Sahitya Jibana

Portal on odia literature

ଟଙ୍କା – ଅରୁଣ କୁମାର ପ୍ରଧାନୀ 

1 min read

ନାହିଁ ପାଶେ ଯେବେ ବିଡ଼ା ବିଡ଼ା ଟଙ୍କା

କେହି ବି ଚାହାନ୍ତି ନାହିଁ

ଥିଲେ ଆସୁଥିବେ କାମ ବାହାନାରେ

ପରା ବି ନିଜର ହୋଇ

ନାମ ଲେଖା ବେଳେ ବେଶୀ ଜଣା ପଡ଼େ

ଏହି ଟଙ୍କାର ମୂଲ

ଗରିବ ଘର ର ପୁଅ ଝିଅ ଯେତେ

ହୋଇ ଥାନ୍ତି କଳ ବଳ

ଦେହ ଖରାପ ରେ ଅସୁବିଧା କାଳେ

ନ ଥିଲେ ପାଶରେ ଟଙ୍କା

ମଣିଷ ପଣିଆ ନ ରହିଲା ପରି

ଖାଇ ବାକୁ ହୁଏ ଧୋକା

ଟଙ୍କା ବେଳେ ବେଳେ ସମ୍ପର୍କ ତୁଟାଏ

ଅଧୁନା ଟଙ୍କାର ଖେଳ

ଟଙ୍କା କରିଦିଏ ଗରିବକୁ ଧନୀ

ସବୁଠି ଟଙ୍କା ଅସଲ

 

ଅରୁଣ କୁମାର ପ୍ରଧାନୀ 

ଇ-ମେଲ୍ 

pradhaniarunsva2012@gmail.com

ଗ୍ରାମ /ପୋ -ନର୍ଲା ,କଳାହାଣ୍ଡି ,ଓଡ଼ିଶା ,୭୬୬୧୦୦

Copyright © Sahitya Jibana | Newsphere by AF themes.
Open chat
Hello
How can you help we?