Sahitya Jibana

Portal on odia literature

ପ୍ରେମ ରଙ୍ଗ – ଅଜିତ କୁମାର ତ୍ରିପାଠୀ

1 min read

ହୋଲି ଅଭିନ୍ଦନ …………!

ରଙ୍ଗର ପସରା କିବା ଦରକାର

ପ୍ରିୟତମା ପାଶେ ଥିଲେ

ତାହାରି ଦେହରେ ସବୁରଙ୍ଗ ଦିଶେ

ଥରେ ତାକୁ ଛୁଇଁ ଦେଲେ ।।୧।।

ବୋଳି ହୋଇଯାଏ ତନ,ମନ,ସାରା

ସାତ ରଙ୍ଗ ସହିତରେ

ଅବିର,ଅଳତା କିବା ପ୍ରୟୋଜନ

ପିଚକାରୀ ମାରିବାରେ  ।।୨।।

ତାର ଅଙ୍ଗ ସ୍ପର୍ଶେ ଶିହରଣ ଜାଗେ

ସବୁ ରଙ୍ଗ ଫୁଟି ହସେ

ଗୋଲାପୀ ଅଧରେ ମୁକ୍ତା ଦନ୍ତ ପନ୍ତି

ମଲ୍ଲୀ ଫୁଲ ପରି ବାସେ  ।।୩।।

ଲାଜେଇ ମନଟା ନୀଳ ପଡିଯାଏ

ଝାଉଁଳି କେଶ ରଙ୍ଗରେ

ଛୁଇଁ ଦେଲେ ଥରେ ନାଲି ଜର ଜର

ଦୂରେଇଗଲେ ଧୂସର  ।।୪।।

ସବୁଜ ସପନ ଜାଗ୍ରତରେ ଆସେ

ହଜିଯାଏ ଚଇତନ

ଶରୀର ହଳଦୀ ରଙ୍ଗ ହୋଇଯାଏ

କରିଦେଲେ ଆଲିଙ୍ଗନ  ।।୫।।

ସେଥିପାଇଁ ବୋଧେ ରାଧା ଦାମୋଦର

ପରସ୍ପରର ମିଳନ

ପ୍ରେମିକ ପ୍ରେମିକା ପ୍ରେମ ବିନିମୟେ

ପାଳୁଛନ୍ତି ପ୍ରତିଦିନ  ।।୬।।

ଫଗୁଣରେ ଫଗୁ ବସନ୍ତେ ମଳୟ

ମହକେ ଦୁନିଆ ଭରି

ପ୍ରକୃତି ପାଳୁଛି ଅପୂର୍ବ ଶୋଭାରେ

ମକରନ୍ଦ ପଡେ ଝରି  ।।୭।।

ଈର୍ଷା,ଦ୍ଵେଷ,ଘୃଣା, କପଟ ନକରି

ପ୍ରେମ ରଙ୍ଗେ ଦିଅ ବୋଳି

ପରମ ଆନନ୍ଦେ ରଙ୍ଗ ଭରିଦିଅ

ଧୋଇ ଦେଇ ମନୁ ମଳି  ।।୮।।

ବିନା ରଙ୍ଗ ଧରି ହୋଲି ସର୍ବେ ଖେଳି

ପ୍ରେମ,ପ୍ରୀତି ସ୍ନେହ ଭରି

ଅଭିନନ୍ଦନ ରେ  ସ୍ଵାଗତ କରୁଛି

ସ୍ଵର୍ଗ ଯାଉ ଅବତରି ।।୯।।

ହୋଲିର ଶୁଭେଚ୍ଛା ଶୁଭ କାମନା ମୁଁ

ଏପରି ଭାବରେ କରେ

ଜୀବନଟା ହେଉ ରଙ୍ଗୀନ ସବୁରି

ସୁଖ,ଶାନ୍ତି, ସମୃଦ୍ଧିରେ ।।୧୦।।

————————————

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)

ଗ୍ରାମ/ପୋଷ୍ଟ – କୁଲାଡ଼,ଭଞ୍ଜଭୂମି

ଭଞ୍ଜନଗର,ଞ୍ଜାମ – ୭୬୧୧୩୧

ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮

Copyright © Sahitya Jibana | Newsphere by AF themes.