ବିନମ୍ର – ବିଜୟ କୁମାର ଘଡେଇ
1 min readନା ଧାରା ଶ୍ରାବଣର ବର୍ଷାରେ
ନା ଗ୍ରୀଷ୍ମର ପ୍ରଚଣ୍ତ ଉଷ୍ମତାରେ
ନା ଶୀତର ଶୀତଳ ପ୍ରକୋପରେ
ବିନମ୍ରତା କେବେ ପରାଜିତ ହୁଏନା
ଶତ୍ରୁ ବି ଆତ୍ମ ସମର୍ପଣ କରିଥାଏ ।।
ନା ଗର୍ବ ବା ଅଂହକାର ପାଖରେ
ନା କଟୁ ବଚନ ପାଖରେ
ନା ଦୁନିଆର କୌଣସି ଦୁଷ୍ଟ ଶକ୍ତି ପାଖରେ
ସମ୍ପର୍କର ଏକ ଦୃଢ଼ ବନ୍ଧନ ରୂପେ କାର୍ଯ୍ୟକରିଥାଏ
ସର୍ବଶକ୍ତିମାନ ଗୁଣ ରୂପେ ପରିଚିତ ଅତି ସୁନ୍ଦର ଗୁଣଟିଏ ।।
ବିଜୟ କୁମାର ଘଡେଇ
କମାରପାଳ,ଔପଦା
ଜିଲ୍ଲା -ବାଲେଶ୍ୱର
ଇ-ମେଲ୍ :bkghadei128@gmail.com