Sahitya Jibana

Portal on odia literature

ନାଗରିକ – ମିନତୀ ବେହେରା 

1 min read

ଦୁନିଆ ଯଦି ପୁଷ୍କରିଣୀ ହୁଏ 

 

ତୁମେ ସେହି ପୁଷ୍କରିଣୀର କଢଟିଏ 

 

ଅଠର ବର୍ଷ ପରେ ତୁମେ ଫୁଟ 

 

ତୁମକୁ ତୋଳିବାକୁ ନେତା ମନ୍ତ୍ରୀଙ୍କ

 

 ଲାଗେ ଲମ୍ବା ଲାଇନ 

 

ଲୋଭ ଦେଖାଇ ନବାକୁ ଭୋଟ.. 1

 

ଦୁନିଆ ଯଦି ଜଙ୍ଗଲ ହୁଏ 

 

ସେହି ଜଙ୍ଗଲର ତମେ ଏକ ପ୍ରଜାତିର ଯିବ 

 

ଯେତେବେଳେ ତମେ ଗର୍ଜନ କରି 

 

ନିଜ ଅଧିକାର ପାଇଁ ଲଢ଼ 

 

ଥରି ଉଠେ ମର୍ତ୍ତ୍ୟ ଲୋକ.. 2

 

ଯଦି ଦେଶ ଏକ ବୃକ୍ଷ ହୁଏ 

 

ତମେ ହଉଛ ସେଇ ବୃକ୍ଷର ସବୁଜ ପତ୍ର 

 

ଯେମିତି ପତ୍ର ବିନା ବୃକ୍ଷ ଥୁଣ୍ଟା 

 

ସେମିତି ତମ ବିନା ଦେଶ 

 

ପାରେନି ଭିଡି ତା ଅଣ୍ଟା.. 3

 

ଯଦି ଦେଶ ଏକ ସଂଗୀତ ହୁଏ 

 

ସେଇ ସଂଗୀତର ତାଳ, ଲୟ ସ୍ୱର ହଉଛ ତୁମେ 

 

ଯେମିତି ଏହା ବିନା ସଂଗୀତ ବେସୁରା 

 

ସେମିତି ତମ ବିନା ଦେଶ ଅଧୁରା.. 3

 

ଅନ୍ଧାର ରାତିର ତମେ ଆଲୋକ 

 

ତୁମେ ହଉଛ ଆମ ଦେଶ ନାଗରିକ…. 

 

ମିନତୀ ବେହେରା 

ଗ୍ରାମ -ଡିହସାହି, ଛତିଆ ବ୍ଲକ -ବଡ଼ଚଣା, ଯାଜପୁର, ଅଧ୍ୟାପିକା ପବିତ୍ର ନଗର ଡ଼ିଗ୍ରୀ ମହାବିଦ୍ୟାଳୟ, ତାଳଚେର 

ଇ-ମେଲ୍ :Beheraminati112@gmail.com