୍ନତ ଓ ସର୍ବ୍ରୋତ୍କୃଷ୍ଟ ହୋଇ ରହିଛି।

ଅକ୍ସ ଫୋଡ୍ ଡିକ୍ସିନାରୀ ପ୍ରତିବର୍ଷ ଛପା ହୋଇ ନୂଆ ନୂଆ ଶବ୍ଦ ଯୋଡ଼ା ଗଲେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ର ଶବ୍ଦ ଏବେ ବି ଲୁକ୍କାୟିତ ଅବସ୍ଥାରେ ରହିଛି ତାହାକୁ ସ୍ଥାନିତ କରା ଯାଇ ପାରୁନାହିଁ।

ଆଦିବାସୀ ବହୁଳ ଓଡ଼ିଶା ରେ ଆଦିବାସୀ ଙ୍କ କଥିତ ଭାଷାକୁ ବି ଧ୍ୟାନ ଦିଆଯାଇ ପାରୁ ନାହିଁ ।ସାଧାରଣ ଓଡ଼ିଆ ଭାଷା ଭାଷୀ ଲୋକେ ଆଦିବାସୀ ଭାଷା ବୁଝିବା ପାଇଁ ସ୍ଵତନ୍ତ୍ର ଅଭିଧାନ ର ବ୍ୟବସ୍ଥା ମଧ୍ୟ ନାହିଁ ।

ଓଡ଼ିଶା ସରକାର ଏ ସବୁ ବିଷୟରେ ଧ୍ୟାନ ଦେବା ଆବଶ୍ୟକ ରହିଛି ।

ମାତ୍ର ଓଡ଼ିଶା ସରକାର ଙ୍କ ସାଂସ୍କୃତିକ ବିଭାଗ ପକ୍ଷରୁ ଏଥିପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ଅସମର୍ଥ।

ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀ,

ପ୍ରତିବର୍ଷ କିଛି ବ୍ୟକ୍ତି ଙ୍କୁ ପୁରସ୍କାର ଓ ଜୟନ୍ତୀ ପାଳବା ମଧ୍ୟରେ ସୀମିତ ରଖିଛନ୍ତି।

କାରଣ କୁଆଡେ ଅର୍ଥର ଅଭାବ……

ଓଡ଼ିଶାରେ ଲେଖକ ଓ କବି ମାଳ ମାଳ

ପ୍ରତିଯୋଗିତା ରେ ପରିପୂର୍ଣ,

ତାହା କେବଳ ସୋସିଆଲ ମିଡିଆରେ ନିଜ ନିଜ ଭିତରେ ସୀମିତ ହୋଇ ନ ରହି ,

ଓଡ଼ିଶା ସରକାର ଙ୍କ ଆଯୋଗ୍ୟତା,ଅପାରଗତା,ଅବିବେକିତା, ଓ ନଂପୁସକତା ପାଇଁ ଏହା ଧୀରେ ଧୀରେ

କିଛି ସାଙ୍ଗଠନିକ ସାହାଯ୍ୟ ଦ୍ଵାରା ବ୍ୟବସାୟ ରେ ପରିଣତ ହେବାସହ

ପ୍ରକୃତ ବଳିଷ୍ଠ ଭାଷାବିତ୍ ମାନଙ୍କର ମାନ ହ୍ରାସ ପାଉଛି।

ଫଳରେ ଓଡିଶା ଭାଷାର ମୂଲ୍ୟାୟନ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଉଛି।

ଏଥିପାଇଁ ରାଜ୍ୟ ସରକାର ସହ ଆମେ ନିଜେ ମଧ୍ୟ ବହୁ ସଂଖ୍ୟାରେ ଦାୟୀ।

ଓଡ଼ିଶାରେ ଓଡ଼ିଆ ଭାଷା ସାହିତ୍ୟ କୁ ଏକ ପ୍ରହେଳିକା ରେ ପରିଣତ କରି ରଖା ଗଲାଣି।

ଏ ସମସ୍ତର ମୂଳ କାରଣ ହେଲା ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ର ବହୁଳ ଅଭାବ ଓ ଶିକ୍ଷା ପ୍ରତି ଅବହେଳା ।

ସବୁ ଆଡେ ରାଜନୀତି ବାହାର ଠାରୁ ନେଇ ଘର ପର୍ଯ୍ୟନ୍ତ ……

ଓଡ଼ିଆ ଭାଷା ର ଅଗ୍ରଗତି ପାଇଁ ପ୍ରଥମେ ନିଜ ପରିବାର ତରଫରୁ ଆଗ୍ରହ ପ୍ରକାଶ କରିବା ତଥା ସହଯୋଗ କରିବାର ଆବଶ୍ୟକ ରହୁଛି।

ଏବଂ ଓଡ଼ିଶା ରାଜ୍ୟ ସରକାର ମଧ୍ୟ ଅନ୍ୟାନ୍ୟ ଅଦରକାରୀ ବିଳାସ ବ୍ୟସନରେ ଖର୍ଚ୍ଚ କରାଯାଉଥିବା ଅର୍ଥକୁ ସୀମିତ କରି ଓଡ଼ିଆ ଭାଷା ସାହିତ୍ୟ ଶିକ୍ଷା ର ଅଭିବୃଦ୍ଧି ନିମନ୍ତେ ଦୃଷ୍ଟି ଆକର୍ଷଣ କରିବା ନିତ୍ୟାନ୍ତ ଆବଶ୍ୟକ ରହିଛି।

ସୁତରାଂ ଆମେ ଭାବ ପ୍ରବଣତାରେ ଭାସି ନଯାଇ ରାଜନୀତି କରିବା ଅପେକ୍ଷା ଏହାର ପ୍ରଚାର ପ୍ରସାର ନିମନ୍ତେ ସହଯୋଗ କରିବା ବାଞ୍ଛନୀୟ।

***********

ସଞ୍ଜୟ କୁମାର ଦୀପ , ଫୁଲବାଣୀ

ଇ-ମେଲ୍ : kumarsanjibdeepa048@gmail.com