Sahitya Jibana

Portal on odia literature

ଜୀବନର ତିନି ଅନ୍ତସ୍ବର – ସୁକାନ୍ତ ଖଣ୍ଡା

1 min read

-ଏନ୍ତୁଡି-
ଜନ୍ମ ଯେବେ ହେଲି ଏନ୍ତୁଡି ଶାଳରେ
ଅଗ୍ନିକୁଣ୍ଡ ଦେଖିକରି
କୁଆଁକୁଆଁ ରାବି ଡରି ମରୁଥିଲି
ପାପ ହୃଦେ ଗଲାଚରି।

-ହୋମଯଜ୍ଞ-
ଚଉଠି ବିବାହ ହୋମଯଜ୍ଞ କୁଣ୍ଡେ
ନାଚି ଯାଉଥିଲା ମନ
କାମନା ଜ୍ଜାଳାରେ ଦହି ହେଉଥିଲି
ପାପ କରିବା ଉଚ୍ଛନ୍ନ।

-ଚିତାଗ୍ନି-
ମୃତ୍ଯୁ ଆସିବାରୁ ଚିତାଗ୍ନିରେ ଶୋଇ
ପାଉଁଶ ହେଲା ଶରୀର
ପାପଭରା ଏଇ ହୃଦ ମନ୍ଦିରଟି
ଈଷ୍ଟ ସଙ୍ଗେ ଖେଳିବାର।

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି- କେନ୍ଦୁଝର ପି-୭୫୮୦୨୮