ପ୍ରେମ ବିରହିଣୀ – ଅନ୍ତର୍ଯ୍ୟାମୀ ସାହୁ
1 min readଭାବିତ ନ ଥିଲି ଜୀବନରେ କେବେ
ଏମିତିକା ଧୋକା ଦେଲୁ,
ତୋତେ ମନ ଦେଲି ବୋଲି ରେ କହ୍ନେଇ
ହାତ ଛାଡ଼ି ଚାଲିଗଲୁ ।
ଅନ୍ଧ ହୋଇ ତୋତେ ଭଲ ପାଉଥିଲି
ଛାଡ଼ିଲଜ୍ଜା ଅପମାନ,
ମନ ପ୍ରାଣ ସର୍ବ କରି ସମର୍ପଣ
ନିତ୍ୟ ଦେଖେ ତୋବଦନ ।
କ୍ଷଣେ ନଦେଖିଲେ ବାଇଆଣୀ ପ୍ରାୟେ
ହୋଇ ଯାଉଥାଏ ମୁହିଁ,
କେତେବେଲେ ମୋତେ ଆସି ଦେଖାଦେବୁ
ବୋଲି ଭାବେରେ କହ୍ନେଇ ।
କାହିଁ ଏମିତିକା ପ୍ରେମ କଳୁ ମୋତେ
ତୋତେ ଭୂଲି ପାରୁନାହି,
ତୋତେ ଭଲପାଇ କିବା ଭୂଲ କଲି
ହାଏରେ କଳା କହ୍ନେଇ ।
ଜାଣି ମୁଁ ନଥିଲି ଭଲ ପାଇବାରେ
ମିଳେ ଏତେ ବଡଶାସ୍ତି,
ଜାଣିଥାନ୍ତି ଯଦି ଭଲ ନ ପାଇକି
ଏକାପଣେ ରହିଥାନ୍ତି।
ମାୟ। ମୋହ ଛାଡ଼ି ଘରଦ୍ଵାର ଭୂଲି
ସାରା ସଂସାର ଛାଡିଲି,
ଜାଣିଶୁଣି ମୋର ସର୍ବନାଶ କରି
ତୋ ପ୍ରେମରେ ଅନ୍ଧ ହେଲି।
କି କରିବି ମୋର ଭାଗ୍ୟ ଅଟେ ମନ୍ଦ
ଶୂନ୍ୟ ହୋଇଯାଏ ଚେତା,
କେଉଁ ଦୋଷ ମୋର ଦେଖିଣ ଦଣ୍ଡୁଛ
ଆହେ ଜଗତ କରତା ।
କଳି କେଉଁ ଦୋଷ ଆହେ ହୃଷିକେଶ
ଦିଅ ପଛେ ଯେତେ ଦଣ୍ଡ,
ଚାତକ ପରାୟେ ଚାହିଁକି ରହିଛି
ଜଳିଯାଏ ଏହି ପିଣ୍ଡ ।
ଆସି ଦେଖଥରେ ହେ ପ୍ରାଣ ଇଶ୍ବର
ଦୀନବନ୍ଧୁ ଦୟାନିଧି,
କୋଳେଇ ନିଅ ହେ ଏ ଅଧମେ ବାରେ
ଆହେ କରୁଣା ବାରିଧି ।
ଅନ୍ତର୍ଯ୍ୟାମୀ ସାହୁ
ପଲମ , ନର୍ଲା, କଳାହାଣ୍ଡି
ଇ-ମେଲ୍: sahuantaryami12@gmail.com