Sahitya Jibana

Portal on odia literature

ସ୍ୱପ୍ନିଳ ପ୍ରଣୟିନୀ – ଦୀପକ କୁମାର ପାତ୍ର

1 min read

ଆଜିବି ରାତିଅଧରେ

ପୂର୍ଣ୍ଣିମା ଜହ୍ନକୁ ଦେଖିଲେ

ମନେପଡେ ପ୍ରିୟା ତୋ କଥା

କେତେ ଯେ ସ୍ୱପ୍ନିଳ ବାସ୍ତବ ଅବାସ୍ତବ

ଆଶା ଆଉ ଆକାଂକ୍ଷା ଯଥା…..

ରାତିର ନିର୍ଜନ ପ୍ରହରେ

ଉଙ୍କିମାରେ ମନର କେତେ ଯେ

ସ୍ମୃତି ଆଉ ବିସ୍ମୃତିର ଚିହ୍ନ

କେତେ ଗୁଡିଏ ଆମର

ବିଗତ ଭବିଷ୍ୟତର ସ୍ବପ୍ନ……

ମୁକ୍ତ ଆକାଶର ତାରା ମେଳରେ

ନିଜକୁ ବିଶ୍ଳେଷଣ କରି ଭାବିବସେ

ଅତୀତ ର ସ୍ମୃତି ରୋମନ୍ଥନରେ

ନିଜକୁ ବର୍ତ୍ତମାନ ରେ ଛିଡା କରେଇ

ଭାସି ଚାଲୁଥାଏ ସମୟର ଦୋଳନରେ…..

ନିର୍ମଳ ଆକାଶର ଜହ୍ନ ଆଲୁଅରେ

ତୋର କାଚକେନ୍ଦୁ ପରି ଚେହେରା

ମନ ଆକାଶରେ ଭାସିଆସି

ଦେଇଯାଏ ହୃଦୟେ ପ୍ରେମାନୁଭବର ଇସାରା

ପ୍ରିୟା ତୋର ସେଇ ହସ ହସ ଚେହେରା………

 

ଦୀପକ କୁମାର ପାତ୍ର

ଇ-ମେଲ୍ :dkpatra797@gmail.com

ବୋରିଆ, କେସିଙ୍ଗା, କଳାହାଣ୍ଡି

Copyright © Sahitya Jibana | Newsphere by AF themes.