Sahitya Jibana

Portal on odia literature

ସେନେହର ରଙ୍ଗ ଦେବାରେ ବୋଳି – ସଙ୍ଗୀତା ମିଶ୍ର ଶତପଥୀ 

1 min read

ଟୁନାରେ  ଟୁନା
ମନ ଦୁଃଖେ ଏଠି ବସିଛୁ  କିଆଁ ?
          ଟୁନି ଲୋ ଟୁନି
ଜାଣିନୁ କି କାଲି ପୁନେଇଁ 
ତା ପର ଦିନ ହୋଲି
ହେବାନି କି ରଂଗ ବୋଳାବୋଳି
         ଟୁନାରେ  ଟୁନା
ରଙ୍ଗ ଖେଳିବାକୁ ଉଛ୍ଛନ କିଆଁ ?
       ଟୁନି ଲୋ ଟୁନି
 ଏଇ କଥା କାଇଁ  ବୁଝୁନୁ ତୁହି
ଛାନିଆ ହେବିନି କହୁଛୁ ତୁଇ
ଧାଇଁ  ଆସୁଛି ତ ଏଇ କରୋନା
ରଂଗ ଖେଳିବାକୁ  ହୋଇଛି  ମନା
କୁନାରେ କୁନା 
ଅଧୀର ଆଉ ତୁ ଏତେ ହୁଅନା
   ଘରେ ଖେଳିବାରେ ଅବିର ସିନା
ମାନି କରୋନାର କଟକଣା
ରାଗରୁଷା ମନୁ ଭୁଲି
  ସେନେହର ରଂଗ ଦେବାରେ  ବୋଳି
ଆସିଛି ରଂଗର ପରବ ହୋଲି।************************
ସଙ୍ଗୀତା ମିଶ୍ର ଶତପଥୀ 
ଆଚାର୍ଯ୍ୟା ,ସରସ୍ବତୀ ଶିଶୁ ମନ୍ଦିର, ଚନ୍ଦନ ପୁର ,ପୁରୀ 

Copyright © Sahitya Jibana | Newsphere by AF themes.