Sahitya Jibana

Portal on odia literature

ମା’ର ଭୂମିକା – ସୁକାନ୍ତ ଖଣ୍ଡା

1 min read

ମାଆ କୁକୁଡା଼ ନିଜର ସନ୍ତାନମାନଙ୍କୁ କୋଳେଇ ବସିଥିଲା। ସେ କେତେ ସୁନ୍ଦର ସ୍ବପ୍ନ ଦେଖୁଥିଲା କି ପ୍ରଥମ କି ସେ ମାଆ ହୋଇ ଯାଇଛି। ତା’ର ମାଆ ହେବାର ଯେଉଁ ସଫଳତା ପାଇଛି ସବୁର କାରଣ ଈଶ୍ବର। ସେ ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ଯବାଦ ଦେଇ ଆନନ୍ଦରେ ଆଖିରୁ ଲୁହ ଗଡେ଼ଇ ଚାଲିଥିଲା।

ହଠାତ୍ ତା’ ଆଗକୁ ଗୋଖୁର ସାପଟିଏ ସାମ୍ନାକୁ ଆସିଲା। ସେ କୁକୁଡା଼ଚିଆଁକୁ ଦେଖି ଭୋକ ବଢି଼ଗଲା ତ ଖାଇବାକୁ ମନ ବଳେଇଲା। ଦୂରରୁ ମାଆ କୁକୁଡା଼ ଗୋଖୁର ସାପକୁ ଦେଖିନେଲା। ସେ ନିଜର ସନ୍ତାନମାନଙ୍କୁ ସୁରକ୍ଷ। ଦେବାକୁ ଅଣ୍ଟା ଭିଡି଼ଲା। ସାପକୁ ଉଚିତ ଶିକ୍ଷ। ଦେବାକୁ ଯାଇ ଉଡି଼ଉଡି଼ ଖୁମ୍ପିଲା। ଗୋଖୁର ସାପ ପ୍ର।ଣ ଭୟରେ ଦୌଡି଼ ପଳେଇଲା। ମାଆ କୁକୁଡା଼ ପୁଣି ନିଜର ସନ୍ତାନମାନଙ୍କୁ ଧରି କୋଳେଇ ବସିଲା। ସେ ବସିକି ନିରବ ହୋଇ ରହି ପାରିଲାନି। ପୁଣି ଗୋଖୁର ସାପ ଆକ୍ରମଣ କରିପାରେ ଏହି ଭୟରେ ଥିଲା।

ସତକୁ ସତ ! ଅଳ୍ପ ସମୟପରେ ଗୋଖୁର ସାପ ପୁଣି ଆସି କୁକୁଡା଼ ଚିଆଁକୁ ଧରିବାକୁ ଲାଗିଲା ତ ମାଆ କୁକୁଡା଼ ଏଥର ବି ମନ ପ୍ର।ଣ ଦେଇ ଲଢି଼ଲା। ସେ ଉଡି଼ଉଡି଼ ଖୁମ୍ପି ଚାଲିଲା ତ ଗୋଖୁର ସାପ ଲହୁ ଲୁହାଣ ହୋଇ ଫେରିଗଲା। ସେ ଗୋଟିଏ ଗାତରେ ପଶି ସିଦ୍ଧାନ୍ତ ନେଲା ସାମାନ୍ଯ କୁକୁଡା଼ଟିଏ ତାକୁ ହରେଇ ଦେବ। ସେ ପୁଣି ସାହସ ସଞ୍ଚୟ କରି ପୂରା ଦମରେ ନିଜକୁ ବାଜି ଲଗେଇ ମାଆ କୁଖୁଡା଼ ସହିତ ଲଢି଼ଲା। ହେଲେ ମାଆ କୁକୁଡା଼ ତୃତୀୟ ଥରକୁ ପ୍ରତିହିଂସା ପରାୟଣ ହୋଇ ଲଢି଼ଲା। ଆଗରୁ ତାକୁ ଘଉଡା଼ଉ ଥିଲା ହେଲେ ଏଥର ଜୀବନରେ ମାରି ଦେବାକୁ ଅଣ୍ଟା ଭିଡି଼ଲା।

ମାଆ କୁକୁଡା଼ ପ୍ରଥମେ ଗୋଖୁର ସାପର ଆଖିକୁ ଫୁଟାଇ ଦେଲା। ଗୋଖୁର ଦେଖି ନ ପାରି ଲଣ୍ଡଭଣ୍ଡ ହେଲା। ସେ ପଳେଇ ଯିବାକୁ ଉଦ୍ଯତ ହେଲା ହେଲେ ମାଆ କୁକୁଡା଼ ତାକୁ ନିଜର ଥଣ୍ଟ ଓ ନଖ ସାହାଯ୍ଯରେ ରାମ୍ପୁଡି କାମୁଡି଼ ମାରିଦେଲା। ଏବେ ମାଆ କୁକୁଡା଼ ସ୍ଥିର ଓ ନିଶ୍ଚନ୍ତ ଯେ ଆଉ ପାଖରେ ବିପଦ ନାହିଁ। ସେ ନିଜର ସନ୍ତାନମାନଙ୍କ ସକାଶେ ଈଶ୍ବରଙ୍କୁ ଶତକୋଟି ପ୍ରଣାମ ଧନ୍ଯବାଦ ଦେଇ ଖୁଆଇଲା।

ସତରେ ! ମାଆ ହେବ ତ ଏମିତି। ଯିଏ ନିଜକୁ ସୁରକ୍ଷ। ଦେଇ ସନ୍ତାନମାନଙ୍କୁ ସୁରକ୍ଷ। ଦିଏ ସେ ଅସଲରେ ଜଣେ ମାଆର ଭୂମିକାକୁ ସୁଚାରୁରୂପେ ସମ୍ପାଦନ କରିଥାଏ ବୋଲି ବୁଝିବାକୁ ହେବ।

 

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ 

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର 

ଜି- କେନ୍ଦୁଝର ପି-୭୫୮୦୨୮

ଇ-ମେଲ : khandasukanta@gmail.com

ଯୋଗାଯୋଗ – 9938789673