Sahitya Jibana

Portal on odia literature

ରାଧାଲୋ ଆଜି ଆସିଛି ହୋଲି – ବୈଜୟନ୍ତୀ ମାଳା ମହାପାତ୍ର

1 min read

ସଜବାଜ ହୁଅ ସଖି ସଙ୍ଗାତଲୋ

ଅବିର ରଖ ସଜାଇ ,

ସାତରଙ୍ଗେ ରଙ୍ଗାଇବା ଯେ କାହ୍ନାକୁ

ଥିବ ସଙ୍ଗେ ରାଧା ରାଇ

ରାଧା ଲୋ ପ୍ରେମ ରଙ୍ଗ ଦେବୁ ବୋଳି

ରାଧା ଲୋ ଆଜି ଆସିଅଛିହୋଲି…ll

 

ସୁବର୍ଣ୍ଣ ସୁଯୋଗ ମିଳିଛି ଲୋ ରାଧା

କାହ୍ନୁ ସଙ୍ଗେ ମିଶିବାକୁ,

କେହି ଦେଖିବେନି ନିନ୍ଦା କରିବେନି

କୋଳେଇଲେ ତୁ କାହ୍ନୁକୁ

ରାଧା ଲୋ ଦେ ତୋ ପ୍ରେମକୁ ଢ଼ାଳି

ରାଧା ଲୋ ଆଜି ଆସିଛି ଲୋ ହୋଲି… ll

 

ସେନେହ ସରାଗ ସବୁ ଲଗାଇବୁ

ରଂଗ ନେଇ ବିଶ୍ଵାସର

ବିଶ୍ୱାସ ଘାତକ କେବେ କରିବନି

କାହ୍ନୁ ଲୋ ଆମ ସଂଗର

ରାଧା ଲୋ କିଣିନେବୁ ବନମାଳୀ

ରାଧା ଲୋ ଆଜି ଆସିଛି ଲୋ ହୋଲି …ll

 

ସେ କଳା ବଦନ ଯଶୋଦା ନନ୍ଦନ

ମୁରଲୀ ଫୁଙ୍କା କହ୍ନେଇ,

ବଂଶୀ ସ୍ୱନେ ନେଲା ଚୋରି କରି ମନ

ତା’ ବିନା ହୁଏ ନା ରହି

ରାଧା ଲୋ କହିବୁ ଲୋ ମନ ଖୋଲି

ରାଧା ଲୋ ଆଜି ଆସିଛି ଲୋ ହୋଲି… ll

 

ସୁବର୍ଣ୍ଣ ସୁଯୋଗ ଚାଲିଯିବ ରାଧା

ହୋଇଯିବା ଆମେ ଖାଲି

ରାଧା ଲୋ ହେବୁନି ଜମା ଚଗଲୀ

ନଟବର କାହ୍ନୁ ବଡ ଲମ୍ପଟିଆ

ଯିବ ଲୋ ହାତରୁ ଚାଲି

ରାଧା ଲୋ ଆଜି ଆସିଛି ଲୋ ହୋଲି…ll

     କବି ସୌରଭ

ବୈଜୟନ୍ତୀ ମାଳା ମହାପାତ୍ର

ଫୁଲବାଣୀ,କନ୍ଧମାଳ

Copyright © Sahitya Jibana | Newsphere by AF themes.