Sahitya Jibana

Portal on odia literature

ପୂଜା – ରାହୁଲ ମହାନ୍ତି

1 min read

ପୂଜା ନାମକ ଏକ ଝିଅ ତାଙ୍କ ଗାଁ ର ଇଞ୍ଜିନିଅରଙ୍ଗି college ପଢୁଥିଲା |ତାର ଲକ୍ଷ୍ୟଥିଲା ଯେ ପାଠପଢି ଗୋଟେ ଭଲ ଇଞ୍ଜିନିଅର ହୋଇ ବାପାଙ୍କ ସ୍ୱପ୍ନକୁ ସାକାର କରି ଦେଖେଇବି |ଏଥିପାଇଁ ପୂଜା ବହୁତ କଷ୍ଟ କରେ |ତା ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଲାନ୍ତ ପରିଶ୍ରମ କରେ | ପୂଜା ତାଙ୍କ college ରେ ସବୁଠୁ ଭଲ ପଢୁଥିଲା |

ପାଖ ଗ୍ରାମରେ ଏକ ବିକି ବୋଲି ପିଲାଟାଏ ରହୁଥିଲା |ପାଞ୍ଚଖଣ୍ଡ ଗାଁ ରେ ସେ ସବୁଠୁ ଭଲ ପିଲାଟାଏ |ପିଲାଟି ପାଖରେ ସିନା ଧନ ନାହିଁ କିନ୍ତୁ ତା ଚାଲିଚଳଣ, ଆଚାର, ବ୍ୟବହାର ପାଇଁ ସବୁଠେ ଭଲ ପିଲାର ମାନ୍ୟତା ପାଏ |ହୃଦୟ ତାହାର ଅତ୍ୟନ୍ତ ନିର୍ମଳ  ସତେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମ ଙ୍କ ପରି |ପିଲାଟିର ବାପା ମାଆ ଗାଡି ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ |ତେଣୁ ବିକି ର ଦେଖାଦେଖି ଗ୍ରାମବାସି ମାନେ କରନ୍ତି |

ଦିନେ ବିକି ର କଣ କାମ ଥିବାରୁ ଇଞ୍ଜିନିଅରଙ୍ଗି college ଯାଇଥିଲା |ସେତିକି ବେଳେ ପୂଜା ସେଇ college କୁ ପ୍ରବେଶ କରୁଥିଲା |ଏହି ସମୟରେ ଦୁହେଁ ଧକ୍କା ହୋଇ ତଳେ ପଡ଼ିଗଲେ | ଦୁହେଁ ପରସ୍ପର ମୁହଁ କୁ ଚାହୁଁଥାନ୍ତି |ପ୍ରଥମ ଦେଖାରେ ବିକି ର ପୂଜା ପ୍ରତି ଭଲ ପାଇବା ବଢିଲା |ତା ପରେ ବିକି ଚେଷ୍ଟାକଲା ତା ମନକଥା ପୂଜା ଆଗରେ କହିବାକୁ କିନ୍ତୁ ଯେତେ ଚେଷ୍ଟା କରୁଥିଲା ତା ମନ କଥା କହିପାରୁନଥିଲା | ନର୍ଭସ ହୋଇପଡୁଥିଲା | ପୂଜା ଦିନେ ଅନୁଭବ କଲା ଯେ “- ଏଇ ପିଲାଟି ନିତି କଣ ପାଇଁ ମୋ ପଛରେ ପଡୁଛି? ସେ college କୁ ଗଲେ ସେଇ ପିଲା ତା ପଛେ ପଛେ ହେଉଥିବ | ପରଵର୍ତ୍ତୀ ସମୟରେ ଜାଣିଲା ଯେ ବିକି ପୂଜା ମନ ରେ ବସା ବାନ୍ଧିସାରିଲାଣି | ଓ କିଛି ଦିନପରେ ପୂଜା ର ମଧ୍ୟ ମନ ଧୀରେ ଧୀରେ ବିକି ଆଡକୁ ଗତିକଲା | ପରଵର୍ତ୍ତୀ କାଳରେ ତାଙ୍କ ପ୍ରେମ ସଫଳ ହେଲା ଓ ନିଜ ମନ କଥା ଦୁହେଁ ଦୁହିଁ ଙ୍କୁ ଖୋଲାମେଲା କରି କହିଲେ |ଏହାପରେ ଦୁହେଁ ଦୁହିଁଙ୍କୁ ପ୍ରେମ କରିବାକୁ ଲାଗିଲେ |

ପୂଜା ବିକି ପାଇଁ ପୁରା ପାଗଳ ଆଉ ବିକି ପୂଜାପାଇଁ ମଧ୍ୟ ପୁରା ପାଗଳ |ସତେ ଯେମିତି ରାଧାକୃଷ୍ଣ ପରି ଗୋଟିଏ ଅଙ୍ଗ | ଦୁହେଁ ଦୁହିଁଙ୍କ ବିନା ବଞ୍ଚିପାରିବେନି |ବିକି ନିଜେ ପଛେ ଦୁଃଖରେ ଚାଲୁଥିଲା ହେଲେ ତା ପ୍ରେମିକ ପାଇଁ ସବୁ ଖୁସି ଆଣି ତା ପାଦତଳେ ଅଜାଡି ଦେଉଥିଲା | ସେ ପୂଜାକୁ ବହୁତ ଜାଗା ବୁଲେଇ ତାକୁ ଖୁସି କରୁଥିଲା, କାରଣ ସେ ପ୍ରତିଦିନ ପୂଜା ମୁହଁରେ ହସ ଦେଖିବାକୁ ଚାହୁଁଥିଲା |ଦିନେ ପୂଜା ଆଉ ବିକି ଏକ ପାହାଡ଼ ଉପରେ ଠିଆ ହୋଇ ତଳ ର ସୁନ୍ଦର ଦୃଶ୍ୟ ଦେଖୁଛନ୍ତି |ଏହି ସମୟରେ ପୂଜା କହିଲା “- “ବିକି… ଆଜି february 13 ହେଲାଣି | କାଲି କଣ ଅଛି ଜାଣିଛ ତ? ହଁ ବାବା ହଁ | ମୁଁ ସବୁ ଜାଣିଛି ” ବିକି ଉତ୍ତର ଦେଲା ” | ତାହେଲେ କାଲି କଣ କହିଲ ” ପୂଜା କହୁଥାଏ “| ଆରେ ହୁଣ୍ଡି ଏତିକି ଜାଣିନ? କାଲି ପରା ବିଶ୍ୱ ପ୍ରେମ ଦିବସ | କାଲି ପ୍ରେମିକ ପ୍ରେମିକା କୁ ଖୁସି ରଖିବା ପାଇଁ ଗୋଟେ ଗୋଟେ ଉପହାର ଦିଅନ୍ତି ” ବିକି କହିଲା | ପୂଜା ଟିକେ ମୁରୁକି ହସି “- ଓଓଓ…. ତାହେଲେ ତମେ ଜାଣିଛ | ତାହେଲେ ଶୁଣ….. କାଲି ହରଗୌରୀ ମନ୍ଦିର ପାଖ park କୁ ପଳେଇଆସିବ କାରଣ କାଲି ଆମର ଦେଖା ହେବା ଟା ନିହାତି ଜରୁରୀ | ଠିକ ଅଛି ପୂଜା | ମୁଁ ନିଶ୍ଚୟ ଯିବି |”ଏହା କହି ବିକି ଚାଲିଗଲା |

ସେଦିନ ଥାଏ february 14 | ବିଶ୍ୱ ପ୍ରେମ ଦିବସ ଯାହାକୁ ଆମେ ଇଂରାଜୀ ରେ କହିଥାଉ valentine day |ପୂଜା ହରଗୌରୀ ମନ୍ଦିର ପାଖ ପାର୍କରେ ଅପେକ୍ଷା କରିଛି | ଅପେକ୍ଷା କଲା ସମୟରେ ସେ ବିଭିନ୍ନ ପ୍ରେମିକ ପ୍ରେମିକା ଙ୍କୁ ଦେଖୁଥାଏ | କେମିତି ପ୍ରେମିକ ମାନେ ତାଙ୍କ ପ୍ରେମିକା କୁ valentine  ଉପହାର ଦେଇ ଉତ୍ସାହିତ କରୁଛନ୍ତି | ଏହା ଦେଖି ପୂଜା ବି ଭାବିଲା ଯେ ମୋ boy friend ଆଜି ମୋତେ ଯେମିତି ହେଲେ ଖୁସି କରେଇବ |ଏହା ଭାବୁଥାଏ |ଠିକ ଏତିକି ସମୟ ବେଳକୁ ବିକି ତା ହାତରେ ଚକମକିଆ ଉପହାର ଧରି ପୂଜା ପାଖକୁ ଆସୁଥାଏ |ଏହା ଦେଖି ପୂଜା ଅଧିକ ଆଶ୍ଚର୍ଯ୍ୟ ହୋଇଗଲା |ମନେ ମନେ ଏତେ ଖୁସି ଯେ ତାହା କହିଲେ ନ ସରେ |ପକ୍ଷୀରାଜ ଘୋଡା ରୁ ଯେପରି ସତେ ତା ପାଇଁ ଓଲ୍ଲାହି ଆସିଛି  |ବଡ଼ ଆଡମ୍ବର ରେ ସେଇ ଉପହାର ପୂଜାକୁ  ପ୍ରଦାନ କଲା |ପୂଜା ବହୁତ ଖୁସି ହୋଇ ସେଇ ଉପହାର କୁ ନେଇ ବିକି କୁ ଆଲିଙ୍ଗନ କରି ପକେଇଲା |ଯେତେବେଳେ ସିଏ ସେଇ ଉପହାର ଖୋଲିଲା ଦେଖିଲା ଇଞ୍ଜିନିଅରଙ୍ଗି ପଢିବା ପାଇଁ ଏକ ପୁସ୍ତକ |

ପୂଜା ଏହା ଦେଖି ଅତ୍ୟନ୍ତ ରାଗିଗଲା ଓ କହିଲା “- ଛି….. ଏଇଟା କଣ ବିକି? ବିକି “- ତମକୁ ଇଞ୍ଜିନିଅରଙ୍ଗି ବହି ପଢିବାକୁ ଭଲ ଲାଗେ ତ ସେଇଥିପାଇଁ ଏହି ବହି ଆଣିଲି |ପୂଜା “- ହଁ ମୋତେ ତ ଭଲ ଲାଗେ 1କିନ୍ତୁ କଣ ଆଜି ଭଳି ଦିନରେ ମୋତେ ଏୟା ଉପହାର ଦେବ? ଦେଖ ଟିକେ? ତମ ଚତୁର୍ପାଶ୍ୱ ବୁଲିକି ଦେଖ? କେମିତି ପ୍ରେମିକ ମାନେ ତାଙ୍କ ପ୍ରେମିକା କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଉପହାର ଦେଇ ତା ସାଙ୍ଗେ ପୁଣି ଗୋଟେ ଗୋଟେ ଗୋଲାପ ଦେଇ କିପରି ସନ୍ତୁଷ୍ଟ କରୁଛନ୍ତି | ଆଉ ତମେ ମୋତେ ଏଇ ସିଧାସାଧା ବହି ଦେଇ ଠକିଦେଇବାକୁ ବସିଛ! ଏହା ଶୁଣି ବିକି ଉତ୍ତର ଦେଲା “- ନାଇଁ ପୂଜା ତମେ ସେମିତି ଭାବନି | ଆଜି ବିଶ୍ୱ ପ୍ରେମ ଦିବସ | ଆଉ ଏହି ଦିବସର ମହାତ୍ମ୍ୟ ଏୟା ଯେ – ଯିଏ ସଚ୍ଚା ପ୍ରେମିକ ସିଏ ତା ପ୍ରେମିକା କୁ ଏଭଳି ଏକ ଉପହାର ଦେଉ ଯାହା ତାକୁ ସାରାଜୀବନ ପାଇଁ ସୁଖରେ ରଖିବ | ଆଉ କ୍ଷଣିକ ଆନନ୍ଦ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଗୋଲାପଫୁଲ  କି ମୁହଁ ମିଠା ପାଇଁ ମିଷ୍ଟାନ ଦେଲେ କିଛି ଲାଭ ନାହିଁ କାରଣ ସେ ଗୁଡା ତ ଆଜି ମନେଥିଲେ କାଲି ନ ଥିବ | ଆଉ ମୁଁ ତମର କେବଳ ଖୁସି ଚାହେଁ ପୂଜା | ଆଉ ଏହି ବହି ଭବିଷ୍ୟତ ରେ କାମ କୁ ଆସିପାରେ | ଚାକିରୀ ପାଇଁ ମଧ୍ୟ ଏହି ବହିର ଆବଶ୍ୟକ ଥାଇ ପାରେ | ବିକି ର କଥା ଶୁଣି ପୂଜା ରାଗିଯାଇ କହିଲା “- ଚୁପ କର ବିକି | ମୋତେ ଆଉ ତମ ନାଟକ ଦେଖାନି |ମୋତେ କଣ ବା ଭାବିଲ? ତମ ନାଟକ ଦେଖି ମୁଁ ତରଳି ଯିବି |ଆଜି book day ନୁହେଁ ଯେ ତମେ ମୋତେ book ଦେଇ ଖୁସି କରିପାରିବ |ଆଜି valentine day |ଆଉ ଆଜି ଭଳି ଦିନରେ ପ୍ରେମିକା ମାନଙ୍କୁ ଗୋଲାପ ଫୁଲ ଦିଆ ଯାଏ |ଏମିତି ବହି ନୁହଁ |ନିଅ ତମ ବହି | ଏଇ ବହି ପଢି ତମେ ନିଜେ ପରୀକ୍ଷା ଦେଇଦେବ |ପୂଜା ବିକିକୁ ବହି ଫେରାଇବାକୁ ଯାଉଥାଏ |ବିକି କାନ୍ଦି କାନ୍ଦି ତା ଗୋଡ଼ ତଳେ ପଡ଼ିକହିଲା “- plz ପୂଜା ସେମିତି କରନି | ଦେଖ ତମେ ଏକ ଶିକ୍ଷିତ ଝିଅ ଆଉ କାହାଠାରୁ ଉପହାର ନେଇ ଫେରାଇବା କଣ ଠିକ କାମ? ଏହା ଶୁଣି ପୂଜା କହିଲା “- ହଁ ଠିକ କଥା |ଯେହେତୁ ମୁଁ ଆଗରୁ ତମକୁ ଭଲପାଉଥିଲି ତେଣୁ ସେଇ ହିସାବରେ ମୁଁ ରଖି ଦେଉଛି |ଆଉ ଶୁଣ ମୋ କଥା | ମୁଁ ତମ ପାଖରେ ଜୀବନ ସାରା ରହିପାରିବିନି କାରଣ କିଏ ଜାଣିଲା ଭବିଷ୍ୟତ ରେ ଯଦି ମୁଁ ବିରିୟାନୀ ମାଗିବି ତାହେଲେ ମୋତେ ପଖାଳ ଦେଇଦେବ |ତେଣୁ ଆଜି ଠୁ ଆମର break-up|ଏହା କହି ପୂଜା ବିକି ଠାରୁ ଦୁରେଇ ଗଲା |ବିକି ର ହୃଦୟ ବହୁତ ଜୋର ରେ ବାଧିଲା |ଆଖିରୁ ଦୁଇ ଠୋପା ଲୁହ ଗଡେଇ ଭଗଵାନ କୁ କହୁଥାଏ “- ହେ ପ୍ରଭୁ ” ମୁଁ କି ପାପ କରିଥିଲି ଯେ ମୋତେ ଆଜି ଧୋକା ସହିବାକୁ ପଡିଲା? କିନ୍ତୁ ପ୍ରଭୁ ଆଜିଠୁ ତୁ ତାକୁ ସାହା ହେଇଥିବୁ |ଏତିକି କହି ବିକି ବହୁତ ଜୋରରେ କାନ୍ଦିବାକୁ ଲାଗିଲା |ତା ହୃଦୟର କମ୍ପମାନ ଯେମିତି ତାକୁ ଆଘାତ ଦେଉଥାଏ |

ସତରେ ବନ୍ଧୁଗଣ…… ଆଜି ସମୟରେ ଭଲ ପାଇବା ଯାହା ଗୋଟେ ତମ୍ପ ସାପକୁ କ୍ଷୀର ଦେଇ ପୋଷିବା ତାହା |ଯେମିତି ସାପକୁ କ୍ଷୀର ଦେଇ ପୋଷିଲେ ଦିନେ ନା ଦିନେ ଚୋଟ ମରିଥାଏ ସେମିତି ପ୍ରେମ ପାଇଁ ପ୍ରେମିକାକୁ ଯେତେ ଗୁରୁତ୍ୱ ଦେଲେ ସେ ଶେଷରେ ବିଶ୍ୱାସ ଭାଂଗିଥାଏ |

༆(ଏହାର part-2 ଖୁବ ଶୀଘ୍ର ମୁଁ ନେଇଆସିବି)༆

ରାହୁଲ ମହାନ୍ତି
ତାଳଚେର ଟାଉନ
ଅନୁଗୁଳ
ହ୍ୱାଟ୍ସଆପ୍ ନମ୍ବର:
9777489456

Copyright © Sahitya Jibana | Newsphere by AF themes.