Sahitya Jibana

Portal on odia literature

ବିଶ୍ୱାସ – ଦୀପକ କୁମାର ପାତ୍ର

1 min read

ଭଲପାଇ କରି ଭୁଲିଯାଏ ଯିଏ

ସିଏ ପରା ଅବିବେକି

ସେନେହ ବଦଳେ ପ୍ରତାରଣା ଦେଇ

ପ୍ରେମିକକୁ ଦିଏ ଠକି ।।

ଭସା ବାଦଳକୁ କି ଅବା ଭରଷା

ବରଶିଵ ବୋଲି ସିଏ

ପ୍ରେମ ତାହାପାଖେ କିଛି ମୂଲ୍ୟନାହିଁ

ଛଳନା କରୁଛି ଯିଏ ।।

କେତେ ବିଶ୍ୱାସରେ ଦେଇଅଛି ମନ

କରିଦେବ ନାହିଁ ପର

ପର କରିଦେଲେ ରଖିବିନି ପ୍ରାଣ

ମରିବି ଖାଇ ଜହର ।।

 

ଦୀପକ କୁମାର ପାତ୍ର

ଇ-ମେଲ୍ :dkpatra797@gmail.com

ବୋରିଆ, କେସିଙ୍ଗା, କଳାହାଣ୍ଡି

Copyright © Sahitya Jibana | Newsphere by AF themes.