Sahitya Jibana

Portal on odia literature

ନେତାଜୀ ସୁବାଷ – ଶିବ ପ୍ରସାଦ ହାତୀ

1 min read

ଅଦ୍ୱିତୀୟ ତୁମ ଦେଶ ଜାତି ପ୍ରେମ

ଆହେ ନେତାଜୀ ସୁଭାଷ

ପିଲାଟି ଦିନରୁ ତୁମରି କାମରୁ

ମିଳେ ଏହାର ଆଭାସ।୧।

ଦେଶ ଅପମାନ ସହିଲନି ଜାଣ

ଛାଡ଼ି ସରକାରୀ ପଦ

ଆନ୍ଦୋଳନେ ଯାଇ ଇଂରେଜ ସହିତ

ଲଗାଇଲ ତୁମେ ବାଦ।୨।

ତୁମରି ଆହ୍ୱାନ ଦିଲ୍ଲୀ ଚଲୋ ପୁଣ

ଉଦ୍’ବୁଦ୍ଧ କଲା ସଇନେ

ଜାତୀୟ ସଇନ ଶତ୍ରୁ ସଂହାରିଣ

ବିଜୟ ଲଭିଲେ ରଣେ।୩।

ହେ ଓଡ଼ିଆ ବୀର ତ୍ଯାଗକୁ ତୁମର

ଭୁଲିନି ଭାରତବାସୀ

ପ୍ରେରଣା ତୁମର ହୃଦେ ସଭିଙ୍କର

ବାସ କରେ ହସି ହସି।୪।

କରୁଛି ବିନତି ଆହେ ମହାରଥୀ

ଏତିକି କର କରୁଣା

ତୁମରି ପ୍ରସାଦୁ ଦେଶବାସୀ ହୃଦୁ

ଦେଶପ୍ରୀତି ନୋହୁ ଊଣା।୫।

***********************************

ଶିବ ପ୍ରସାଦ ହାତୀ

ବିଜାଢୋଲ,ବରଗଡ଼