ପର ଉପକାର – ଅର୍ଜୁନ ସାହୁ
1 min readଦୁର୍ଲଭ ଟି ଅଟେ ମାନବ ଜୀବନ
କର ପରଉପକାର ।
ପରଉପକାରେ ପ୍ରାଣ ହୁଏ ଧନ୍ଯ
ମରିବି ହୁଏ ଅମର ।।
ସରୋବରେ ଭରା ସୁନିର୍ମଳ ଜଳ
ନିଜପାଇଁ କେବେ ରଖି ନି ଧରି ।
ଜଗତ ହିତରେ ସେ ଜଳକୁ ସର
ଅକାତରେ ଦେଇଅଛି ବିତରି।।
ସବୁଜ ଅରଣ୍ଯ ମଥା ଟେକି ରହି
ବିତରି ଦେଉଛି ପ୍ରସାରି ଛାୟା ।
ଫଳଦାନେ ତୁଷ୍ଠ କରି ପଥିକରେ
ଭାବି ନାହିଁ କାରେ ପରଆପଣା।।
ନିଜପାଇଁ ଗାଭୀ ଦୁଗ୍ଧ ଦିଏ ନାହିଁ
ଅଯାଚିତେ କରି ଦିଏ ସେ ଦାନ।
ଶିଖାଇ ଦେଉଛି ମାନବ ଜାତିରେ
ପର ଉପକାର ମହତ ଗୁଣ ।।
କେତେ ଉର୍ଦ୍ଧେ ସତେ ଚନ୍ଦ୍ର ସୂର୍ଯ୍ୟ ଥାଇ
ଢାଳି ଦେଉଛନ୍ତି ଜ୍ୟୋତି ପସରା ।
ସେ ଜ୍ୟୋତି ପରସେ ପରାଣପୁଲକେ
ହସିଉଠେ ଆମ ସୁନ୍ଦର ଧରା ।।
ଦେବ ନର ହିତେ ମହର୍ଷି ଦଧିଚୀ
ଆତ୍ମ ତେଜି କଲେ ସ୍ବ ଅସ୍ତି ଦାନ ।
ସେ ଅସ୍ତିରେ ବଜ୍ର କରି ମଘବାନ
ବୁତ୍ରାସୁର କରିଥିଲେ ନିଧନ ।।
ମାନବ ଜୀବନ ସାର୍ଥକ ହୁଅଇ
ମନେରଖ ପିଲେ ପରୋପକାରେ ।
ସେ ବ୍ରତ ପାଳନେ କୃପଣ ନୋହିବା
ଧନ୍ଯ ହେବ ପ୍ରାଣ ଧରା ପୃଷ୍ଠରେ ।।
ଅର୍ଜୁନ ସାହୁ
(ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ)
ପୁରୀ